ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତି ଚାନ୍ଦ

2ଭୁବନେଶ୍ୱର: ରିଓ ଅଲିମ୍ପିକ ପାଇଁ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଯୋଗ୍ୟତା ଅର୍ଜନ କରିଛନ୍ତି। କାଜାକସ୍ତାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦୦ ମିଟର ରେସ୍‌କୁ ୧୧.୩୦ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି ଦୂତି। ଭାରତୀୟ ଆଥଲେଟ ମାନଙ୍କ ସହ ଗତ ସପ୍ତାହେ ହେଲା ଦୂତି କାଜାକସ୍ତାନରେ ଅଛନ୍ତି। ତାଙ୍କ ସହ ରିଲେ ଟିମରେ ଶ୍ରାବଣୀ ଥିବାବେଳେ ପୁରୁଷ ବିଭାଗରେ ଅମୀୟ ମଧ୍ୟ ଥିଲେ। ଜୁନ୍ ୧୮ରେ ୧୧.୪୭ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିଲେ […]

dutee-chand

Rakesh Mallick
  • Published: Saturday, 25 June 2016
  • , Updated: 26 June 2016, 02:18 PM IST

2ଭୁବନେଶ୍ୱର: ରିଓ ଅଲିମ୍ପିକ ପାଇଁ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଯୋଗ୍ୟତା ଅର୍ଜନ କରିଛନ୍ତି। କାଜାକସ୍ତାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦୦ ମିଟର ରେସ୍‌କୁ ୧୧.୩୦ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ହାସଲ କରିଛନ୍ତି ଦୂତି।

ଭାରତୀୟ ଆଥଲେଟ ମାନଙ୍କ ସହ ଗତ ସପ୍ତାହେ ହେଲା ଦୂତି କାଜାକସ୍ତାନରେ ଅଛନ୍ତି। ତାଙ୍କ ସହ ରିଲେ ଟିମରେ ଶ୍ରାବଣୀ ଥିବାବେଳେ ପୁରୁଷ ବିଭାଗରେ ଅମୀୟ ମଧ୍ୟ ଥିଲେ। ଜୁନ୍ ୧୮ରେ ୧୧.୪୭ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିଲେ ଦୂତି। ଆଜି ୧୧.୩୦ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ଦୂତି ନିଜ ପାଇଁ ତଥା ଦେଶ ପାଇଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଏବଂ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଦୂତି ଫେସବୁକରେ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ନିଶ୍ଚିୟ କିଛି କରି ଦେଖାଇବା ପାଇଁ  ମେସେଜ ଦେଇଥିଲେ।

ଓଟିଭିକୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି,  “ରିଓ ଅଲିମ୍ପିକ୍ ପାଇଁ ଟିକେଟ ପାଇଥିବାରୁ ମୁଁ ବହୁତ ଖୁସି। ସେଥିପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ୧୪ ବର୍ଷ ପରିଶ୍ରମର ଫଳ ଆଜି ପାଇଛି। ଜୀବନର ବହୁତ ବାଧାବିଘ୍ନ ପରେ ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି। ଏଥିପାଇଁ ମୋ ପରିବାର ମୋତେ ବହୁତ ସହଯୋଗ କରିଛନ୍ତି।”

କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, “ଦୂତି ଚାନ୍ଦଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।”

୧୦୦ ମିଟର ଦୌଡରେ ଦୂତି ଚାନ୍ଦ ରିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/Naveen_Odisha/status/746613555311616001

ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/dpradhanbjp/status/746608715801866241

ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/PandaJay/status/746599196979978240

ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/DrJitendraSingh/status/746623834523049984

ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/sureshpprabhu/status/746637942836301824

ଏହି ସଫଳତା ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦୂତି ଚାନ୍ଦଙ୍କ ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏହାସହ ଓଡ଼ିଶା ଅଲିମ୍ପିକ ଆସୋସିଏସନ ପକ୍ଷରୁ ଦୂତିଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ଓସିଏ ସଂପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳି

ହକି ତାରକା ଦିଲୀପ ତିର୍କୀ ଓଡିଶାର ସୁନ୍ଦରଗଡ ଜିଲ୍ଲା ସାଉନାମରା ନାମକ ଏକ ଗାଁରୁ ଯାଇ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍‌, ୨୦୦୦ ସିଡନୀ ଅଲିମ୍ପିକ୍ସ ଓ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ସେହିପରି ୨୦୦୦ ସିଡନୀ ଅଲିମ୍ପିକ୍ସରେ ସେହି ଜିଲ୍ଲାର ହକି ତାରକା ଇଗ୍ନେଶ ତିର୍କୀ ଓ ଲାଜ ରୁଷ ବାର୍ଲା ଜାତୀୟ ଦଳରେ ସ୍ଥାନ ପାଇଁ ଦେଶ ପାଇ ଗୌରବ ଆଣିଥିଲେ।

୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଜାତୀୟ ହକି ଦଳରେ ଜଣେ ଡିଫେଣ୍ଡର ଭାବେ ୱିଲିୟମ୍‌ ଖାଲ୍‌କୋ ଭାରତୀୟ ଦଳରେ ଓଡ଼ିଶାରୁ ସ୍ଥାନ ପାଇଥିଲେ।

୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଦଳରେ ସ୍ଥାନ ପାଇଥିଲେ।

୨୦୦୨ ସିଡନୀର ଅଲିମ୍ପିକ୍ସରେ ଓଡ଼ିଆ ଝିଅ ରଚିତା ପଣ୍ଡା-ମିସ୍ତ୍ରୀ ୧୦୦  ଓ ୨୦୦ ମିଟର ଇଭେଣ୍ଟରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

୨୦୦୨ ଅଲିମ୍ପିକ୍ସରେ ୧୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ଅନୁରାଧା ବିଶ୍ୱାଳ ଭାଗ ନେଇଥିଲା ବେଳେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ବ୍ରହ୍ମପୁରର କେ. ରବି କୁମାର ଭାଗ ନେଇ ଓଡ଼ିଆ ପ୍ରତିଯୋଗୀଙ୍କ ପାଇଁ ଆଶା ଓ ବିଶ୍ୱାସର ଉତ୍ସ ପାଲଟିଛନ୍ତି।

Related story