ୱାର୍ଲ୍ଡ ଚାମ୍ପିୟନଶିପରେ ଭାଗ ନେବେ ଦୂତୀ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଚଳିତମାସରେ ଦୋହାରେ ହେବାକୁଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ଏହି ଚାମ୍ପିୟନଶିପରେ ଦୂତୀଙ୍କ ପ୍ରତିନିଧିତ୍ୱକୁ ନେଇ ଅନ୍ତର୍ଜାତୀୟ ମହାସଂଘର ଆମନ୍ତ୍ରଣକୁ ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫଆଇ) ସ୍ୱୀକାର କରିଛି। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଏଏଫଆଇ ୨୫ଜଣିଆ ଟିମର ଘୋଷଣା କରିଥିଲା। ଏଏଫଆଇ ଏହି ଟିମରେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ୱର୍ଣ୍ଣ […]

dutee

Ranjit Kumar Jena
  • Published: Thursday, 12 September 2019
  • , Updated: 12 September 2019, 08:46 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଚଳିତମାସରେ ଦୋହାରେ ହେବାକୁଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇଛି। ଏହି ଚାମ୍ପିୟନଶିପରେ ଦୂତୀଙ୍କ ପ୍ରତିନିଧିତ୍ୱକୁ ନେଇ ଅନ୍ତର୍ଜାତୀୟ ମହାସଂଘର ଆମନ୍ତ୍ରଣକୁ ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫଆଇ) ସ୍ୱୀକାର କରିଛି।

ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଏଏଫଆଇ ୨୫ଜଣିଆ ଟିମର ଘୋଷଣା କରିଥିଲା। ଏଏଫଆଇ ଏହି ଟିମରେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀଙ୍କ ନାଁକୁ ମଧ୍ୟ ସ୍ୱୀକୃତି ଦେଇଥିଲା, କିନ୍ତୁ ତାଙ୍କର ଏହି ପ୍ରତିଯୋଗିତାରେ ଭାଗ ନେବା ଆଇଏଏଏଫର ଆମନ୍ତ୍ରଣ ଉପରେ ନିର୍ଭର କରୁଥିଲା।

ଦୂତୀ ୧୧.୨୪ ସେକେଣ୍ଡରେ କ୍ୱାଲିଫିକେସନ୍ ସ୍ତର ହାସଲ କରିବାରେ ବିଫଳ ରହିଥିଲେ, କିନ୍ତୁ ପ୍ରତିଯୋଗିତାରେ ଆବଶ୍ୟକ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟା କାରଣରୁ ତାଙ୍କୁ ୱାର୍ଲ୍ଡ ଚାମ୍ପିୟନଶିପରେ ସ୍ଥାନ ମିଳିଛି। ଏ ନେଇ ଏଏଫଆଇ ପକ୍ଷରୁ କୁହାଯାଇଛି ଯେ, ଆଇଏଏଏଫ୍ ଆମକୁ ଆମନ୍ତ୍ରଣ ପଠାଇଛି ଯେ ଦୂତୀ ୱାର୍ଲ୍ଡ ଚାମ୍ପିୟନଶିପରେ ଭାଗ ନେଇପାରିବେ ଏବଂ ଏଏଫଆଇ ଏହାକୁ ସ୍ୱୀକାର ମଧ୍ୟ କରିଛି। ଏଥିପାଇଁ ଦୂତୀଙ୍କ ଅଂଶଗ୍ରହଣକୁ ନେଇ ଏବେ ସ୍ପଷ୍ଟ ହୋଇଛି।

ଏଏଫଆଇର ଚୟନ କମିଟି ଅର୍ଚ୍ଚନା ସୁଶୀନ୍ତ୍ରାନ୍ (ମହିଳା ୨୦୦ ମିଟର) ଏବଂ ହାଇ ଜମ୍ପର୍ ତେଜସ୍ୱିନୀ ଶଙ୍କର ନାଁକୁ ମଧ୍ୟ ସ୍ୱୀକୃତି ଦେଇଥିଲା, କିନ୍ତୁ ସେମାନଙ୍କୀ ଭାଗ ନେବୋ ଆଇଏଏଏଫର ନିମନ୍ତ୍ରଣ ଉପରେ ନିର୍ଭର ଥିଲା। ତେବେ ତେଜସ୍ୱିନୀ ନିଜେ ଏହି ଚାମ୍ପିୟନଶିପରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କୁ ଏପର୍ଯ୍ୟନ୍ତ ଆମନ୍ତ୍ରଣ ମିଳିନାହିଁ। ମହିଳା ୪୦୦ ମିଟର୍ ଧାବିକା ଅଞ୍ଜଳି ଦେବୀ ଏବେ ଟିମରେ ସ୍ଥାନ ପାଇବା ପାଇଁ ଏକମାତ୍ର ଦାବିଦାର। ଚୟନ କମିଟି ତାଙ୍କୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏନଆଇଏସ୍ ପଟିଆଲାରେ ହେବାକୁଥିବା ଟ୍ରାଏଲରେ ଭାଗ ନେବାକୁ କହିଛି।

Related story