ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିୟନସିପ୍: ଦୂତିଙ୍କୁ ସ୍ୱର୍ଣ୍ଣ, ଶ୍ରାବଣୀଙ୍କୁ ରୌପ୍ୟ

କୋଲକାତା: କୋଲକାତାରେ ଅନୁଷ୍ଠିତ ୫୫ତମ ଜାତୀୟ ଓପନ ଆଥଲେଟ ଚାମ୍ପିଅନସିପରେ ଓଡ଼ିଶାର ଦୁଇ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ପଦକ ଜିତିଛନ୍ତି । ୧୦୦ ମିଟର ଦୈଡରେ ଦୂତିଙ୍କୁ ସ୍ୱର୍ଣ୍ଣ ମିଳିଥିବା ବେଳେ ଶ୍ରାବଣୀ ରୌପ୍ୟ ପଦକ ଜିତିଛନ୍ତି। ରେଳବାଇ ପକ୍ଷରୁ କୋଲକତାରେ ଖେଳୁଥିବା ଏହି ଦୁଇ ଆଥଲେଟିକ୍ସ ଭଲ ପ୍ରଦର୍ଶନ ଜାରି ରହିଛି। ସୂଚନାଯୋଗ୍ୟ, ଓଡ଼ିଆ ସ୍ପିଣ୍ଟର ଦୂତିଙ୍କଠାରେ ଅଧିକମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା । ଫଳରେ ସେ ୧୦୦ […]

dutte and srabani

dutte and srabani

Rakesh Mallick
  • Published: Thursday, 17 September 2015
  • Updated: 19 September 2015, 10:38 AM IST

Sports

Latest News

dutte and srabaniକୋଲକାତା: କୋଲକାତାରେ ଅନୁଷ୍ଠିତ ୫୫ତମ ଜାତୀୟ ଓପନ ଆଥଲେଟ ଚାମ୍ପିଅନସିପରେ ଓଡ଼ିଶାର ଦୁଇ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ପଦକ ଜିତିଛନ୍ତି । ୧୦୦ ମିଟର ଦୈଡରେ ଦୂତିଙ୍କୁ ସ୍ୱର୍ଣ୍ଣ ମିଳିଥିବା ବେଳେ ଶ୍ରାବଣୀ ରୌପ୍ୟ ପଦକ ଜିତିଛନ୍ତି। ରେଳବାଇ ପକ୍ଷରୁ କୋଲକତାରେ ଖେଳୁଥିବା ଏହି ଦୁଇ ଆଥଲେଟିକ୍ସ ଭଲ ପ୍ରଦର୍ଶନ ଜାରି ରହିଛି।

ସୂଚନାଯୋଗ୍ୟ, ଓଡ଼ିଆ ସ୍ପିଣ୍ଟର ଦୂତିଙ୍କଠାରେ ଅଧିକମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା । ଫଳରେ ସେ ୧୦୦ ମିଟର ଓ ୨୦୦ମିଟର ଦୈଡରୁ ବାଦ ପଡିଥିଲେ। ଏହି ଅଭିଯୋଗରୁ ମୁକିଳିବା ପରେ ଏହା ଥିଲା ଦୂତିଙ୍କ ପ୍ରଥମ ଜାତୀୟ ଟୁର୍ନାମେଣ୍ଟ । ଏଥିରେ ସେ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିବା ସହ ଦୀର୍ଘଦିନ ଟ୍ରାକରୁ ଦୂରେଇ ରହିଥିଲେ ବି ତାଙ୍କ ପ୍ରଦର୍ଶନ ଉପରେ କିଛି ପ୍ରତିଭା ପଡି ନ ଥିବା ପ୍ରମାଣିତ କରି ଦେଖାଇଛନ୍ତି । ପଦକ ଜିତିବା ପରେ ଦୂତି କହିଛନ୍ତି, ଦିନକୁ ୨ରୁ ୩ ଥର ଅଭ୍ୟାସ କରୁଥିଲି। କିଟ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ଅଲିମ୍ପିକ ଆସୋସିଏଶନର ସହଯୋଗ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଅନ୍ୟତମ ସ୍ପିଣ୍ଟର ଶ୍ରାବଣୀ ୧୧.୬୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ତାଙ୍କ ନିଜସ୍ୱ ରେକର୍ଡ ମାତ୍ର ୬ ସେକଣ୍ଡ ଦୂରରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ଅଗାମୀ ଦିନରେ ଦୌଡରେ ଉନ୍ନତି ଆଣିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos