ଦୂତି ଚାନ୍ଦ ପାଇବେ ୨୩ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଆଥଲେଟ୍ ଦୂତି ଚାନ୍ଦ ପାଇବେ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏକଲବ୍ୟ ପୁରସ୍କାର ବାବଦରେ ଦୂତିଙ୍କୁ ମାନପତ୍ର ସହ ନଗଦ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ୨୩ତମ ଏକଲବ୍ୟ ପୁରସ୍କାର ଉପ-ବିଜେତା ଭାବେ ମନୋନୀତ ହୋଇଛନ୍ତି ମହିଳା ଭାରୋତ୍ତଳନକାରୀ ପ୍ରମିଳା କିର୍ସାନୀ ଓ ଚେସ୍ ଖେଳାଳି ସାଇନା ସଲୋନିକା। […]

duteechand

duteechand

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 01:04 PM IST

[caption id="attachment_32022" align="alignleft" width="300"]ekalabya ଏକଲବ୍ୟ ପୁରସ୍କାର ବିଜେତା ଦୂତି ଚାନ୍ଦ ଓ ଉପ-ବିଜେତା ସାଇନା ସଲୋନିକା ଓ ପ୍ରମିଳା କିର୍ସାନୀ[/caption]

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଆଥଲେଟ୍ ଦୂତି ଚାନ୍ଦ ପାଇବେ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏକଲବ୍ୟ ପୁରସ୍କାର ବାବଦରେ ଦୂତିଙ୍କୁ ମାନପତ୍ର ସହ ନଗଦ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ୨୩ତମ ଏକଲବ୍ୟ ପୁରସ୍କାର ଉପ-ବିଜେତା ଭାବେ ମନୋନୀତ ହୋଇଛନ୍ତି ମହିଳା ଭାରୋତ୍ତଳନକାରୀ ପ୍ରମିଳା କିର୍ସାନୀ ଓ ଚେସ୍ ଖେଳାଳି ସାଇନା ସଲୋନିକା। ପୁରସ୍କାର ବାବଦରେ ଉଭୟ ଉପ-ବିଜେତାଙ୍କୁ ୫୦ହଜାର ଟଙ୍କ। ଲେଖାଏଁ ପୁରସ୍କାର ରାଶି ଏବଂ ଉପାୟନ ପ୍ରଦାନ କରାଯିବ ବୋଲି ଇମ୍ପାକ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଦୁଇ ବର୍ଷ ମଧ୍ୟରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତାଗୁଡ଼ିକରେ ଦୂତି ଚାନ୍ଦଙ୍କ ବଳିଷ୍ଠ ପ୍ରଦର୍ଶନକୁ ଭିତ୍ତିକରି ତାଙ୍କୁ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୧୩ ଜୁଲାଇରେ ପୁନେଠାରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପର ୨୦୦ ମିଟର ସ୍ପ୍ରିଣ୍ଟରେ ସେ କାଂସ୍ୟ ପଦକ ଜିତି ଥିଲେ। ଚଳିତ ବର୍ଷ କେରଳଠାରେ ଅନୁଷ୍ଠିତ ନ୍ୟାସନାଲ ଗେମ୍ସର ୧୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କଂପାନି ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣି ପାରିବେ। କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ଆମ ଟ୍ରଷ୍ଟ୍ ପ୍ରୋତ୍ସାହିତ କରିଥାଏ।

ସୂଚନାଯୋଗ୍ୟ, ବିଗତ ବର୍ଷଗୁଡ଼ିକରେ ଚେସ୍ ଖେଳାଳି ଦେବାଶିଷ ଦାସ, କ୍ରିକେଟିଅର ଶିବସୁନ୍ଦର ଦାସ, ଅଥଲେଟ୍ ରଚିତା ମିସ୍ତ୍ରି ପଣ୍ଡା ଓ ହକି ତାରକା ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story