ଇଂଲଣ୍ଡ ୪୦୦, ଭାରତ ୧୪୬/୧

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଇଂଲଣ୍ଡ ୪୦୦ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ ଗୋଟିଏ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ଦଳ ୫ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ପଦାର୍ପଣ ମ୍ୟାଚ୍‌ରେ କିଟନ୍ ଜେନିଙ୍ଗସ୍‌ଙ୍କ ୧୧୨ ରନ୍ କରିଥିଲେ। ଆଜି ଦଳ ନିଜ ଖାତାରେ ମାତ୍ର ୧୧୨ ରନ୍ […]

pp

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 05:46 PM IST

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଇଂଲଣ୍ଡ ୪୦୦ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ ଗୋଟିଏ ୱିକେଟ୍ ହରାଇ ୧୪୬ ରନ୍ କରିଛି।

ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ଦଳ ୫ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ପଦାର୍ପଣ ମ୍ୟାଚ୍‌ରେ କିଟନ୍ ଜେନିଙ୍ଗସ୍‌ଙ୍କ ୧୧୨ ରନ୍ କରିଥିଲେ। ଆଜି ଦଳ ନିଜ ଖାତାରେ ମାତ୍ର ୧୧୨ ରନ୍ ଯୋଡ଼ିବାରେ ସଫଳ ହୋଇଥିଲା। ଜୋସ୍ ବଟଲର ୭୬ ରନ୍ କରିଥିଲେ।

ଗତକାଲି ୪ଟି ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ ଆଜି ଆଉ ୨ଟି ୱିକେଟ୍ ପାଇଥିଲେ।  ସେହିପରି ଗତକାଲି ଗୋଟିଏ ୱିକେଟ୍ ନେଇଥିବା ଜାଡେଜା ଆଜି ୩ଟି ୱିକେଟ୍ ହାତେଇ ଥିଲେ।

ଇଂଲଣ୍ଡକୁ ଅଲ୍‌ଆଉଟ୍ କରିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଛି ଭାରତୀୟ ଦଳ। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ଗୋଟିଏ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଲୋକେଶ୍ ରାହୁଲ ୨୪ ରନ୍ କରି ଆଉଟ୍ ହୋଇଛନ୍ତି। ମୁରଲୀ ବିଜୟ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ଅଛନ୍ତି। ମୁରଲୀ ୭୦ ରନ୍ କରିଥିବା ବେଳେ ପୂଜାରା ୪୭ ରନ୍ କରିଛି।

Related story