ହାରିଗଲା ବାଂଲାଦେଶ, ରୟଙ୍କ ଶତକ ଆଗରେ ଫିକା ପଡ଼ିଲା ସାକିବଙ୍କ ୧୨୧

କାରଡ୍ରିଫ୍‌: ପାକିସ୍ତାନଠାରୁ ପରାସ୍ତ ହୋଇଥିବା ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି। ଆଜି ଦଳ ବିଶ୍ୱକପ୍‌ର ୧୨ତମ ମ୍ୟାଚ୍‌ରେ ବାଂଲାଦେଶକୁ ୧୦୬ ରନ୍‌ରେ ପରାସ୍ତ କରିଛି। ବାଂଲାଦେଶ ପକ୍ଷରୁ ସାକିବ-ଅଲ-ହାସନ ୧୨୧ ରନ୍‌ର ପାଳି ଖେଳିଥିଲେ ହେଁ ଏହା ଇଂଲଣ୍ଡ ଦେଇଥିବା ବିଶାଳ ୩୮୭ ରନ୍‌ ଟାର୍ଗେଟ ଆଗରେ ଫିକା ପଡ଼ି ଯାଇଥିଲା। ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଜେସନ ରୟଙ୍କ ବିସ୍ଫୋରକ ୧୫୩ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୩୮୬ ରନ୍‌ କରିଥିଲା। ଏହାର ଜବାବରେ […]

pp

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 10:53 PM IST

କାରଡ୍ରିଫ୍‌: ପାକିସ୍ତାନଠାରୁ ପରାସ୍ତ ହୋଇଥିବା ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି। ଆଜି ଦଳ ବିଶ୍ୱକପ୍‌ର ୧୨ତମ ମ୍ୟାଚ୍‌ରେ ବାଂଲାଦେଶକୁ ୧୦୬ ରନ୍‌ରେ ପରାସ୍ତ କରିଛି। ବାଂଲାଦେଶ ପକ୍ଷରୁ ସାକିବ-ଅଲ-ହାସନ ୧୨୧ ରନ୍‌ର ପାଳି ଖେଳିଥିଲେ ହେଁ ଏହା ଇଂଲଣ୍ଡ ଦେଇଥିବା ବିଶାଳ ୩୮୭ ରନ୍‌ ଟାର୍ଗେଟ ଆଗରେ ଫିକା ପଡ଼ି ଯାଇଥିଲା।

ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଜେସନ ରୟଙ୍କ ବିସ୍ଫୋରକ ୧୫୩ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୩୮୬ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ସମସ୍ତ ୱିକେଟ୍‌ ହରାଇ ୨୮୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହାପୂର୍ବରୁ ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ୨ ୱିକେଟ୍‌ରେ ପରାସ୍ତ ହୋଇଥିଲା।

ଇଂଲଣ୍ଡ ଦେଇଥିବା ୩୮୭ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ସୌମ୍ୟ ସରକାର(୨)ଙ୍କୁ ହରାଇଥିଲା। ଏହାପରେ ତାମିମ ଇକବାଲ(୧୯) ମାର୍କ ଉଡ୍‌ଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ତେବେ ସାକିବ ଓ ମୁଶଫିକର ରହିମ ବାଂଲାଦେଶର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ୍‌ ପାଇଁ ୧୦୮ ରନ୍‌ ଯୋଡ଼ିଥିଲେ। ଇତି ମଧ୍ୟରେ ସାକିବ ତାଙ୍କର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ରହିମ ବଡ଼ ଶଟ୍‌ ଖେଳିବା ଲୋଭରେ ୪୪ ରନ୍‌ କରି ପ୍ୟାଭିଲନ୍‌ ଫେରିଥିଲେ। ମିଥୁନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଦଳୀୟ ସ୍କୋର ୨୧୯ ହୋଇଥିବା ବେଳେ ବ୍ୟକ୍ତିଗତ ୧୨୧ ରନ୍‌ କରିଥିବା ସାକିବଙ୍କୁ ବେନ୍‌ ଷ୍ଟୋକ୍ସ ବୋଲ୍ଡ କରି ବାଂଲାଦେଶର ରନ୍‌ ସଂଗ୍ରହ ହାରରେ ବ୍ରେକ୍‌ ଲଗାଇ ଦେଇଥିଲେ। ମାମଦୁଲ୍ଲା ଓ ମୋସକାଡେକ ହୋସେନ୍‌ ଶେଷ ଭାଗରେ ଲଢ଼େଇ କରିଥିଲେ ହେଁ ଏହା ଇଂଲଣ୍ଡର ବିଶାଳ ଟାର୍ଗେଟକୁ ଚେଜ୍‌ କରିବାରେ ଯଥେଷ୍ଟ ହୋଇ ନଥିଲା।

ହୋସେନ୍‌ ୨୬ ରନ୍‌ କରି ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ହୋଇଥିବା ବେଳେ ମାମଦୁଲ୍ଲା ୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସୈଫୁଦ୍ଦିନ ୫ ଓ ମେହିଦି ହାସନ ୧୨ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ଅଧିନାୟକ ମର୍ଶଫେ ମୋର୍ତାଜା ୫ ରନ୍‌ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ୩ଟି ୱିକେଟ୍‌ ଓ ଜୋଫ୍ରା ଆର୍ଚର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି, ଲିଆମ ପ୍ଲଙ୍କେଟ୍‌ ଏବଂ ଆଦିଲ ରସିଦ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

Related story