ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଲେ ଷ୍ଟୋକ୍ସ, ମନପକାଇ ଦେଲେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌

ଲିଡ୍ସ: ଦିନିକିଆ ମ୍ୟାଚ୍‌ର ରୋମାଞ୍ଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ୍‌ ସିରିଜ୍‌ରେ ଦେଖିବାକୁ ମିଳିଛି। ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ବଳରେ ଘରୋଇ ଇଂଲଣ୍ଡ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ମାତ୍ର ୧ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୩୫୯ ରନ୍‌ର ଟାର୍ଗେଟ ମିଳିଥିବା ବେଳେ ଦଳ ଏକଦା ୨୮୬ ରନ୍‌ରେ ୯ଟି ୱିକେଟ୍‌ ହରାଇଥିଲା। ବେନ୍‌ ଷ୍ଟୋକ୍ସ କ୍ରିଜ୍‌ରେ ଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ […]

y

y

Hemant Lenka
  • Published: Sunday, 25 August 2019
  • Updated: 25 August 2019, 08:54 PM IST

Sports

Latest News

ଲିଡ୍ସ: ଦିନିକିଆ ମ୍ୟାଚ୍‌ର ରୋମାଞ୍ଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ୍‌ ସିରିଜ୍‌ରେ ଦେଖିବାକୁ ମିଳିଛି। ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ବଳରେ ଘରୋଇ ଇଂଲଣ୍ଡ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ମାତ୍ର ୧ ୱିକେଟ୍‌ରେ ପରାସ୍ତ କରିଛି।

ଇଂଲଣ୍ଡକୁ ଜିତିବା ପାଇଁ ୩୫୯ ରନ୍‌ର ଟାର୍ଗେଟ ମିଳିଥିବା ବେଳେ ଦଳ ଏକଦା ୨୮୬ ରନ୍‌ରେ ୯ଟି ୱିକେଟ୍‌ ହରାଇଥିଲା। ବେନ୍‌ ଷ୍ଟୋକ୍ସ କ୍ରିଜ୍‌ରେ ଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ କଥା ସମସ୍ତଙ୍କର ମନେ ପଡ଼ିଯାଇଥିଲା।

ଷ୍ଟୋକ୍ସ ମଧ୍ୟ କାହାକୁ ନିରାଶ କରି ନଥିଲେ। ସେ ଗୋଟିଏ ପଟେ ବଡ଼ ଶଟ୍‌ ମାରି ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ। ୧୧ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜ୍ୟାକ୍ ଲିଚ୍ ୧୭ଟି ବଲ୍ ଖେଳି ୧ ରନ୍ କରି ଅପରାଜିତ ରହିଥିଲେ। ଏହି ବିଜୟ ପରେ ବର୍ତ୍ତମାନ ୫ଟିକିଆ ଆଶେସ ସିରିଜ୍ ୧-୧ ସ୍ଥିତିକୁ ଚାଲି ଆସିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚଟି ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଡ୍ର ହୋଇଥିଲା।

ଅଷ୍ଟ୍ରେଲିଆ ଦେଇଥିବା ୩୫୯ ରନ ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଆଜି ଦଳର ଦୁଇ ଅପରାଜିତ ବ୍ୟାଟସମ୍ୟାନ ଜୋ ରୁଟ ଏବଂ ବେନ୍ ଷ୍ଟୋକ୍ସ ଇଂଲଣ୍ଡ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ୭୭ ରନ୍ କରିଥିବା ରୁଟଙ୍କୁ ନେଥନ ଲାୟନ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ଦିବସର ପ୍ରଥମ ଝଟ୍‌କା ଦେଇଥିଲେ।

ଜନ୍ନି ବେୟାରୋଷ୍ଟ ଓ ଷ୍ଟୋକ୍ସ ୫ମ ୱିକେଟ୍‌ ପାଇଁ ୧୮୬ ରନର ଭାଗିଦାରୀ କରିଥିଲେ। ତେବେ ଏହି ସମୟରେ ୩୬ ରନ୍‌ କରିଥିବା ବେୟାରୋଷ୍ଟଙ୍କୁ ଜୋଶ ହେଜେଲଉଡ୍‌ ଆଉଟ୍‌ କରି ଇଂଲଣ୍ଡକୁ ଜବରଦସ୍ତ ଝଟ୍‌କା ଦେଇଥିଲେ। ବଟଲର ମାତ୍ର ୧ ରନ୍ କରି ଟ୍ରାଭିସ୍ ହେଡଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଯାଇଥିଲେ। କ୍ରିସ୍ ୱକ୍ସ ମଧ୍ୟ ୧ ରନ୍ କରି ହେଜେଲଉଡ୍‌ଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

ଜୋଫ୍ରା ଆର୍ଚର(୧୫) ଓ ଷ୍ଟୁଆର୍ଟ ବ୍ରଡ୍‌(୦) ଗୋଟିଏ ଓଭର୍‌ରେ ଆଉଟ୍‌ ହୋଇ ଇଂଲଣ୍ଡ ସଙ୍କଟକୁ ଦୁଇ ଗୁଣ କରିଦେଇଥିଲେ। ହେଲେ ଷ୍ଟୋକ୍ସ ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରି ଦଳୀୟ ସ୍କୋରକୁ ଏକାକୀ ଆଗକୁ ନେଇଥିଲେ। ଦଳକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ଷ୍ଟୋକ୍ସ ଆଉ ଷ୍ଟ୍ରାଇକ୍‌ ପାଇନଥିଲେ। ତେବେ ଲିଚ୍‌ ବେଶ ଚତୁରତାର ସହ କମିନ୍ସଙ୍କ ବଲରୁ ଏକ ରନ୍‌ ଚୋରାଇ ସ୍କୋର ବରାବର କରିଦେଇଥିଲେ। ଏହାପରେ ଷ୍ଟୋକ୍ସ ଚୌକା ମାରି ବେଶ ନାଟକୀୟ ଢଙ୍ଗରେ ଇଂଲଣ୍ଡକୁ ମାତ୍ର ଗୋଟିଏ ୱିକେଟ୍‌ରେ ବିଜୟୀ କରାଇଥିଲେ। ଶେଷ ଯାଏ ଷ୍ଟୋକ୍ସ ୧୩୫ ରନ୍‌ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ୍‌ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଲାୟନ ୨, ପ୍ୟାଟ କମିନ୍ସ ଓ ଜେମ୍ସ ପାଟିନସନ୍‌ ଗୋଟିଏ ଲେଖାଏ ୱିକେଟ୍‌ ଦଖଲ କରିଥିଲେ।

ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୧୭୯ ରନ୍‌ କରିଥିବା ବେଳେ ଇଂଲଣ୍ଡ ୬୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ଲାବୁଶାନେଙ୍କ ୮୦ ରନ୍‌ ବଳରେ ୨୪୬ ରନ୍‌ କରିଥିଲା। ଫଳରେ ଇଂଲଣ୍ଡକୁ ୩୫୯ ରନ୍‌ର ଟାର୍ଗେଟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story