ଲର୍ଡ୍ସ୍ ଦିନିକିଆ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଐତିହାସିକ ଲର୍ଡ୍ସ୍‌ ଗ୍ରାଉଣ୍ଡରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଜସନ୍‌ ରୟ ଓ ଜନି ବେର୍ଷ୍ଟୋ ଇଂଲଣ୍ଡର ପାଳି ଆରମ୍ବ କରିଥିଲେ। ହେଲେ ୧୧ ତମ ଓଭରରେ ଜନି ବେର୍ଷ୍ଟୋଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ ଗତ ମ୍ୟାଚ୍‌ର ହିରୋ କୁଲଦୀପ ଯାଦାବ। କୁଲଦୀପ ତାଙ୍କର ପ୍ରଥମ ସ୍ପେଲ୍‌ରେ ଏହି ସଫଳତା ହାତେଇଛନ୍ତି। ୩ […]

lords-40percent-1455534817-800

Rakesh Mallick
  • Published: Saturday, 14 July 2018
  • , Updated: 14 July 2018, 04:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଐତିହାସିକ ଲର୍ଡ୍ସ୍‌ ଗ୍ରାଉଣ୍ଡରେ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଜସନ୍‌ ରୟ ଓ ଜନି ବେର୍ଷ୍ଟୋ ଇଂଲଣ୍ଡର ପାଳି ଆରମ୍ବ କରିଥିଲେ। ହେଲେ ୧୧ ତମ ଓଭରରେ ଜନି ବେର୍ଷ୍ଟୋଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ ଗତ ମ୍ୟାଚ୍‌ର ହିରୋ କୁଲଦୀପ ଯାଦାବ। କୁଲଦୀପ ତାଙ୍କର ପ୍ରଥମ ସ୍ପେଲ୍‌ରେ ଏହି ସଫଳତା ହାତେଇଛନ୍ତି।

୩ ଟିକିଆ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ। ଭାରତ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜକୁ  ୨-୧ରେ ହାତେଇ ସାରିଛି। ଏକ ଲମ୍ବା ସିରିଜ ପାଇଁ ଇଂଲଣ୍ଡ ଗସ୍ତରେ ଅଛି ଟିମ୍‌ ଇଣ୍ଡିଆ। ଯେଉଁଥିରେ ୩ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ପରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୭ ବର୍ଷ ପରେ ଲର୍ଡ୍ସ୍‌ରେ ଉଭୟ ଟିମ୍‌ ସାମ୍ନାସାମ୍ନି ହୋଇଛନ୍ତି।

Related story