ଏହି ବିରଳ ରେକର୍ଡର ଅଧିକାରୀ ହେଲା ଇଂଲଣ୍ଡ

ଲଣ୍ଡନ୍‌: ଦିନିକିଆ କ୍ରିକେଟ୍‌ରେ ନୂଆ ଇତିହାସ ସୃଷ୍ଟି କରିଛି ଇଂଲଣ୍ଡ। ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ ଲଗାତର ୭ଟି ଦିନିକିଆରେ ୩୦୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛି। ଆଜି ବିଶ୍ୱକପ୍‌ରେ ଇଂଲଣ୍ଡ ତା’ର ତୃତୀୟ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳୁଥିଲା। ଏହି ମ୍ୟାଚ୍‌ରେ ଦଳ ୬ ୱିକେଟ୍‌ ବିନିମୟରେ ୩୮୬ ରନ୍‌ କରିଛି। ଏହାପୂର୍ବରୁ ଦଳ ୬ଟି ଯାକ ଦିନିକିଆ ମ୍ୟାଚ୍‌ରେ ୩୦୦ରୁ ଅଧିକ ରନ୍‌ କରିଥିଲା। ] ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ […]

ss

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 08:32 PM IST

ଲଣ୍ଡନ୍‌: ଦିନିକିଆ କ୍ରିକେଟ୍‌ରେ ନୂଆ ଇତିହାସ ସୃଷ୍ଟି କରିଛି ଇଂଲଣ୍ଡ। ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ ଲଗାତର ୭ଟି ଦିନିକିଆରେ ୩୦୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛି। ଆଜି ବିଶ୍ୱକପ୍‌ରେ ଇଂଲଣ୍ଡ ତା’ର ତୃତୀୟ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳୁଥିଲା। ଏହି ମ୍ୟାଚ୍‌ରେ ଦଳ ୬ ୱିକେଟ୍‌ ବିନିମୟରେ ୩୮୬ ରନ୍‌ କରିଛି। ଏହାପୂର୍ବରୁ ଦଳ ୬ଟି ଯାକ ଦିନିକିଆ ମ୍ୟାଚ୍‌ରେ ୩୦୦ରୁ ଅଧିକ ରନ୍‌ କରିଥିଲା। ]

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୧ ରନ୍‌ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ୩୪୮ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୩୪ ରନ୍‌ କରିଥିଲା।

ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୫ଟିକିଆ ଦିନିକିଆ ସିରିଜ୍‌ ଖେଳା ଯାଇଥିଲେ। ଗୋଟିଏ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଇଂଲଣ୍ଡ ଯଥାକ୍ରମେ ୩୭୩/୩, ୩୬୯/୪, ୩୪୧/୭ ଓ ୩୫୧/୯ କରିଥିଲା। ଏହି ୪ଟି ଯାକ ମ୍ୟାଚ୍‌ ଇଂଲଣ୍ଡ ଜିତିଥିଲା।

Related story