ତୃତୀୟ ଆଶେସ୍ ଟେଷ୍ଟ: ଇଂଲଣ୍ଡ ୬୭ ରନରେ ସଫା

ଲିଡ୍ସ: ଅଷ୍ଟ୍ରେଲିଆ ପେସ୍ ଆକ୍ରମଣ ଆଗରେ ହାର୍ ମାନିଛି ଇଂଲଣ୍ଡ। ଏଠାରେ ଚାଲିଥିବା ତୃତୀୟ ଆଶେସ୍ ଟେଷ୍ଟରେ ଇଂଲଣ୍ଡ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ପ୍ରଥମ ଇନିଂସରେ ମାତ୍ର ୬୭ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୧୨ ରନର ଅଗ୍ରଣୀ ହାସଲ କରିଛି। ଚଳିତ ବର୍ଷ ଇଂଲଣ୍ଡ ତୃତୀତଥର ପାଇଁ ଟେଷ୍ଟ କ୍ରିକେଟରେ ୧୦୦ରୁ କମ୍ ରନ୍ ଭିତରେ ଅଲଆଉଟ୍ ହୋଇଛି। ଏହା ପୂର୍ବରୁ ଗତମାସରେ ଲର୍ଡ୍ସରେ ଖେଳାଯାଇଥିବା ଆୟର୍ଲ୍ୟାଣ୍ଡ୍ […]

aus

aus

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 07:06 PM IST

Sports

Latest News

ଲିଡ୍ସ: ଅଷ୍ଟ୍ରେଲିଆ ପେସ୍ ଆକ୍ରମଣ ଆଗରେ ହାର୍ ମାନିଛି ଇଂଲଣ୍ଡ। ଏଠାରେ ଚାଲିଥିବା ତୃତୀୟ ଆଶେସ୍ ଟେଷ୍ଟରେ ଇଂଲଣ୍ଡ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ପ୍ରଥମ ଇନିଂସରେ ମାତ୍ର ୬୭ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୧୨ ରନର ଅଗ୍ରଣୀ ହାସଲ କରିଛି।

ଚଳିତ ବର୍ଷ ଇଂଲଣ୍ଡ ତୃତୀତଥର ପାଇଁ ଟେଷ୍ଟ କ୍ରିକେଟରେ ୧୦୦ରୁ କମ୍ ରନ୍ ଭିତରେ ଅଲଆଉଟ୍ ହୋଇଛି। ଏହା ପୂର୍ବରୁ ଗତମାସରେ ଲର୍ଡ୍ସରେ ଖେଳାଯାଇଥିବା ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ମାତ୍ର ୮୧ ରନ୍ କରି ଅଲଆଉଟ୍ ହୋଇଥିଲା। ସେହିପରି ଜାନୁଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବ୍ରିଜଟାଉନ୍ ଟେଷ୍ଟରେ ଇଂଲଣ୍ଡ ୭୭ ରନରେ ଅଲଆଉଟ୍ ହୋଇଥିଲା। ଚଳିତବର୍ଷ ଇଂଲଣ୍ଡର ଏହା ସର୍ବନିମ୍ନ ସ୍କୋର। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ସର୍ବନିମ୍ନ ୪୫ ରନ୍, ଯାହା ସେମାନେ ୧୮୮୭ରେ ସିଡନୀରେ କରିଥିଲେ।

ବୋଲରଙ୍କ ପାଇଁ ଅନୁକୂଳ ହେଡିଲେଂର ଏହି ପିଚରେ ବ୍ୟାଟିଂ କରିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ଡେନଲୀ (୧୨)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରୋରୀ ବର୍ନସ୍ ୯, ଜେସନ୍ ରୟ ୯, ବେନ୍ ଷ୍ଟୋକ୍ସ ୮, ଜନ୍ନି ବେୟାରଷ୍ଟୋ ୪, ଜୋସ ବଟଲର୍ ୫, କ୍ରିସ୍ ଓକ୍ସ ୫, ଜୋଫ୍ରା ଆର୍ଚର୍ ୭, ଜ୍ୟାକ୍ ଲିଚ୍ ୧ ରନ୍ କରି ଆଉଟ୍ ହୋଇଥିଲେ। କ୍ୟାପଟେନ୍ ଜୋ ରୁଟ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଅର ସଫଳ ବୋଲର ଭାବେ ଜୋଶ ହେଜଲଉଡ୍ ୩୦ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ୨୩ ରନ୍ ଦେଇ ୩ଟି ଏବଂ ଜେମ୍ସ ପ୍ୟାଟିନସନ୍ ୯ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଗୁରୁବାର ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂକୁ ସାମ୍ନାନପାରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୯ ରନ୍ କରି ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍ ଲାବୁଶେନ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରି ନଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗୀଦାରୀ କରି ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଅଷ୍ଟ୍ରେଲିଆ ତା'ର ଶେଷ ୮ ୱିକେଟ୍ ମାତ୍ର ୪୩ ରନରେ ହରାଇଥିଲା। ଲାବୁଶେନ୍ ୧୨୯ ବଲରେ ୧୦ ଚୌକା ସହ ୭୪ ଓ ୱାର୍ଣ୍ଣର୍ ୯୪ ବଲରେ ୭ ଚୌକା ସହ ୬୧ ରନ୍ କରିଥିଲେ। ମାର୍କସ୍ ହାରିସ୍ (୮), ଉସମାନ୍ ଖୱାଜା (୮), ଟ୍ରେଭିସ୍ ହେଡ୍ (୦), ମାଥ୍ୟୁ ୱେଡ୍ (୦), କ୍ୟାପଟେନ୍ ଟିମ୍ ପେନ୍ (୧୧), ଜେମ୍ସ ପ୍ୟାଟିନସନ୍ (୨), ପ୍ୟାଟ୍ କମିନ୍ସ (୦) ଓ ନେଥନ ଲାୟନ୍ (୧) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ୪୫ ରନ୍ ଦେଇ ୬ଟି ଓ ବ୍ରଡ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story