ହକି ବିଶ୍ୱ ଲିଗ ଫାଇନାଲ: ୩-୨ ଗୋଲରେ ଭାରତ ହାରିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ହକି ବିଶ୍ୱ ଲିଗ ଫାଇନାଲରେ ଦ୍ୱିତୀୟ ଦିନରେ ଆଜି ମୁହାଁମୁହିଁ ହେଉଥିଲେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚରେ ଇଂଲଣ୍ଡ ୩-୨ ଗୋଲରେ ଭାରତକୁ ପରାସ୍ତ କରିଛି। ଖେଳ ଆରମ୍ଭ ହେବାର ୨୫ ମିନିଟ୍‌ରେ ଅଷ୍ଟ୍ରେଲିଆର ଡେଭିଡ୍‌ ପ୍ରଥମ ଗୋଲ ଦେଇଥିଲେ। ୪୩ ମିନିଟ୍‌ରେ ଶାମ ୱାଡ଼ା ଆଉ ଏକ ଗୋଲ ଦେବା ପରେ ୨-୦ ରେ ଇଂଲଣ୍ଡ ଆଗୁଆ ରହିଥିଲା। ୪୭ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶ […]

hocky-india-lose

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 10:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ହକି ବିଶ୍ୱ ଲିଗ ଫାଇନାଲରେ ଦ୍ୱିତୀୟ ଦିନରେ ଆଜି ମୁହାଁମୁହିଁ ହେଉଥିଲେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚରେ ଇଂଲଣ୍ଡ ୩-୨ ଗୋଲରେ ଭାରତକୁ ପରାସ୍ତ କରିଛି। ଖେଳ ଆରମ୍ଭ ହେବାର ୨୫ ମିନିଟ୍‌ରେ ଅଷ୍ଟ୍ରେଲିଆର ଡେଭିଡ୍‌ ପ୍ରଥମ ଗୋଲ ଦେଇଥିଲେ। ୪୩ ମିନିଟ୍‌ରେ ଶାମ ୱାଡ଼ା ଆଉ ଏକ ଗୋଲ ଦେବା ପରେ ୨-୦ ରେ ଇଂଲଣ୍ଡ ଆଗୁଆ ରହିଥିଲା। ୪୭ ମିନିଟ୍‌ରେ ଭାରତ ପକ୍ଷରୁ ଆକାଶ ସିଂହ ଗୋଟିଏ ଗୋଲ ଦେଇଥିଲେ। ୫୦ ମିନିଟ୍‌ରେ ରୁପିନ୍ଦର ସିଂହ ଆଉ ଏକ ଗୋଲ ଦେଇ ୨-୨ରେ ବରାବର କରିଥିଲେ। ତେବେ ୫୭ ମିନିଟ୍‌ ଶାମ ୱାଡ଼ା ଆଉ ଏକ ଗୋଲ ଦେବା ଫଳରେ ୩-୨ରେ ଇଂଲଣ୍ଡ ବିଜୟୀ ହୋଇଥିଲା।

Related story