ଟି୨୦ ବିଶ୍ୱକପ୍‌ ସେମିରେ ନିରାଶ କଲା ଟିମ୍‌ ଇଣ୍ଡିଆ, ୮ ୱିକେଟ୍‌ରେ ଜିତିଲା ଇଂଲଣ୍ଡ

ଆଣ୍ଟିଗୁଆ: ଶେଷରେ ପୁଣି ଏକ ବିଶ୍ୱକପ୍ ଭାରତ ଆସିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍‌ର ଆଣ୍ଟିଗୁଆଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତକୁ ୮ ୱିକେଟ୍‌ରେ ହରାଇଛି ଇଂଲଣ୍ଡ। ହରମନ୍‌ପ୍ରୀତ୍‌ ବାହିନୀର ଦେଇଥିବା ୧୧୨ ରନ୍‌ର ଛୋଟ ଟାର୍ଗେଟ୍‌କୁ ହାସଲ କରିବା ଇଂଲଣ୍ଡ ପାଇଁ କଷ୍ଟକର ହୋଇନି। India's spirited campaign in the ICC #WT20 comes to an end. England win the 2nd semi-final by 8 wickets and they […]

india-lost

Subrat Kumar Nayak
  • Published: Friday, 23 November 2018
  • , Updated: 23 November 2018, 09:41 AM IST

ଆଣ୍ଟିଗୁଆ: ଶେଷରେ ପୁଣି ଏକ ବିଶ୍ୱକପ୍ ଭାରତ ଆସିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍‌ର ଆଣ୍ଟିଗୁଆଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତକୁ ୮ ୱିକେଟ୍‌ରେ ହରାଇଛି ଇଂଲଣ୍ଡ। ହରମନ୍‌ପ୍ରୀତ୍‌ ବାହିନୀର ଦେଇଥିବା ୧୧୨ ରନ୍‌ର ଛୋଟ ଟାର୍ଗେଟ୍‌କୁ ହାସଲ କରିବା ଇଂଲଣ୍ଡ ପାଇଁ କଷ୍ଟକର ହୋଇନି।

https://twitter.com/BCCIWomen/status/1065798070019837952

ହିଦର୍‌ ନାଇଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଆରମ୍ଭରୁ ଯଦିଓ ସଅଳ ୱିକେଟ୍‌ ହରାଇଥିଲା, ନାତାଲି ସିଭର୍‌ ଏବଂ ଆମି ଏଲେନ୍‌ ଜୋନ୍ସ ତୃତୀୟ ୱିକେଟ୍‌ ପାଇଁ ଦୃଢ଼ ପାର୍ଟନରଶିପ୍‌ କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ଭାରତ ପକ୍ଷରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ରନ୍‌ ସଂଗ୍ରହ କରିବାରେ ସାମାନ୍ୟ ସଫଳ ହୋଇଥିଲେ ଯାହାକି ପରବର୍ତ୍ତୀ ସମୟରେ ଦୁର୍ବଳ ହେବାରେ ଲାଗିଥିଲା। ଏହି କ୍ରମରେ ସ୍ମୃତି ମାନ୍ଧନା ଏବଂ ଜେମିମା ରୋଡରିଗ୍‌ସ ଭାରତ ପାଇଁ ସର୍ବାଧିକ ୩୬ ଏବଂ ୨୪ ରନ୍‌ କରିଥିଲେ। ମୋଟ ୭ ଜଣ ବ୍ୟାଟ୍‌ସମ୍ୟାନ୍‌ ଦୁଇଅଙ୍କ ଛୁଇଁବାରେ ମଧ୍ୟ ବିଫଳ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୫୩ ରନ୍‌ କରିଥିବା ଜୋନ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ ୫୨ ରନ୍‌ କରିଥିବା ସିଭର୍‌ଙ୍କ ସହିତ ପାର୍ଟନରଶିପ୍‌ କରି ବିଜୟ ସହଜ କରାଇଥିଲେ।

ଆଜିର ଚୂଡ଼ାନ୍ତ ଏକାଦଶରେ ମିତାଲି ରାଜ୍‌ ସ୍ଥାନ ନପାଇବା ନେଇ ଆରମ୍ଭରୁ ଅସନ୍ତୁଷ୍ଟି ଥିଲା। ପାକିସ୍ତାନ ଏବଂ ଆୟାର୍ଲ୍ୟାଣ୍ଡ ମ୍ୟାଚ୍‌ରେ ସେ ହିଁ ଭାରତକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଆଜି ତାଙ୍କୁ ଦଳରେ ନନେବା ଦୀର୍ଘ ଦିନଧରି ସମାଲୋଚନାର କାରଣ ହେବ।

Related story