ଅଣ୍ଡର-୧୯ ଟିମ୍‌ରେ ଅର୍ଜୁନଙ୍କୁ ସାମିଲ୍ କରାଯିବା ପରେ ଏହି ମହିଳା କ୍ରିକେଟର ଭାରି ଖୁସି: କୋହଲିଙ୍କୁ ବିବାହ କରିବେ କହି ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଅଣ୍ଡର-୧୯ ଭାରତୀୟ ଦଳରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ସାମିଲ କରାଯାଇଛି। ଏହି ଗସ୍ତବେଳେ ଭାରତ ୨ଟି ୪ ଦିବସୀୟ ମ୍ୟାଚ୍‌ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କୁ କେବଳ ୪ ଦିବସୀୟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଅର୍ଜୁନ୍‌ଙ୍କୁ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ୍‌ ୱେଟ୍ ମଧ୍ୟ ଟ୍ୱିଟ୍‌ କରି […]

71596-bltugyseqk-1513691707

71596-bltugyseqk-1513691707

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 09:51 AM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଅଣ୍ଡର-୧୯ ଭାରତୀୟ ଦଳରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ସାମିଲ କରାଯାଇଛି। ଏହି ଗସ୍ତବେଳେ ଭାରତ ୨ଟି ୪ ଦିବସୀୟ ମ୍ୟାଚ୍‌ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କୁ କେବଳ ୪ ଦିବସୀୟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଅର୍ଜୁନ୍‌ଙ୍କୁ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ୍‌ ୱେଟ୍ ମଧ୍ୟ ଟ୍ୱିଟ୍‌ କରି ତାଙ୍କ ଖୁସି ଜାହିର କରିଛନ୍ତି। 'ୟେସ୍‌ ଅର୍ଜୁନ୍‌!' ଲେଖି ସେ ଏକ ଟ୍ୱିଟ୍ କରିଛନ୍ତି।

ତେବେ ଜଣାଇଦେଉଛୁ ଯେ , ଡେନିୟଲ ହେଉଛନ୍ତି ସେହି ମହିଳା କ୍ରିକେଟର ଯିଏ ଦିନେ ବିରାଟ କୋହଲିଙ୍କୁ ବାହା ହେବା ପାଇଁ ପ୍ରପୋଜ୍‌ କରିଥିଲେ। ସୋସିଆଲ୍ ମିଡିଆରେ ସେ 'କୋହଲି ମ୍ୟାରି ମି' ଲେଖିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଯଦିଓ ସେ ସମୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ରିଲେସନସିପ୍‌ରେ ଥିଲେ। ତେଣୁ ଡେନିୟଲ ବିରାଟଙ୍କୁ ପସନ୍ଦ କରିବା କଥା ସ୍ୱୀକାର କରି ବିବାହ ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ ତାକୁ ଥଟ୍ଟା କହି ଏଡାଇ ଦେଇଥିଲେ।

ସୂଚନା ଅନୁଯାୟୀ ଡେନିୟଲ ଏବଂ ଅର୍ଜୁନ ଭଲ ବନ୍ଧୁ। ଏକ ମ୍ୟାଚ୍‌ ସମୟରେ ଉଭୟଙ୍କର ଭେଟ ହୋଇଥିଲା। ଅର୍ଜୁନ କିଛି ବର୍ଷ ହେବ ଇଂଲଣ୍ଡରେ କ୍ରିକେଟ୍‌ ତାଲିମ୍ ନେଉଛନ୍ତି। ଡେନିୟଲ ଆଜିକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ପାଇଁ ପ୍ରସ୍ତୁତି ଚଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos