ଧୋନିଙ୍କର ପ୍ରିୟ ଖେଳାଳି କିଏ? ଯୁବରାଜ ଖୋଲିଲେ ରହସ୍ୟ

ନୂଆଦିଲ୍ଲୀ: ସାଧାରଣତଃ କ୍ରିକେଟରେ ପ୍ରତି କ୍ୟାପଟେନଙ୍କର ନିଜ ନିଜର ଫେଭରିଟ୍ କ୍ରିକେଟର୍ ଥାନ୍ତି। ଭାରତର ପୂର୍ବତନ କ୍ୟାପନେଟ୍ ତଥା ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରିୟ କ୍ରିକେଟର୍ କିଏ, ତା’ର ଖୁଲାସା କରିଛନ୍ତି ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ। ଯୁବରାଜଙ୍କ ମତରେ କୌଣସି କ୍ୟାପଟେନଙ୍କ ନିଜ ପସନ୍ଦର କ୍ରିକେଟର୍ ହେବା ସାଧାରଣ କଥା ଏବଂ ଯେଉଁଠି ଧୋନିଙ୍କ କଥା ସାମ୍ନା ଆସେ, ତାହେଲେ ତାଙ୍କର ପ୍ରିୟ କ୍ରିକେଟର୍ ହେଉଛନ୍ତି ସୁରେଶ ରାଇନା। ରାଇନାଙ୍କୁ ଧୋନିଙ୍କ […]

dhoni-and-raina

Ranjit Kumar Jena
  • Published: Sunday, 19 April 2020
  • , Updated: 19 April 2020, 05:04 PM IST

ନୂଆଦିଲ୍ଲୀ: ସାଧାରଣତଃ କ୍ରିକେଟରେ ପ୍ରତି କ୍ୟାପଟେନଙ୍କର ନିଜ ନିଜର ଫେଭରିଟ୍ କ୍ରିକେଟର୍ ଥାନ୍ତି। ଭାରତର ପୂର୍ବତନ କ୍ୟାପନେଟ୍ ତଥା ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରିୟ କ୍ରିକେଟର୍ କିଏ, ତା'ର ଖୁଲାସା କରିଛନ୍ତି ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ। ଯୁବରାଜଙ୍କ ମତରେ କୌଣସି କ୍ୟାପଟେନଙ୍କ ନିଜ ପସନ୍ଦର କ୍ରିକେଟର୍ ହେବା ସାଧାରଣ କଥା ଏବଂ ଯେଉଁଠି ଧୋନିଙ୍କ କଥା ସାମ୍ନା ଆସେ, ତାହେଲେ ତାଙ୍କର ପ୍ରିୟ କ୍ରିକେଟର୍ ହେଉଛନ୍ତି ସୁରେଶ ରାଇନା। ରାଇନାଙ୍କୁ ଧୋନିଙ୍କ ପ୍ରଚୁର ସମର୍ଥନ ମିଳୁଥିଲା। ସୀମିତ ଓଭର କ୍ରିକେଟର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ କହିଛନ୍ତି, ୨୦୧୧ ବିଶ୍ୱକପ୍ ବେଳେ ଧୋନି ଚୟନକୁ ନେଇ ବେଶ୍ ଚିନ୍ତିତ ଥିଲେ। ଚୂଡ଼ାନ୍ତ ଏକାଦଶରେ ୟୁସୁଫ୍ ପଠାନ୍ ଏବଂ ରାଇନାଙ୍କ ମଧ୍ୟରୁ କାହାକୁ ସ୍ଥାନ ଦେବେ, ତାହା ଧୋନିଙ୍କୁ ଚିନ୍ତାରେ ପକାଇ ଦେଇଥିଲା।

ଯୁବରାଜ କହିଛନ୍ତି, "ରାଇନାଙ୍କୁ ସେତେବେଳେ ବିପୁଳ ସମର୍ଥନ ମିଳିଥିଲା, କାରଣ ଧୋନି ତାଙ୍କ ସହ ଥିଲେ। ସବୁ କ୍ୟାପଟେନଙ୍କର କେହି ନା କେହି ପସନ୍ଦର ଖେଳାଳି ଥାନ୍ତି ଏବଂ ମୋ ମତରେ ଧୋନି ରାଇନାଙ୍କୁ ଖୁବ୍ ସମର୍ଥନ କରୁଥିଲେ।" ଶେଷରେ ତିନିଜଣ ଖେଳାଳି ଚୂଡ଼ାନ୍ତ ଏକାଦଶ (ପଠାନଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଏକାଦଶରୁ ହଟାଇ ଦିଆଗଲା)ରେ ସ୍ଥାନ ହାସଲ କରିଥିଲେ ଏବଂ ଭାରତକୁ ଟାଇଟଲ୍ ଜିତାଇବାରେ ଯୁବରାଜ ପ୍ରମୁଖ ଭୂମିକା ବହନ କରିଥିଲେ।

ଯୁବରାଜ କହିଛନ୍ତି, "ସେହି ସମୟରେ ୟୁସୁଫ୍ ପଠାନ୍ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ ଏବଂ ମୁଁ ବି ଭଲ ଖେଳୁଥିଲି ଏବଂ ଲଗାତର ୱିକେଟ୍ ମଧ୍ୟ ନେଉଥିଲି। ରାଇନା ସେହି ସମୟରେ ଭଲ ଲୟରେ ନଥିଲେ। ଆମ ପାଖରେ ବାମହାତୀ ସ୍ପିନର ନଥିଲେ ଏବଂ ମୁଁ ୱିକେଟ୍ ମଧ୍ୟ ହାସଲ କରୁଥିଲି, ଏଥିପାଇଁ ଧୋନିଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା।"

ତେବେ ଧୋନିଙ୍କ ନେତୃତ୍ୱ ଅପେକ୍ଷା ଯୁବରାଜ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଯୁବରାଜ କହିଛନ୍ତି, "ଦାଦା ମୋ ପସନ୍ଦର କ୍ୟାପଟେନ୍‌, ଯିଏ ସର୍ବଦା ଯୁବ ଖେଳାଳିଙ୍କୁ ସମର୍ଥନ କରୁଥିଲେ। ଏହାଛଡ଼ା ମୋତେ ଗାଙ୍ଗୁଲିଙ୍କଠାରୁ ହିଁ ଅଧିକ ସମର୍ଥନ ମିଳିଛି। ସେହି ସମୟରେ ଆମେ ଯୁବ ଥିଲୁ, ଏଥିପାଇଁ ସେ ଆମ ପ୍ରତିଭାକୁ ଚିହ୍ନଟ କରିଥିଲେ।"

Related story