ୱେଷ୍ଟଇଣ୍ଡିଜ୍ କ୍ରିକେଟର ଏଭିନ୍ ଲୁଇସ୍ ଆହତ

ମୁମ୍ବାଇ: ଭାରତ ବିପକ୍ଷ ଏଠାରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସଙ୍କୁ ଶକ୍ତ ଆଘାତ ଲାଗିଛି। ଭାରତୀୟ ଇନିଂସର ଦ୍ୱାଦଶ ଓଭରରେ ଲୁଇସ୍ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା। ଏହି ଓଭରରେ ଲୋକେଶ ରାହୁଲ୍ ସ୍କୋୟାର୍ ଅଞ୍ଚଳରେ ଶଟ୍ ଖେଳିଥିଲେ, ଯେଉଁଠାରେ ଲୁଇସ୍ ଫିଲ୍ଡିଂ କରୁଥିଲେ। ବଲ୍ ଦୂରରେ ଥିଲେ ଏବଂ ଏହି ସମୟରେ ବଲ ଆଡ଼କୁ ଦ୍ରୁତ ଗତି ଯାଉଥିବା ଲୁଇସଙ୍କ ଆଣ୍ଠୁ […]

lewis

Ranjit Kumar Jena
  • Published: Wednesday, 11 December 2019
  • , Updated: 11 December 2019, 09:39 PM IST

ମୁମ୍ବାଇ: ଭାରତ ବିପକ୍ଷ ଏଠାରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସଙ୍କୁ ଶକ୍ତ ଆଘାତ ଲାଗିଛି। ଭାରତୀୟ ଇନିଂସର ଦ୍ୱାଦଶ ଓଭରରେ ଲୁଇସ୍ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା।

ଏହି ଓଭରରେ ଲୋକେଶ ରାହୁଲ୍ ସ୍କୋୟାର୍ ଅଞ୍ଚଳରେ ଶଟ୍ ଖେଳିଥିଲେ, ଯେଉଁଠାରେ ଲୁଇସ୍ ଫିଲ୍ଡିଂ କରୁଥିଲେ। ବଲ୍ ଦୂରରେ ଥିଲେ ଏବଂ ଏହି ସମୟରେ ବଲ ଆଡ଼କୁ ଦ୍ରୁତ ଗତି ଯାଉଥିବା ଲୁଇସଙ୍କ ଆଣ୍ଠୁ ତଳେ ଲାଖି ଯାଇଥିଲା। ଏହା ପରେ ଲୁଇସ୍ ମଇଦାନରେ ପଡ଼ିଯାଇଥିଲେ ଏବଂ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

ଇଣ୍ଡିଜ୍ ଫିଜିଓ ଗ୍ରାଉଣ୍ଡକୁ ଆସିଥିଲେ ଏବଂ ସେ ଲୁଇସଙ୍କ ଯାଞ୍ଚ କରିଥିଲେ। ଲୁଇସଙ୍କ ଆଣ୍ଠୁରେ ଯନ୍ତ୍ରଣା ଏତେ ଥିଲା ଯେ ସେ ନିଜର ଡାହାଣ ପାଦକୁ ଠିକ୍ ଭାବେ ରଖିପାରୁନଥିଲେ। ପରେ ଚାଲିନପାରିବାରୁ ଲୁଇସଙ୍କୁ ଷ୍ଟ୍ରେଚର୍ ଦ୍ୱାରା ବାହାରକୁ ନିଆଯାଇଥିଲା। ଆହତ ଦ୍ୱାରା ଲୁଇସ୍ ବ୍ୟାଟିଂ କରିବାକୁ ଆସିନଥିଲେ।

Related story