ଖୁବଶୀଘ୍ର ବାପା ହେବେ ଯୁବରାଜ!

ନୂଆଦିଲ୍ଲୀ: ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି। ସିକ୍ସର୍ କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ତେବେ ଏ କଥା ଆମେ କହୁନୁ। ଖୋଦ୍ ଯୁବରାଜ ଏହାର ଖୁଲାସା କରିଛନ୍ତି। ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସନଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଯୁବରାଜ ବାପା ହେବା ନେଇ ଇସାରା ଦେଇଛନ୍ତି। ଯୁବରାଜ କହିଥିଲେ, ବର୍ତ୍ତମାନ ମୁଁ […]

Untitled-2

Ranjit Kumar Jena
  • Published: Monday, 18 May 2020
  • , Updated: 18 May 2020, 08:38 PM IST

ନୂଆଦିଲ୍ଲୀ: ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି। ସିକ୍ସର୍ କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ତେବେ ଏ କଥା ଆମେ କହୁନୁ। ଖୋଦ୍ ଯୁବରାଜ ଏହାର ଖୁଲାସା କରିଛନ୍ତି। ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସନଙ୍କ ସହ ଇନଷ୍ଟାଗ୍ରାମ ଲାଇଭରେ ଯୁବରାଜ ବାପା ହେବା ନେଇ ଇସାରା ଦେଇଛନ୍ତି।

ଯୁବରାଜ କହିଥିଲେ, ବର୍ତ୍ତମାନ ମୁଁ ମୋ ପରିବାର ସହ ସମୟ ବିତାଉଛି। ବିଶେଷକରି ଅଧିକାଂଶ ସମୟ ପାର୍କରେ ବିତାଉଛି। ଆଶା କରୁଛି ଶୀଘ୍ର ବାପା ହେବି। ବାପା ହେବା ପରେ କୋଚିଂ କ୍ଷେତ୍ରରେ ପାଦ ଥାପିବି। ଯଦି କୋଚିଂ ନଦେଲି, ତାହେଲେ କମେଣ୍ଟ୍ରି କରିବି ବୋଲି ଯୁବରାଜ ପିଟରସନଙ୍କୁ କହିଥିଲେ। କୋଚ୍ ହେବା ନେଇ ଯୁବରାଜ ଆହୁରି କହିଥିଲେ, ମୁଁ କ୍ରିକେଟରଙ୍କ ମାନସିକତା ଉପରେ କାମ କରିବାକୁ ଚାହେଁ। କମେଣ୍ଟ୍ରିରୁ ଅଧିକ କୋଚିଂ ଦେବା ଉପରେ ମୋର ଅଧିକ ଆଗ୍ରହ ରହିଛି।

ଏହା ପୂର୍ବରୁ ମଧ୍ୟ ୨୦୧୮ରେ ଯୁବରାଜ ବାପା ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସୂଚନାଯୋଗ୍ୟ, ଯୁବରାଜ ୨୦୧୬ରେ ବଲିଉଡ୍ ଅଭିନେତ୍ରୀ ହେଜଲ୍ କିଚଙ୍କୁ ବିବାହ କରିଥିଲେ। ଏହାପରଠାରୁ ଦୁହେଁ ସର୍ବଦା ଲାଇମଲାଇଟରେ ରହିଆସୁଛନ୍ତି। ଯୁବରାଜ ମଧ୍ୟ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ଘୋଷଣା କରିଥିଲେ।

Related story