ଷ୍ଟେନ୍‌ଙ୍କ ଆହତ ପାଇଁ ଆଇପିଏଲ୍‌କୁ ଦାୟୀ କଲେ ଡ୍ୟୁପ୍ଲେସିସ୍

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଡେଲ୍ ଷ୍ଟେନ୍ କାନ୍ଧଜନିତ ଆଘାତ ସମସ୍ୟାରୁ ମୁକୁଳି ପାରିନାହନ୍ତି। ଏହି କାରଣରୁ ସେ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଷ୍ଟେନଙ୍କ ସ୍ଥାନରେ ବ୍ୟୁରନ୍ ହେଣ୍ଡ୍ରିକ୍ସଙ୍କୁ ସାମିଲ୍ କରାଯାଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଷ୍ଟେନଙ୍କ ଆହତ ପାଇଁ ଆଇପିଏଲକୁ ଦାୟୀ କରିଛନ୍ତି। ଡ୍ୟୁପ୍ଲେସିସ୍ କହିଛନ୍ତି, ଚଳିତ ବର୍ଷର ଆଇପିଏଲରେ କମ୍ ସମୟ ପାଇଁ ଖେଳିବା ଯୋଗୁ ଷ୍ଟେନଙ୍କ ସମସ୍ୟା ବଢ଼ିଥିଲା। ଯଦି ଷ୍ଟେନଙ୍କୁ ଆଇପିଏଲ୍ ପାଇଁ ଚୟନ କରାଯାଇ ନଥାନ୍ତା, […]

faf

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 08:53 PM IST

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଡେଲ୍ ଷ୍ଟେନ୍ କାନ୍ଧଜନିତ ଆଘାତ ସମସ୍ୟାରୁ ମୁକୁଳି ପାରିନାହନ୍ତି। ଏହି କାରଣରୁ ସେ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଷ୍ଟେନଙ୍କ ସ୍ଥାନରେ ବ୍ୟୁରନ୍ ହେଣ୍ଡ୍ରିକ୍ସଙ୍କୁ ସାମିଲ୍ କରାଯାଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଷ୍ଟେନଙ୍କ ଆହତ ପାଇଁ ଆଇପିଏଲକୁ ଦାୟୀ କରିଛନ୍ତି।

ଡ୍ୟୁପ୍ଲେସିସ୍ କହିଛନ୍ତି, ଚଳିତ ବର୍ଷର ଆଇପିଏଲରେ କମ୍ ସମୟ ପାଇଁ ଖେଳିବା ଯୋଗୁ ଷ୍ଟେନଙ୍କ ସମସ୍ୟା ବଢ଼ିଥିଲା। ଯଦି ଷ୍ଟେନଙ୍କୁ ଆଇପିଏଲ୍ ପାଇଁ ଚୟନ କରାଯାଇ ନଥାନ୍ତା, ତାହେଲେ ସେ ଏଠାରେ ଥାନ୍ତେ। ସେ ଆଇପିଏଲ୍ ପୂର୍ବରୁ ଭଲ ଲୟରେ ବୋଲିଂ କରୁଥିଲେ। ଆଇପିଏଲରେ ମଧ୍ୟ ତାଙ୍କୁ ସର୍ବଶ୍ରେଷ୍ଠ ଲୟରେ ଥିବା ଦେଖିବାକୁ ମିଳିଥିଲା।

ଦୁର୍ଭାଗ୍ୟବଶତଃ ଆଇପିଏଲରେ ତାଙ୍କୁ ଆଘାତ ଲାଗିଥିଲା। ଆଇପିଏଲରେ ସେ ଯେଉଁ ଦୁଇଟି ମ୍ୟାଚ୍ ଖେଳିଛନ୍ତି, ସେଥିରେ ତାଙ୍କର ପ୍ରଦର୍ଶନ ଦମଦାର ରହିଥିଲା ବୋଲି ଡ୍ୟୁପ୍ଲେସିସ୍ କହିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲରେ ଷ୍ଟେନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳିଥିଲେ। ଦୁଇଟି ମ୍ୟାଚ୍ ଖେଳିବା ପରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ସେ ଆଇପିଏଲରୁ ବାଦ୍ ପଡ଼ିଥିଲେ।

Related story