ମାଦ୍ରିଦ୍‌ ଓପନ୍‌: ଫାଇନାଲରେ ବୋପାନ୍ନା-ମେରଗିୟେ ଯୋଡି

ମାଦ୍ରିଦ୍‌: ମାଦ୍ରିଦ୍‌ ଓପନ୍‌ ଫାଇନାଲର ପ୍ରବେଶ କରିଛନ୍ତି ଭାରତର ରୋହନ୍‌ ବୋପାନ୍ନା ଓ ରୋମାନି୍ରାର ମେରଗିୟେଙ୍କ ଯୋଡି। ପୁରୁଷ ଡବଲ୍ସର ଫାଇନାଲରେ ଏହି ଭାରତ-ରୋମାନିଆ ଯୋଡି ଜିନ୍‌ ଜୁଲିନ୍‌ ରୋଜର ଓ ହୋରିଆ ଟେକାଉଙ୍କୁ ଭେଟିବେ। ଗତକାଲି ଏହି ଯୋଡି କ୍ରୋଏସିଆ-ବ୍ରାଜିଲ୍‌ ଯୋଡି ଇଭାନ୍‌ ଡୋଡିକ୍‌ ଓ ମାର୍ସେଲୋ ମେଲୋ ଯୋଡିଙ୍କୁ ୭-୫, ୬-୭, ୧୨-୧୦ ସେଟ୍‌ରେ ହରାଇ ଫାଇନାଲକୁ ଆସିଥିଲେ। ଗତକାଲି ମହିଳା ଡବଲ୍ସ ଫାଇନାଲରେ ପଞ୍ଚମ ସିଡ୍‌ କରୋଲିନ୍‌ ଗ୍ରାସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କଠାରୁ […]

bopanna-mergea-afp-2

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 11:37 AM IST

ମାଦ୍ରିଦ୍‌: ମାଦ୍ରିଦ୍‌ ଓପନ୍‌ ଫାଇନାଲର ପ୍ରବେଶ କରିଛନ୍ତି ଭାରତର ରୋହନ୍‌ ବୋପାନ୍ନା ଓ ରୋମାନି୍ରାର ମେରଗିୟେଙ୍କ ଯୋଡି। ପୁରୁଷ ଡବଲ୍ସର ଫାଇନାଲରେ ଏହି ଭାରତ-ରୋମାନିଆ ଯୋଡି ଜିନ୍‌ ଜୁଲିନ୍‌ ରୋଜର ଓ ହୋରିଆ ଟେକାଉଙ୍କୁ ଭେଟିବେ।

ଗତକାଲି ଏହି ଯୋଡି କ୍ରୋଏସିଆ-ବ୍ରାଜିଲ୍‌ ଯୋଡି ଇଭାନ୍‌ ଡୋଡିକ୍‌ ଓ ମାର୍ସେଲୋ ମେଲୋ ଯୋଡିଙ୍କୁ ୭-୫, ୬-୭, ୧୨-୧୦ ସେଟ୍‌ରେ ହରାଇ ଫାଇନାଲକୁ ଆସିଥିଲେ।

ଗତକାଲି ମହିଳା ଡବଲ୍ସ ଫାଇନାଲରେ ପଞ୍ଚମ ସିଡ୍‌ କରୋଲିନ୍‌ ଗ୍ରାସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କଠାରୁ ୪-୬, ୪-୬ ସେଟ୍‌ରେ ପରାସ୍ତ ହୋଇ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ସାଥୀ ମାର୍ଟିନା ହିଙ୍ଗିସ୍‌ ରନର୍ସ ଅଫ୍ ହୋଇଛନ୍ତି।

 

Related story