ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଫୱାଦ ଆଲମ

ଇସଲାମାବାଦ: ଖରାପ ଫର୍ମ ପାଇଁ ଦୀର୍ଘ ୧୦ ହେଲା ପାକିସ୍ତାନର ଜାତୀୟ ଟିମ୍‌ରୁ ବାଦ ପଡ଼ିଥିବା ବାମହାତୀ ବ୍ୟାଟସମ୍ୟାନ ଫୱାଦ ଆଲମ ଶେଷରେ କମବ୍ୟାକ୍‌ କରିଛନ୍ତି। ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଐତିହାସିକ ଟେଷ୍ଟ ସିରିଜ୍‌ ପାଇଁ ପାକିସ୍ତାନ ଟିମ୍‌ରେ ସ୍ଥାନ ମିଳିଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଫୱାଦ ଜାତୀୟ ଟିମ୍‌ରୁ ବାଦ ପଡ଼ିଥିଲେ ହେଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିଥିଲେ। ନିକଟରେ କ୍ୟୁଏଦ ଇ-ଆଜମ […]

s

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 05:41 PM IST

ଇସଲାମାବାଦ: ଖରାପ ଫର୍ମ ପାଇଁ ଦୀର୍ଘ ୧୦ ହେଲା ପାକିସ୍ତାନର ଜାତୀୟ ଟିମ୍‌ରୁ ବାଦ ପଡ଼ିଥିବା ବାମହାତୀ ବ୍ୟାଟସମ୍ୟାନ ଫୱାଦ ଆଲମ ଶେଷରେ କମବ୍ୟାକ୍‌ କରିଛନ୍ତି। ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଐତିହାସିକ ଟେଷ୍ଟ ସିରିଜ୍‌ ପାଇଁ ପାକିସ୍ତାନ ଟିମ୍‌ରେ ସ୍ଥାନ ମିଳିଛି।

ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଫୱାଦ ଜାତୀୟ ଟିମ୍‌ରୁ ବାଦ ପଡ଼ିଥିଲେ ହେଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିଥିଲେ। ନିକଟରେ କ୍ୟୁଏଦ ଇ-ଆଜମ ଟ୍ରଫିରେ ସେ ଚମତ୍କାର ଲୟରେ ଥିବା ଦେବାକୁ ମିଳିଥିଲା। ସିନ୍ଧ ପକ୍ଷରୁ ପ୍ରଥମ ଶ୍ରେଶୀ କ୍ରିକେଟ ଖେଳୁଥିବା ଫୱାଦ ବର୍ତ୍ତମାନ ସୁଦ୍ଧା ୪ଟି ଶତକ ହାସଲ କରି ସାରିଲେଣି।

୩୪ ବର୍ଷୀୟ ଫୱାଦ ପାକିସ୍ତାନ ପାଇଁ ମାତ୍ର ୩ଟି ଟେଷ୍ଟ ଖେଳି ଗୋଟିଏ ଶତକ ସହ ୨୫୦ ରନ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ୨୦୦୯ ମସିହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଫୱାଦ ପାକିସ୍ତାନ ପାଇଁ ୩୮ଟି ଦିନିକିଆ ଓ ୨୪ ଟି-୨୦ ମ୍ୟାଚ ମଧ୍ୟ ଖେଳିଥିଲେ।

ଅନ୍ୟପକ୍ଷରେ ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନ ପ୍ରଥମଥର ନିଜ ମାଟିରେ ଟେଷ୍ଟ ମ୍ୟାଚର ଆୟୋଜନ କରୁଛି। ଶ୍ରୀଲଙ୍କା ହିଁ ୨୦୦୯ରେ ଶେଷଥର ପାଇଁ ଏଠାରେ ଟେଷ୍ଟ ସିରିଜ ଖେଳିବାକୁ ଆସିଥିଲା। ତେବେ ଶ୍ରୀଲଙ୍କା ଟିମର ବସ ଉପରେ ଆତଙ୍କୀ ଆକ୍ରମଣ ହେବାରୁ ସିରିଜ୍‌କୁ ବାତିଲ କରି ଦିଆଯାଇଥିଲା। ସେବେଠାରୁ କୌଣସି ଦଳ ପାକିସ୍ତାନ ଯାଇ ଟେଷ୍ଟ ସିରିଜ ଖେଳି ନଥିଲେ। ହେଲେ ଏବେ ସେହି ଶ୍ରୀଲଙ୍କା ଟିମ ଆସନ୍ତା ସପ୍ତାହରୁ ପାକିସ୍ତାନରେ ୨ ଟିକିଆ ଟେଷ୍ଟ ସିରିଜ ଖେଳିବ।

ପ୍ରଥମ ଟେଷ୍ଟ ଡିସେମ୍ବର ୧୧ରୁ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୧୯ରୁ କରାଚିରେ ଆରମ୍ଭ ହେବ।

Related story