କୋଟଲା ଏବେ ଅରୁଣ ଜେଟଲୀ ଷ୍ଟାଡିୟମ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏବେ ଏହି ଷ୍ଟାଡିୟମର ନାଁ ଫିରୋଜ ଶାହ କୋଟଲା ବଦଳରେ ଅରୁଣ ଜେଟଲୀ ଷ୍ଟାଡିୟମ କରିବାକୁ ଡିଡିସିଏ ନିଷ୍ପତ୍ତି ନେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଅରୁଣ ଜେଟଲୀଙ୍କର ଶନିବାର ଦେହାନ୍ତ ହୋଇଥିଲା। ଜେଟଲୀ ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। News Alert: […]

jaitley

jaitley

Ranjit Kumar Jena
  • Published: Tuesday, 27 August 2019
  • Updated: 27 August 2019, 05:36 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏବେ ଏହି ଷ୍ଟାଡିୟମର ନାଁ ଫିରୋଜ ଶାହ କୋଟଲା ବଦଳରେ ଅରୁଣ ଜେଟଲୀ ଷ୍ଟାଡିୟମ କରିବାକୁ ଡିଡିସିଏ ନିଷ୍ପତ୍ତି ନେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଅରୁଣ ଜେଟଲୀଙ୍କର ଶନିବାର ଦେହାନ୍ତ ହୋଇଥିଲା। ଜେଟଲୀ ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ।

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଷ୍ଟାଡିୟମର ନାଁ ବଦଳିବାର ସମାରୋହ ଆୟୋଜିତ କରାଯିବ ଏବଂ ଏହିଦିନ ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାଁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ମଧ୍ୟ ରଖାଯିବ। ଡିଡିସିଏ ଟ୍ୱିଟର୍ ଜରିଆରେ ଏହି ଷ୍ଟାଡିୟମର ନାଁ ବଦଳିବା ନେଇ ସୂଚନା ଦେଇଛି। ତେବେ ଗ୍ରାଉଣ୍ଡର ନାମ ପୂର୍ବଭଳି ଫିରୋଜଶାହ କୋଟଲା ରହିବ ବୋଲି ଡିଡିସିଏ ପକ୍ଷରୁ କୁହାଯାଇଛି।

ଏ ନେଇ ଡିଡିସିଏର ସଭାପତି ରଜତ ଶର୍ମା କହିଛନ୍ତି, "ଅରୁଣ ଜେଟଲୀଙ୍କ ସମର୍ଥନ ଓ ପ୍ରୋତ୍ସାହନରେ ବିରାଟ୍ କୋହଲି, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ଆଶିଷ ନେହରା, ରିଷଭ ପନ୍ତ ଏବଂ ଅନେକ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ଭାରତକୁ ଗର୍ବିତ କରିଛନ୍ତି।"

ଏହା ପୂର୍ବରୁ ବିଜେପି ସାଂସଦ ତଥା ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଯମୁନା ସ୍ପୋର୍ଟ୍ସ କମ୍ପେ୍ଲକ୍ସର ନାଁ ଜେଟଲୀଙ୍କ ନାଁରେ କରିବା ନେଇ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ ଚିଠି ଲେଖିଥିଲେ। ଦୀର୍ଘଦିନର ଅସୁସ୍ଥତା ପରେ ଜେଟଲୀ ଗତ ୨୪ ତାରିଖରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅନେକ ମହାନ ବ୍ୟକ୍ତି ଜେଟଲୀଙ୍କ ପରଲୋକରେ ଶୋକ ପ୍ରକାଶ କରିଥିଲେ। ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାହୁରେ କଳାପଟି ବାନ୍ଧି ଖେଳିଥିଲା।

ସୂଚନାଯୋଗ୍ୟ, ଜେଟଲୀ ରାଜନୀତି ବ୍ୟତୀତ କ୍ରୀଡ଼ା ସହ ମଧ୍ୟ ଜଡ଼ିତ ଥିଲେ। ସେ ୧୯୯୯ରେ ଡିଡିସିଏର ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୧୨ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିଥିଲେ। ଜେଟଲୀଙ୍କ କାର୍ଯ୍ୟକାଳରେ ଫିରୋଜଶାହ କୋଟଲା ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story