ଫିଫା ୨୦୧୮: ତାରକା ଖଚିତ ଏହି ଟିମ୍‌ ପ୍ରଥମ ଥର ଚାମ୍ପିୟନ ହେବାକୁ ରଖିଛି ଲକ୍ଷ୍ୟ

ଆସନ୍ତା ୧୪ ତାରିଖରେ ଋଷ ଠାରେ ଫିଫା ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଶ୍ୱର ବଛାବଛା ୩୨ଟି ଟିମ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନ ୧୪ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଖେଳାଯିବ। ୨୦୧୮ ବିଶ୍ୱକପକୁ କିଏ କବ୍‌ଜ କରିବା ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଫିଫା ୱାଲ୍ଡ ର୍ୟାଙ୍କିଂରେ ୧୫୫୮ ଅଙ୍କ ସହ ଜର୍ମାନୀ ପ୍ରଥମ ସ୍ଥାନରେ ଥିବା ବେଳେ ୧୪୩୧ ଅଙ୍କ ସହ ବ୍ରାଜିଲ ଦ୍ୱିତୀୟ, ୧୨୯୮ […]

mundial

mundial

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 05:28 PM IST

Sports

Latest News

ଆସନ୍ତା ୧୪ ତାରିଖରେ ଋଷ ଠାରେ ଫିଫା ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଶ୍ୱର ବଛାବଛା ୩୨ଟି ଟିମ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନ ୧୪ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଖେଳାଯିବ। ୨୦୧୮ ବିଶ୍ୱକପକୁ କିଏ କବ୍‌ଜ କରିବା ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଫିଫା ୱାଲ୍ଡ ର୍ୟାଙ୍କିଂରେ ୧୫୫୮ ଅଙ୍କ ସହ ଜର୍ମାନୀ ପ୍ରଥମ ସ୍ଥାନରେ ଥିବା ବେଳେ ୧୪୩୧ ଅଙ୍କ ସହ ବ୍ରାଜିଲ ଦ୍ୱିତୀୟ, ୧୨୯୮ ଅଙ୍କ ସହ ବେଲଜିୟମ ତୃତୀୟ, ୧୨୭୪ ଅଙ୍କ ସହ ପର୍ତ୍ତୁଗାଲ ୪ର୍ଥ  ଓ ୧୨୪୧ ଅଙ୍କ ସହ ଆର୍ଜେଣ୍ଟିନା ୫ମ ସ୍ଥାନରେ ରହିଛି।  

୨୦୧୮ ଫିଫା ବିଶ୍ୱକପ ଫେବରିଟ୍‌ ଲିଷ୍ଟରେ ପୂର୍ବ ବିଜେତା ଜର୍ମାନୀ ଓ ବ୍ରାଜିଲକୁ ଆଗରେ ରଖାଯାଉଥିବା ବେଳେ ବେଲଜିୟମକୁ ଭୁଲିଯିବା କଥା ନୁହେଁ। ବେଲଜିୟମ ୨୦୧୪ ବିଶ୍ୱକପର କ୍ୱାଟର୍‌ ଫାଇନାଲକୁ ଯାଇଥିବା ବେଳେ ଏଥର ଟାଇଟଲ୍‌ ନିଜ ନାଁରେ କରିବାକୁ ଲକ୍ଷ୍ୟ ରଖିଛି। ୨୦୧୮ ବିଶ୍ୱକପରେ ସ୍ଥାନ ପାଇଥିବା ଟିମ୍‌ ମଧ୍ୟରୁ ବେଲଜିୟମ ସବୁଠୁ ଶକ୍ତିଶାଳୀ ଟିମ୍‌ ବୋଲି ମନେହେଉଛି। ଏହି ଟିମ୍‌ରେ ଏଥର ସବୁଠୁ ଅଧିକ ଷ୍ଟାର୍‌ ଖେଳାଳି ରହିଥିବା ଚର୍ଚ୍ଚା ହେଉଛି। ବେଲଜିୟମ ଏପର୍ଯ୍ୟନ୍ତ ୧୩ ଥର ଫୁଟବଲ୍‌ ବିଶ୍ୱକପରେ ଭାଗନେଇଥିବା ବେଳେ କେବେବେ ଚାମ୍ପିୟନ ହୋଇନାହିଁ।

୧୯୮୬ ବିଶ୍ୱକପ ବେଲଜିୟମ ପାଇଁ ସବୁଠୁ ସଫଳ ପ୍ରତିଯୋଗିତା ରହିଥିଲା। ମେକ୍ସିକୋରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରି ବେଲଜିୟମ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା। ହେଲେ ଆର୍ଜେଣ୍ଟିନା ଠାରୁ ୨-୦ ଗୋଲରେ ସେମିଫାଇନାଲରେ ହାରି ଅଭିଯାନ ଶେଷ କରିଥିଲା ବେଲଜିୟମ। କିନ୍ତୁ ସବୁଠୁ ଅଧିକ ଷ୍ଟାର୍‌ ଖେଳାଳିଙ୍କ ସହ ୨୦୧୮ ବିଶ୍ୱକପରେ ଦଳ ପଡ଼ିଆକୁ ଓହ୍ଲାଇବ। ବଲଜିୟମ ବ୍ୟତୀତ ଅର୍ଜେଣ୍ଟିନା ଓ ପର୍ତ୍ତୁଗାଲ ଭଳି ଟିମ୍‌କୁ ଏଥର ଭୁଲି ହେବଲି। ଏହି ଦୁଇଟି ଟିମ୍‌ରେ ମଧ୍ୟ ଏକାଧିକ ଷ୍ଟାର୍‌ ଖେଳାଳି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos