ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆ ୨୫୬/୯, ଉମେଶଙ୍କୁ ୪ ୱିକେଟ୍‌

ପୁନେ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ଆଜିଠାରୁ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲରଙ୍କୁ ଭ୍ରମଣକାରୀ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ଧରି ସମ୍ମୁଖୀନ ହୋଇପାରି ନ ଥିଲେ। ନିୟମିତ ବ୍ୟବଧାନରେ ଦଳ ୱିକେଟ୍ […]

umesh

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 06:45 PM IST

ପୁନେ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ଆଜିଠାରୁ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଛି।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତୀୟ ବୋଲରଙ୍କୁ ଭ୍ରମଣକାରୀ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ଧରି ସମ୍ମୁଖୀନ ହୋଇପାରି ନ ଥିଲେ। ନିୟମିତ ବ୍ୟବଧାନରେ ଦଳ ୱିକେଟ୍ ହରାଇ ଥିଲା। ପ୍ରଥମ ୱିକେଟ୍ ୮୨ ରନ୍‌ରେ ପଡ଼ିଥିଲା। ଆଉଟ୍ ହୋଇଥିଲେ ଡାଭିଡ୍ ୱାର୍ନର। ସେ ୪୨ ରନ୍ କରି ଆଉଟ୍ ହୋଇଥିଲା। ଦଳୀୟ ସ୍କୋର ୧୧୯ ରନ୍‌ରେ ପହଞ୍ଚି ଥିବା ବେଳେ ସନ୍ ମାର୍ଶ ୧୬ ରନ୍ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟ୍ ପଡ଼ିଥିଲା ୧୪୯ ରନ୍‌ରେ। ୨୨ ରନ୍‌ କରି ଜେଡେଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ପିଟର ହ୍ୟାଣ୍ଡସ୍‌କମ୍ବ। ସେହି ୧୪୯ ରନ୍‌ରେ ପଡ଼ିଥିଲା ଚତୁର୍ଥ ୱିକେଟ୍‌। ଅଧିନାୟକ ଷ୍ଟିଭ୍ ସ୍ମିଥ୍ ମାତ୍ର ୨୭ ରନ୍ କରି ଅଶ୍ୱିନ୍‌ଙ୍କ ବଲ୍‌ରେ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମିଚେଲ୍ ମାର୍ଶ ୪ ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୬୬ରେ ପହଞ୍ଚିଥିଲା। ୨୦୦ ରନ୍ ମଧ୍ୟରେ ଦଳ ୭ଟି ୱିକେଟ୍ ହରାଇଥିଲା। ଦଳୀୟ ସ୍କୋର ୨୦୫ରେ ପହଞ୍ଚିଥିବା ବେଳେ ଅଷ୍ଟମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ ଷ୍ଟିଭ୍ ଓ’କିଫେ। ସେ ଶୂନରେ ଆଉଟ୍ ହୋଇଥିଲେ। ନବମ ୱିକେଟ୍‌ ବି ସେଇ ୨୦୫ ରନ୍‌ରେ ପଡ଼ିଥିଲା। ଆଉଟ୍ ହୋଇଥିଲେ ନାଥନ ଲିଓନ। ସେ ଖାତା ଖୋଲି ପାରି ନ ଥିଲେ। ଉମେଶ ଯାଦବଙ୍କ ଏକ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଯାଇଥିଲେ। ମିଚେଲ ଷ୍ଟାର୍କ ଓ ଜୋଶ୍ ହାଜ୍‌ଲେଉଡ୍‌ କ୍ରିଜ୍‌ରେ ଅଛନ୍ତି। ସେମାନେ ଆସନ୍ତାକାଲି ଇନିଂସକୁ ଆଗେଇ ନେବେ।

ଭାରତ ପକ୍ଷରୁ ଆଜି ସର୍ବାଧିକ ୱିକେଟ୍ ନେଇଥିଲେ ପେସ୍ ବୋଲର୍ ଉମେଶ ଯାଦବ। ସେ ୧୨ ଓଭର ବୋଲିଂ କରି ୩୨ ରନ୍ ବିନିମୟରେ ୪ଟି ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜୟନ୍ତ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ।

Related story