ୟୁଏସ ଓପନ: ଫାଇନାଲରେ ସାନିଆ-ହିଙ୍ଗିସ ଓ ପେସ

ନ୍ୟୁୟର୍କ:  ୟୁଏସ ଓପନ ଫାଇନାଲରେ ପହଞ୍ଚିଛନ୍ତି ଟପ ସିଡ ଇଣ୍ଡୋ- ସ୍ୱିସ ଯୋଡି ସାନିଆ ଓ ହିଙ୍ଗିସ। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଜିତିବାକୁ ମାତ୍ର ଗୋଟିଏ ପାଦ ପଛରେ ରହିଛନ୍ତି। ବୁଧବାର ୟୁଏସ ଓପନର ମହିଳା ଡବଲ୍ସରେ ଖେଳାଯାଇଥିବା ଏକ ଗୁରୁତ୍ୱପୁର୍ଣ୍ଣରେ ମ୍ୟାଚରେ ୧୧ ତମ ସିଡ ସାରା ଇରାନୀ-ଫ୍ଲୋଭିଆ ପେନ୍ନାଟ୍ଟା ଯୋଡିଙ୍କୁ ୬-୪, ୬-୧ ପରାସ୍ତ କରିଛନ୍ତି ସାନିଆ-ହିଙ୍ଗିସ ଯୋଡି। ମୋଟ ୭୭ ମିନିଟ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ପ୍ରଥମଭାଗରୁ ଏହି ଯୋଡି ବିପକ୍ଷ […]

saniamirzareuters

saniamirzareuters

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 09:11 AM IST

Sports

Latest News

hingis-story_647_091015120216ନ୍ୟୁୟର୍କ:  ୟୁଏସ ଓପନ ଫାଇନାଲରେ ପହଞ୍ଚିଛନ୍ତି ଟପ ସିଡ ଇଣ୍ଡୋ- ସ୍ୱିସ ଯୋଡି ସାନିଆ ଓ ହିଙ୍ଗିସ। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଜିତିବାକୁ ମାତ୍ର ଗୋଟିଏ ପାଦ ପଛରେ ରହିଛନ୍ତି। ବୁଧବାର ୟୁଏସ ଓପନର ମହିଳା ଡବଲ୍ସରେ ଖେଳାଯାଇଥିବା ଏକ ଗୁରୁତ୍ୱପୁର୍ଣ୍ଣରେ ମ୍ୟାଚରେ ୧୧ ତମ ସିଡ ସାରା ଇରାନୀ-ଫ୍ଲୋଭିଆ ପେନ୍ନାଟ୍ଟା ଯୋଡିଙ୍କୁ ୬-୪, ୬-୧ ପରାସ୍ତ କରିଛନ୍ତି ସାନିଆ-ହିଙ୍ଗିସ ଯୋଡି। ମୋଟ ୭୭ ମିନିଟ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ପ୍ରଥମଭାଗରୁ ଏହି ଯୋଡି ବିପକ୍ଷ ଉପରେ ଭାରି ପଡିଥିଲେ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ଏକାଟ୍ରିନା ମାକୋରୋଭା ଓ ଏଲିନା ଭାସ୍ନିଆଙ୍କୁ ୫-୭, ୭-୬ (୭/୪), ୭-୫ ସେଟରେ ପରାସ୍ତ କରି ୱିମ୍ପିଲଡନ ଗ୍ରାଣ୍ଡସ୍ଲାମ ଜିତିଥିଲେ।

ଅନ୍ୟପକ୍ଷରେ ଡବଲ୍ସ ମିକ୍ସ ବର୍ଗରେ ଭାରତର ଟେନିସ ଷ୍ଟାର ଲିଆଣ୍ଡର ପେସ ଓ ସ୍ୱିସ ଟେନିସ ଷ୍ଟାର ମାର୍ଟିନା ହିଙ୍ଗିସ ମଧ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡି ରୋହନ ବୋପାନ୍ନା ଓ ଚୀନର ୟୁଙ୍ଗ-ଜାନ ଚାନଙ୍କୁ ୬-୨, ୭-୫ ସେଟରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos