ବିରାଟଙ୍କ ଫିଟ୍‌ନେସ୍‌ର ରାଜ୍‌ କ’ଣ ଜାଣନ୍ତି ? ପାଳନ୍ତି ଏଇ ୫ଟି ନିୟମ

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି ଜଣେ ଷ୍ଟାର କିକ୍ରେଟର, ଯାହାଙ୍କ ଲୋକପ୍ରିୟତା  କୌଣସି  ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ଏମିତି କିଛି ଫ୍ୟାନ ଅଛନ୍ତି ଯେଉଁମାନେ ବିରାଟଙ୍କ ଫିଟନେସ୍ ପାଇଁ ପାଗଳ। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ଅଧିକ ଧ୍ୟାନ ଦିଅନ୍ତି।  ଆସନ୍ତୁ ଜାଣିବା ତାଙ୍କ ଫିଟ୍‌ ରହିବାର ଗୁମର ସମ୍ପର୍କରେ। ଘରେ ତିଆରି ହେଉଥିବା ଖାଦ୍ୟ ଖାଆନ୍ତି: ବିରାଟ ଘରେ ତିଆରି ହୋଇଥିବା ଖାଦ୍ୟ ହିଁ ଖାଇବାକୁ ପସନ୍ଦ କରନ୍ତି। ବିଶେଷ କରି […]

Virat

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 07:16 PM IST

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି ଜଣେ ଷ୍ଟାର କିକ୍ରେଟର, ଯାହାଙ୍କ ଲୋକପ୍ରିୟତା  କୌଣସି  ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ଏମିତି କିଛି ଫ୍ୟାନ ଅଛନ୍ତି ଯେଉଁମାନେ ବିରାଟଙ୍କ ଫିଟନେସ୍ ପାଇଁ ପାଗଳ। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ଅଧିକ ଧ୍ୟାନ ଦିଅନ୍ତି।  ଆସନ୍ତୁ ଜାଣିବା ତାଙ୍କ ଫିଟ୍‌ ରହିବାର ଗୁମର ସମ୍ପର୍କରେ।

ଘରେ ତିଆରି ହେଉଥିବା ଖାଦ୍ୟ ଖାଆନ୍ତି: ବିରାଟ ଘରେ ତିଆରି ହୋଇଥିବା ଖାଦ୍ୟ ହିଁ ଖାଇବାକୁ ପସନ୍ଦ କରନ୍ତି। ବିଶେଷ କରି ବିରାଟ ନିଜ ମାଆଙ୍କ ହାତ ତିଆରି ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରନ୍ତି। ବିରାଟ ବିଦେଶ ଗସ୍ତରେ ଗଲେ Lamb chops କିମ୍ବା pink salmon ଖାଇବାକୁ ପସନ୍ଦ କରନ୍ତି। ଏ ଦୁଇଟି ବିଦେଶରେ ମିଳୁଥିବା ଆମିଷ ଖାଦ୍ୟ।

ଜଙ୍କ୍ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି ନାହିଁ: ବିରାଟ ଫିଟ୍‌ ରହିବାକୁ ଜଙ୍କ୍‌ ଫୁଡ୍‌ ଖାଆନ୍ତି ନାହିଁ। ଏହା ସହ ଡାଏଟିସିଆନଙ୍କ ପରାମର୍ଶରେ ସେ ଖାଦ୍ୟ ଖାଇଥାନ୍ତି। ଫ୍ରାଏଡ ଚିକେନ ଓ ଫ୍ରାଏଡ ଚିପ୍ସ ଖାଇବାକୁ ସେ ବିଲ୍‌କୁଲ୍‌ ପସନ୍ଦ  କରନ୍ତି ନାହିଁ।

ମିନେରାଲ ୱାଟର ପିଅନ୍ତି: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ। ବିରାଟ ନିଜର ଫିଟନେସ୍‌ ପାଇଁ  ମିନେରାଲ ୱାଟର ପିଅନ୍ତି। ଏପରିକି ନିଜ ପାଇଁ ସେ ଫ୍ରାନ୍ସରୁ ପାଣି ମଗାଇ ପିଇଥାନ୍ତି। ଫ୍ରାନ୍ସର ଆସୁଥିବା  ଏବିୟନ ୱାଟର ହିଁ ତାଙ୍କର ଶ୍ରେଷ୍ଠ ପାନୀୟ।

ତେଲ ମସଲା ଖାଆନ୍ତି ନାହିଁ: ବିରାଟ ନିଜକୁ ପୂରା ଫିଟ୍‌ ରଖିବା ପାଇଁ ଅଧିକ ତେଲ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହାସହ ସେ ବାହାର ଅସ୍ୱାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତି। ହେଲେ ବିରାଟ  ଡ୍ରାଏ ଫୁଡ୍‌, ନୁଡଲ୍ସ ଓ ବ୍ଲାକ୍ କଫି ପିଇବାକୁ ପସନ୍ଦ କରନ୍ତି।

 ଅଧିକ ସମୟ ବ୍ୟାୟମ କରନ୍ତି: ଫିଟନେସ୍‌ ପାଇଁ  ଖାଇବା ପିଇବା ଉପରେ ଧ୍ୟାନ ରଖିବା ସହ ବ୍ୟାୟାମ ଏକାନ୍ତ ଆବଶ୍ୟକ । ବିରାଟ ଫିଟ୍ ରହିବାକୁ ସପ୍ତାହକୁ ୫ଦିନ ବ୍ୟାୟମ କରନ୍ତି। ଶରୀରରୁ ଝାଳ ବାହାରିବା ପର୍ଯ୍ୟନ୍ତ ସେ ଏକ୍ସରସାଇଜ୍‌ରେ ମାତନ୍ତି। ଯାହାର ଫଳସ୍ୱରୁପ ତାଙ୍କ ପେଟ ଟିକେ ବି ବଢିନି ।

 

 

Related story