ଆଉ ଦେଖିବାକୁ ମିଳିନପାରେ ୫ ଟିକିଆ ଦିନିକିଆ ସିରିଜ: ଭାରତ-ଅଷ୍ଟ୍ରେଲିଆ ସିରିଜ ପରେ ଆସିପାରେ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅନୁସାରେ ଟେଷ୍ଟ ଚାମ୍ପିୟନସିପ୍‌ ଏବଂ  ଦିନିକିଆ ଲିଗ୍‌ ପ୍ରସ୍ତବା ଜଦି ଆଇସିସି ମଞ୍ଜୁର କରେ ତେବେ ଦୁଇ ଦେଶ ମଧ୍ୟରେ ହେଉଥିବା ୫ଟିକିଆ ଦିନିକିଆ ସିରିଜ ଆଉ ଖେଳାଯିବନାହିଁ। ଏହା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଆସୋସିଏସନର କାର୍ଯ୍ୟକାରୀ ଅଧିକାରୀ ଜେମ୍ସ ସୁଦରଲ୍ୟାଣ୍ଡ୍‌। ସେ କହିଛନ୍ତି ଆଗାମୀ ଦିନରେ ୫ଟିକିଆ ସିରିଜ ଆଉ ଦେଖିବାକୁ ମିଳିବନି। ଏହାର ସ୍ଥାନ ନେବ ଟି-୨୦। ୫ଟିକିଆ ମ୍ୟାଚ୍‌ ବଦଳରେ ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ ଦେଖିବାକୁ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 06:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅନୁସାରେ ଟେଷ୍ଟ ଚାମ୍ପିୟନସିପ୍‌ ଏବଂ  ଦିନିକିଆ ଲିଗ୍‌ ପ୍ରସ୍ତବା ଜଦି ଆଇସିସି ମଞ୍ଜୁର କରେ ତେବେ ଦୁଇ ଦେଶ ମଧ୍ୟରେ ହେଉଥିବା ୫ଟିକିଆ ଦିନିକିଆ ସିରିଜ ଆଉ ଖେଳାଯିବନାହିଁ। ଏହା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଆସୋସିଏସନର କାର୍ଯ୍ୟକାରୀ ଅଧିକାରୀ ଜେମ୍ସ ସୁଦରଲ୍ୟାଣ୍ଡ୍‌। ସେ କହିଛନ୍ତି ଆଗାମୀ ଦିନରେ ୫ଟିକିଆ ସିରିଜ ଆଉ ଦେଖିବାକୁ ମିଳିବନି। ଏହାର ସ୍ଥାନ ନେବ ଟି-୨୦। ୫ଟିକିଆ ମ୍ୟାଚ୍‌ ବଦଳରେ ୩ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ ଦେଖିବାକୁ ମିଳିବ।

ଏହାସହ ଜେମ୍ସ ସୁଦରଲ୍ୟାଣ୍ଡ୍‌ କହିଛନ୍ତି ଯେ ଦିନିକିଆ କ୍ରିକେଟ୍‌ ପାଇଁ ଏକ ନୂତନ ଯୋଜନା ହେବାକୁ ଯାଉଛି। ଯେଉଁଥିରେ ପ୍ରତ୍ୟେକ୍‌ ଦଳ ଘରୋଇ ମାଟିରେ ୬ଟି ଦିନିକିଆ ଖେଳିବା ସହ ଦେଶ ବାହାରେ ୬ଟି ମ୍ୟାଚ୍‌ ଖେଳିବ। ଏହି ଲିଗ୍‌ରେ ମୋଟ୍‌ ୧୩ଟି ଟିମ୍‌ ଭାଗନେବେ।

Related story