ଦ୍ୱିଶତକ ପରେ ପାଭିଲିୟନରେ କାନ୍ଦି ପକାଇଲେ ଏହି ମହିଳା: ପଡ଼ିଆ ମଧ୍ୟରୁ ଫ୍ଲାଇଙ୍ଗ୍‌ କିସ୍‌ କଲେ ରୋହିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋହାଲି ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରିଛନ୍ତି। ଆଜିର ପାଳିରେ ରୋହିତ ବିସ୍ଫୋରକ ବ୍ୟାଟିଂ କରି ୧୫୩ ବଲରେ ୨୦୮ରନର ଏକ ବିଶାଳ ସ୍କୋର କରିଛନ୍ତି। ଫଳରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୪ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୯୨ରନର ଏକ ବିଶାଳ ସ୍କୋର କରିପାରିଛି। ଦିନିକିଆ କ୍ରିକେଟ୍‌ରେ ସେହୱାଗଙ୍କ ପରେ ରୋହିତ ହେଉଛନ୍ତି ବିଶ୍ୱର ଦ୍ୱିତୀୟ , ଯିଏ ନିଜ ଅଧିନାୟକତ୍ୱରେ ଦ୍ୱିଶତକୀୟ […]

Rohit image

Rohit image

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋହାଲି ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରିଛନ୍ତି। ଆଜିର ପାଳିରେ ରୋହିତ ବିସ୍ଫୋରକ ବ୍ୟାଟିଂ କରି ୧୫୩ ବଲରେ ୨୦୮ରନର ଏକ ବିଶାଳ ସ୍କୋର କରିଛନ୍ତି। ଫଳରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୪ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୯୨ରନର ଏକ ବିଶାଳ ସ୍କୋର କରିପାରିଛି। ଦିନିକିଆ କ୍ରିକେଟ୍‌ରେ ସେହୱାଗଙ୍କ ପରେ ରୋହିତ ହେଉଛନ୍ତି ବିଶ୍ୱର ଦ୍ୱିତୀୟ , ଯିଏ ନିଜ ଅଧିନାୟକତ୍ୱରେ ଦ୍ୱିଶତକୀୟ ପାଳି ଖେଳିବାର ରେକର୍ଡ କରିଛନ୍ତି।

ରୋହିତଙ୍କ ପାଇଁ ଆଜି ଦିନର ମହତ୍ୱ ଅନେକ ରହିଛି। କାରଣ ଆଜି ଦିନରେ ସେ ତୃତୀୟ ଥର ପାଇଁ ଦ୍ୱିଶତକ ହାସଲ କରିଥିବା ବେଳେ ଆଜି ହିଁ ରୋହତି ଓ ତାଙ୍କ ପତ୍ନୀ ରୀତିକାଙ୍କ ମ୍ୟାରେଜ୍‌ ଆନିଭର୍ସାରୀ। ଏହା ତାଙ୍କର ଦ୍ୱିତୀୟ ମ୍ୟାରେଜ୍ ଆନିଭର୍ସାରୀ। ୨୦୧୫ ଡିସେମ୍ବର ୧୩ ତାରିଖରେ ରୋହତି ଓ ରୀତିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ରୋହତି ଯେତେବେଳେ ଆଜି ଶତକ ହାସଲ କରିଥିଲେ ସେତେବେଳେ ସେ ଫ୍ଲାଇଙ୍ଗ କିସ୍‌ ଜରିଆରେ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମ୍ୟାଚ୍‌ ସମୟରେ ରୋହିତଙ୍କ ପତ୍ନୀ ଷ୍ଟାଡିୟମରେ ବସି ଖେଳଦେଖୁଥିବା ବେଳେ ରୋହିତ ତାଙ୍କ ସମ୍ମୁଖକୁ ଅନାଇ ଏହି ଫ୍ଲାଇଙ୍ଗ କିସ୍‌ କରିଥିଲେ। ଏହି ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା। ଏହାପରେ ରୋହିତ ବସ୍ଫୋରକ ସଟ୍‌ ଖେଳିଥିଲେ। ପଡିଆର ବିଭିନ୍ନ ପ୍ରାନ୍ତକୁ ବଡ଼ ବଡ଼ ସଟ୍‌ ଖେଳିଥିଲେ। ସେ ଯେତେବେଳେ ଦ୍ୱଶତକର ନିକଟତର ହୋଇଥିଲେ ଏହି ସମୟର ଦୃଶ୍ୟ ବେଶ୍‌ ରୋମାଞ୍ଚିତ ଥିଲା। ରୋହିତ ୧୯୦ ସ୍କୋରରେ ଖେଳୁଥିବା ବେଳେ ସବୁଠୁ ଚିନ୍ତିତ ଥିଲେ ତାଙ୍କ ପତ୍ନୀ ରୀତିକା। ରୋହତିଙ୍କ ପ୍ରତ୍ୟେକ ରନ ପରେ ରୀତିକାଙ୍କ ଏକ୍ସପ୍ରେସନ୍‌ ବଦଳୁଥିଲା। ରୋହିତ ଯେତେବେଳେ ଦ୍ୱିଶତକ ହାସଲ କଲେ ସେତେବେଳେ ତାଙ୍କ ଆଖିରୁ ଖୁସିର ଲୁହ ବାହାରି ପଡିଥିଲା।

https://youtu.be/cTnHW-NBahI?t=52

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos