ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବାକୁ ଚାହିଁବ। ସିରିଜର ପ୍ରଥମ ମ୍ୟାଚକୁ ୩୧୮ ରନର ବୃହତ ବ୍ୟବଧାନରେ ଜିତିଥିବା ଭାରତୀୟ ଟିମ୍ ସାବିନା ପାର୍କରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦୃଢ଼ ଦାବିଦାର। ଏଭଳି ସ୍ଥିତିରେ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ ହୁଏତ କୌଣସି ପରିବର୍ତ୍ତନ କରିନପାରନ୍ତି। ଅନ୍ୟପକ୍ଷରେ ଆୟୋଜକ ଟିମ୍ […]

india

india

Ranjit Kumar Jena
  • Published: Thursday, 29 August 2019
  • Updated: 29 August 2019, 04:58 PM IST

Sports

Latest News

କିଙ୍ଗଷ୍ଟନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବାକୁ ଚାହିଁବ। ସିରିଜର ପ୍ରଥମ ମ୍ୟାଚକୁ ୩୧୮ ରନର ବୃହତ ବ୍ୟବଧାନରେ ଜିତିଥିବା ଭାରତୀୟ ଟିମ୍ ସାବିନା ପାର୍କରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦୃଢ଼ ଦାବିଦାର। ଏଭଳି ସ୍ଥିତିରେ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ ହୁଏତ କୌଣସି ପରିବର୍ତ୍ତନ କରିନପାରନ୍ତି। ଅନ୍ୟପକ୍ଷରେ ଆୟୋଜକ ଟିମ୍ ଏପର୍ଯ୍ୟନ୍ତ ଆଶାମୁତାକବ ପ୍ରଦର୍ଶନ କରିପାରି ନାହିଁ।

ଏହି ମ୍ୟାଚରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ପନ୍ତଙ୍କ ଫର୍ମ ଚିନ୍ତାର ବିଷୟ। ପନ୍ତଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ କୁହାଯାଉଛି, କିନ୍ତୁ ସେ ଯେଉଁଭଳି ଶଟ୍ ଖେଳି ଆଉଟ୍ ହେଉଛନ୍ତି, ତାହା ଚିନ୍ତାଜନକ। ଏହି ଗସ୍ତରେ ସେ ଯଥାକ୍ରମେ ୦, ୪, ୬୫, ୨୦, ୦, ୨୪, ୭ ରନ୍ କରିଛନ୍ତି। ଋଦ୍ଧିମାନ ସାହାଙ୍କର ଡ୍ରେସିଂ ରୁମକୁ ଫେରିବା ଏବେ ପନ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ପାଖରେ ବିନା କୌଣସି ଚାପରେ ଭଲ ଖେଳିବାର ସୁଯୋଗ ଥିଲା, କିନ୍ତୁ ପନ୍ତ ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ଟି-୨୦ ସିରିଜରେ ଗୋଟିଏ ଅର୍ଦ୍ଧଶତକକୁ ଛାଡ଼ିଦେଲେ ସେ ସେଭଳି କିଛି ଖାସ୍ ପ୍ରଦର୍ଶନ କରିନାହାନ୍ତି।

ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ମଧ୍ୟ ପ୍ରଥମ ଟେଷ୍ଟରେ ଫର୍ମରେ ନଥିଲେ, କିନ୍ତୁ ତାଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚରେ ଭାରତୀୟ ମଧ୍ୟକ୍ରମ ଭଲ ପ୍ରଦର୍ଶନ କରିଥିଲା, ଯେଉଁଥିରେ ଆଜିଙ୍କ୍ୟ ରାହାଣେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ୍ ଥିଲା। ହନୁମା ବିହାରୀ ନିଜ ଚୟନକୁ ଯଥାର୍ଥତା ପ୍ରମାଣିତ କରି ଦ୍ୱିତୀୟ ଇନିଂସରେ ୯୩ ରନର ଦମଦାର ଇନିଂସ୍ ଖେଳିଥିଲେ। ବିହାରୀଙ୍କ ଏହି ଇନିଂସ୍ ଦ୍ୱାରା ଏବେ ରୋହିତ୍ ଶର୍ମାଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ପାଇବା ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ।

ଭାରତର ବୋଲିଂ ଆକ୍ରମଣ ବେଶ୍ ପ୍ରଶଂସନୀୟ। ବିଶେଷକରି ପେସ୍ ବୋଲର ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ। ମହମ୍ମଦ ଶାମି ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ପ୍ରଥମ ମ୍ୟାଚରେ ଈଶାନ୍ତ ୮ଟି ଓ ବୁମ୍ରା ୬ଟି ୱିକେଟ୍ ନେଇ ୱେଷ୍ଟଇଣ୍ଡିଜର ଦୁର୍ବଳତାକୁ ପଦାରେ ପକାଇଥିଲେ। ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ନିଜକୁ ସଠିକ୍ ଭାବେ ଉପଯୋଗ କରିଛନ୍ତି। ଜାଡେଜା ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ ମାରିବା ସହ ୨ଟି ୱିକେଟ୍ ମଧ୍ୟ ନେଇଥିଲେ।

ଟିମର ବୋଲିଂ ପ୍ରଦର୍ଶନରେ ବୋଲିଂ କୋଚ୍ ଭରତ ଅରୁଣ ଖୁବ୍ ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି, ୱିକେଟ୍ ନେବା ପରେ ବୋଲରଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ। ଈଶାନ୍ତ ଓ ବୁମ୍ରାଙ୍କ ମନୋବଳ ମଧ୍ୟ ନିଶ୍ଚୟ ବଢ଼ିଥିବ । କିଙ୍ଗଷ୍ଟନରେ ପିଚ୍ ମଧ୍ୟ ଟେଷ୍ଟ କ୍ରିକେଟ୍ ପାଇଁ ଉପଯୁକ୍ତ ଲାଗୁଛି। ଏଠାରେ ଆଉ ଏକ ଭଲ ପ୍ରଦର୍ଶନ କରିବା ନେଇ ଆଶାୟୀ ଅଛୁ ବୋଲି ଭରତ କହିଛନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ମୁଖ୍ୟ ଚିନ୍ତା ହେଉଛି ତା'ର ବ୍ୟାଟିଂ। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଗୋଟିଏ ବି ଅର୍ଦ୍ଧଶତକ ମାରିନଥିଲେ। ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଶିମରନ୍ ହେଟମେୟର୍ ଓ ଶାଇ ହୋପ୍ ଆଶା ମୁତାବକ ପ୍ରଦର୍ଶନ କରିନାହାନ୍ତି। ରୋଷ୍ଟନ୍ ଚେଜ୍ ଦ୍ୱିତୀୟ ଇନିଂସରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ। ଟିମର ବୋଲିଂ ପ୍ରଦର୍ଶନ ସନ୍ତୋଷଜନକ ରହିଆସିଛି। ଶ୍ୟାନନ୍ ଗାବ୍ରିଏଲ୍ ଓ କେମାର ରୋଚଙ୍କ ପ୍ରଦର୍ଶନ ଖୁବ୍ ପ୍ରଶଂସନୀୟ ଥିଲା । ତେବେ କେବଳ ବୋଲିଂ ଦ୍ୱାରା ମ୍ୟାଚ୍ ଜିତି ହେବନି। ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦାୟିତ୍ୱ ନେବାକୁ ପଡ଼ିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ୍, ଋଦ୍ଧିମାନ ସାହା, ଈଶାନ୍ତ ଶର୍ମା, ରୋହିତ୍ ଶର୍ମା, ହନୁମା ବିହାରୀ, ଉମେଶ ଯାଦବ।

ୱେଷ୍ଟଇଣ୍ଡିଜ୍: ଜେସନ୍ ହୋଲ୍ଡର, କ୍ରେଗ୍ ବ୍ରାଥୱେଟ୍, ଡାରେନ୍ ବ୍ରାଭୋ, ଶାମାରା ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍, ରାକୀମ କର୍ନୱାଲ୍, ଶେନ୍ ଡାଓରିଚ୍, ଶ୍ୟାନନ୍ ଗାବ୍ରିଏଲ୍, ଶିମରନ୍ ହେଟମେୟର୍, ଶାଇ ହୋପ୍, କୀମୋ ପଲ୍, କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story