ସୁପର୍ ଷ୍ଟାରରୁ ପର୍ଣ୍ଣ ଷ୍ଟାର୍

ନୂଆଦିଲ୍ଲୀ: କ୍ରୀଡ଼ାବିତଙ୍କ ପକ୍ଷେ ନିଜ ପେସାକୁ ବଦଳାଇବା କିଛି ବଡ଼ କଥା ନୁହେଁ। ଅନ୍ତର୍ଜାତୀୟ ସ୍ତରରେ ଅନେକ ନାମୀ କ୍ରୀଡ଼ାବିତ୍ କୌଣସି ନା କୌଣସି କାରଣରୁ ନିଜର ପ୍ରିୟ ଖେଳକୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। କେହି ଡାକ୍ତର ତ, କେହି ଇଞ୍ଜିନିୟର। ଏପରିକି କିଛି ରାଜନୀତିକୁ ମଧ୍ୟ ବାଛିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ସୁପର୍ କାର ଡ୍ରାଇଭର୍ ରେନୀ ଗ୍ରେସୀ ଆଡଲ୍ଟ ଷ୍ଟାର୍ ଅର୍ଥାତ୍ ପର୍ଣ୍ଣ ଷ୍ଟାର୍ ହେବା ପାଇଁ ନିଜର ପ୍ରିୟ ରେସିଂକୁ […]

renne

Ranjit Kumar Jena
  • Published: Tuesday, 09 June 2020
  • , Updated: 09 June 2020, 02:48 PM IST

ନୂଆଦିଲ୍ଲୀ: କ୍ରୀଡ଼ାବିତଙ୍କ ପକ୍ଷେ ନିଜ ପେସାକୁ ବଦଳାଇବା କିଛି ବଡ଼ କଥା ନୁହେଁ। ଅନ୍ତର୍ଜାତୀୟ ସ୍ତରରେ ଅନେକ ନାମୀ କ୍ରୀଡ଼ାବିତ୍ କୌଣସି ନା କୌଣସି କାରଣରୁ ନିଜର ପ୍ରିୟ ଖେଳକୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। କେହି ଡାକ୍ତର ତ, କେହି ଇଞ୍ଜିନିୟର। ଏପରିକି କିଛି ରାଜନୀତିକୁ ମଧ୍ୟ ବାଛିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ସୁପର୍ କାର ଡ୍ରାଇଭର୍ ରେନୀ ଗ୍ରେସୀ ଆଡଲ୍ଟ ଷ୍ଟାର୍ ଅର୍ଥାତ୍ ପର୍ଣ୍ଣ ଷ୍ଟାର୍ ହେବା ପାଇଁ ନିଜର ପ୍ରିୟ ରେସିଂକୁ ଛାଡ଼ି ଦେଲେ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ତେବେ କାହିଁକି ରେନୀ ନିଜ ପାଇଁ ଏହି ଦୁନିଆକୁ ବାଛିଲେ। ଏହା ପଛର କାରଣ ହେଉଛି ଅର୍ଥ। ଖୋଦ୍ ରେନୀ ଏହି କଥାକୁ ସ୍ୱୀକାର କରିଛନ୍ତି। ରେନୀ ଅଷ୍ଟ୍ରେଲିଆର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ସୁପର୍ କାର ଡ୍ରାଇଭର୍ ଥିଲେ। ମୋଟରସ୍ପୋର୍ଟ୍ସରେ ତାଙ୍କୁ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଥିଲା, ଯେଉଁକାରଣରୁ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରୀକୁ ବାଛିଥିଲେ।

ଏ ନେଇ ରେନୀ କହିଛନ୍ତି, କାର୍ ରେସିଂ ଛାଡ଼ି ମୁଁ ଯେଉଁ ନୂଆ ଦୁନିଆରେ ପାଦ ଦେଇଥିଲି, ତାହା ମୋ ପାଇଁ ସଠିକ୍ ସାବ୍ୟସ୍ତ ହୋଇ ଥିଲା। କେହି ବିଶ୍ୱାସ କରନ୍ତୁ କି ନାହିଁ ମୋ ପିତାଙ୍କୁ ଏ ସମ୍ବନ୍ଧରେ ସବୁ ଜଣା ଏବଂ ସେ ମୋତେ ବହୁତ ସପୋର୍ଟ କରନ୍ତି ଏପରିକି ଆଜି ମୁଁ ଯେଉଁ ପେସାରେ ଅଛି, ସେଥିରେ ମୋ ପିତା ଖୁବ୍ ଗର୍ବିତ। ପର୍ଣ୍ଣ ଇଣ୍ଡଷ୍ଟ୍ରୀକୁ ଆସି ମୁଁ କେଉଁ ସଫଳତା ହାସଲ କରି କରିଛି, ତାହା ବଡ଼ କଥା ନୁହେଁ। ମୁଁ ଯେଉଁଠି ଅଛି, ଖୁସିରେ ଅଛି ଏବଂ ତାହା ମୋ ପାଇଁ ବଡ଼ କଥା।

ରେସିଂ ଛାଡ଼ିବା ନେଇ ରେନୀ କହିଛନ୍ତି, ରେସିଂରେ ମୁଁ ଭଲ ନଥିଲି। ଏଥିପାଇଁ ମୁଁ ରେସିଂ ଛାଡ଼ି ଦେଲି। ତା'ଛଡ଼ା ରେସିଂରୁ ପାଉଥିବା ପାଉଣାରୁ ମୁଁ ମୋ ଆବଶ୍ୟକତାକୁ ପୂରଣ କରିପାରୁନଥିଲି। ଏବେ ମୁଁ ବହୁତ ଖୁସି ଅଛି। ଏବେ ମୋ ପାଖରେ ବହୁତ କାମ ରହିଛି। କିନ୍ତୁ ଜଣେ ମଣିଷ ଭାବେ ମୋ ପାଇଁ କିଛି ବି ବଦଳି ନାହିଁ।

ପର୍ଣ୍ଣ ଇଣ୍ଡଷ୍ଟ୍ରୀକୁ ଆସିବା ନେଇ ସେ କହିଛନ୍ତି, ପର୍ନ ଇଣ୍ଡଷ୍ଟ୍ରୀକୁ ଆସିବା ମୋ ଜୀବନର ସବୁଠାରୁ ସଠିକ୍ ନିଷ୍ପତ୍ତି। ଏଠାରେ ମୁଁ ମୋର ଆର୍ଥିକ ସ୍ଥିତିକୁ ମଜଭୁତ୍ କରିପାରିଛି। ଏବେ ମୋର ୭ହଜାରରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି। ମୋ ଭିଡିଓ ଓ ଫୁଟେଜର ମାସିକ ସବସ୍କ୍ରିବସନ୍ ଦର ୧୨.୯୫ ଡଲାର୍ ରହିଛି। ମୋ ଉପରେ ୩୦ ବର୍ଷର ହାଉସିଂ ଲୋନ୍ ଥିଲା, କିନ୍ତୁ ଏହାକୁ ମୁଁ ଏବେ ୧୨ମାସ ଭିତରେ ପୂରା କରିଦେବି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ୨୫ ବର୍ଷୀୟା ରେନୀ ଜଣେ ଭି-୮ ସୁପର୍ କାର ଡ୍ରାଇଭର୍ ଥିଲେ। ୨୦୧୩-୧୪ରେ ଅଷ୍ଟ୍ରେଲିଆ ଚାମ୍ପିୟନଶିପ୍ ସହ ରେନୀ ନିଜ ମୋଟର୍ ସ୍ପୋର୍ଟ୍ସ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ରେ ସେ ସୁଇସ୍ ଡ୍ରାଇଭର୍ ସିମୋନା ଡି ସିଲଭରଷ୍ଟ୍ରୋଙ୍କ ସହ ମିଶି ରେସରେ ଭାଗ ନେଇଥିଲେ ଏବଂ ୧୨ଶ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ନିଜ ଫଟୋ କ୍ଲିକ୍ କରି ଇଣ୍ଟରନେଟରେ ପୋଷ୍ଟ କରୁଛନ୍ତି ଏବଂ ଏଥିରୁ ଖୁବ ଆୟ କରୁଛନ୍ତି।

ପର୍ଣ୍ଣ ଷ୍ଟାର୍ ହେବା ପରେ ସେ ପ୍ରତି ସପ୍ତାହରେ ୨୫ହଜାର ଡଲାର୍ ଅର୍ଥାତ୍ ପ୍ରାୟ ୧୯ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରେନୀଙ୍କର ଇଣ୍ଟରନେଟରେ ଏକ ପେଜ୍ ମଧ୍ୟ ରହିଛି, ଯେଉଁଥିରେ ସେ ନ୍ୟୁଡ୍ ଫଟୋ ଓ ଭିଡିଓ ବିକି କରି ଖୁବ୍ ଅର୍ଥ କମାନ୍ତି। ଏହି କାମରୁ ସେ ପ୍ରତି ସପ୍ତାହ ୩ହଜାର ଡଲାର ଅର୍ଥାତ୍ ୨ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି।

Related story