ଟିମ୍‌ ଚୟନକୁ ନେଇ ପ୍ରଶ୍ନ: ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତିନୋଟି ଦିନିକିଆ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଚୟନ ସରିଛି। ଯେଉଁଥିରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ବାଦ ଦିଆଯିବା ସହ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଏମାନଙ୍କ ମଧ୍ୟରୁ ସ୍ପିନର ଆର. ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କୁ ବାଦ୍ ଦେବାକୁ ନେଇ ସମାଲୋଚନା କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍। ଏହି ଦୁଇ ଖେଳାଳି ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ଅଛନ୍ତି, ତେଣୁ ସେମାନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଇବା ଉଚିତ ଥିଲା ବୋଲି ଆଝାରୁଦ୍ଦିନ କହିଛନ୍ତି। ଯଦି ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଅଶ୍ୱିନୀ ଓ ଜାଡେଜାଙ୍କୁ ବାଦ ଦିଆଯାଇଥାନ୍ତା ତେବେ ତାହା ଗ୍ରହଣୀୟ ହୋଇଥାନ୍ତା। କିନ୍ତୁ ଅଷ୍ଟ୍ରେଲିଆ ସିରିଜ ପାଇଁ ନିଜର ଶ୍ରେଷ୍ଠ ବୋଲରଙ୍କୁ ବାଦ ଦେବାର କଣ ଆବଶ୍ୟକତା ରହିଛି ବୋଲି ଆଝାର ପ୍ରଶ୍ନ କରିଛନ୍ତି।  ଅନ୍ୟପଟେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିବା ସହ ଟିମ୍‌ର ପ୍ରଦର୍ଶନରେ ସେ ଖୁସି ଅଛନ୍ତି ବୋଲି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ