ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ୍ ଚୁନି ଗୋସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ୍ ଚୁନି ଗୋସ୍ୱାମୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ, ଯେଉଁକାରଣରୁ ତାଙ୍କୁ କୋଲାକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ଭାବେ ପରିଗଣିତ ଗୋସ୍ୱାମୀଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେହିପରି ୧୯୬୪ରେ ତାଙ୍କ ନେତୃତ୍ୱରେ ଭାରତ ଏସିଆନ୍ କପରେ ରନର୍ସଅପ୍ […]

chunu

Ranjit Kumar Jena
  • Published: Thursday, 30 April 2020
  • , Updated: 30 April 2020, 06:57 PM IST

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ୍ ଚୁନି ଗୋସ୍ୱାମୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ, ଯେଉଁକାରଣରୁ ତାଙ୍କୁ କୋଲାକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ଭାବେ ପରିଗଣିତ ଗୋସ୍ୱାମୀଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେହିପରି ୧୯୬୪ରେ ତାଙ୍କ ନେତୃତ୍ୱରେ ଭାରତ ଏସିଆନ୍ କପରେ ରନର୍ସଅପ୍ ମଧ୍ୟ ହୋଇଥିଲା। ଗୋସ୍ୱାମୀ ଯେ କେବଳ ଜଣେ ଫୁଟବଲର ନଥିଲେ ବରଂ ସେ ଜଣେ କ୍ରିକେଟର୍ ମଧ୍ୟ ଥିଲେ।

ସେ ୧୯୫୬ରୁ ୧୯୬୪ ପର୍ଯ୍ୟନ୍ତ ଭାରତୀୟ ଫୁଟବଲ୍ ପ୍ରତି ନିର୍ଣ୍ଣାୟକ ଯୋଗଦାନ କରିଥିଲେ। ତେବେ ଜଣେ କ୍ରିକେଟର୍ ଭାବେ ସେ ବେଙ୍ଗଲ ପକ୍ଷରୁ ୧୯୬୨ରୁ ୧୯୭୩ ମଧ୍ୟରେ ୪୬ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ସେ ମାତ୍ର ୨୭ ବର୍ଷ ବୟସରେ ଫୁଟବଲକୁ ଅଲବିଦା କହିଦେଇଥିଲେ, ଯାହା ପରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ଚୁନି ବେଙ୍ଗଲର ରଣଜୀ ଟିମର କ୍ୟାପଟେନ୍ ଥିଲେ। ତାଙ୍କ ନେତୃତ୍ୱରେ ବେଙ୍ଗଲର ୧୯୭୧-୭୨ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଥିଲା। ତେବେ ଟାଇଟଲ୍ ମୁକାବିଲାରେ ତାଙ୍କ ଟିମ୍ ମୁମ୍ବାଇଠାରୁ ହାରିଯାଇଥିଲା।

Related story