ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ୱିକେଟକିପର୍ ଏଡୱାର୍ଡ୍ସଙ୍କ ପରଲୋକ

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜକ୍ ଏଡୱାର୍ଡ୍ସଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ‘ବିଗ୍ ହିଟର୍‌’ ଭାବେ ପରିଚିତ ଏଡୱାର୍ଡ୍ସ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୬ ଟେଷ୍ଟ ଓ ୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ତି ନାହିଁ। ଏଡୱାର୍ଡ୍ସ ୧୯୭୪ରୁ ୧୯୮୫ ମଧ୍ୟରେ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟସ୍ ପ୍ରୋଭିନ୍ସ ପକ୍ଷରୁ ୬୭ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏଡୱାର୍ଡ୍ସ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଖୁବ୍ ପରିଚିତ ଥିଲେ, ଯାହାଙ୍କ […]

edwards

Ranjit Kumar Jena
  • Published: Monday, 06 April 2020
  • , Updated: 06 April 2020, 05:56 PM IST

ୱେଲିଂଟନ୍‌: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜକ୍ ଏଡୱାର୍ଡ୍ସଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। 'ବିଗ୍ ହିଟର୍‌' ଭାବେ ପରିଚିତ ଏଡୱାର୍ଡ୍ସ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୬ ଟେଷ୍ଟ ଓ ୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ତି ନାହିଁ।

ଏଡୱାର୍ଡ୍ସ ୧୯୭୪ରୁ ୧୯୮୫ ମଧ୍ୟରେ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟସ୍ ପ୍ରୋଭିନ୍ସ ପକ୍ଷରୁ ୬୭ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏଡୱାର୍ଡ୍ସ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଖୁବ୍ ପରିଚିତ ଥିଲେ, ଯାହାଙ୍କ ବ୍ୟାଟିଂ ଶୈଳୀ ଟି-୨୦ ଅନୁରୂପ ଥିଲା। କିନ୍ତୁ ତାଙ୍କ ସମୟରେ ଏହି ଫର୍ମାଟ୍ (ଟି-୨୦) ନଥିଲା।

୯୭୮ରେ ଅକଲ୍ୟାଣ୍ଡରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ଏଡୱାର୍ଡ୍ସ ଅର୍ଦ୍ଧଶତକ ମାରିଥିଲେ, ଯାହାକି ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଥିଲା।

Related story