ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ନେଇ ଏମିତି ସମାଲୋଚନା କଲେ ଅଖତର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହି ପରାଜୟରେ ପାକିସ୍ତାନର କୋଟି କୋଟି ପ୍ରଶଂସକ ନିରାଶ ହୋଇଛନ୍ତି। ଫ୍ୟାନଙ୍କ ଭଳି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ମଧ୍ୟ ନିଜ ଟିମକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅଖତର ବିଶେଷକରି ଟିମ୍ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେ କ୍ୟାପଟେନ୍ ସର୍ଫରାଜଙ୍କୁ ସମାଲୋଚନା କରି କହିଛନ୍ତି, ସର୍ଫରାଜଙ୍କ ପେଟ ବାହାରିଛି ଏବଂ […]

akhtar

Hemant Lenka
  • Published: Sunday, 02 June 2019
  • , Updated: 02 June 2019, 06:33 PM IST

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହି ପରାଜୟରେ ପାକିସ୍ତାନର କୋଟି କୋଟି ପ୍ରଶଂସକ ନିରାଶ ହୋଇଛନ୍ତି। ଫ୍ୟାନଙ୍କ ଭଳି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ମଧ୍ୟ ନିଜ ଟିମକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ଅଖତର ବିଶେଷକରି ଟିମ୍ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେ କ୍ୟାପଟେନ୍ ସର୍ଫରାଜଙ୍କୁ ସମାଲୋଚନା କରି କହିଛନ୍ତି, ସର୍ଫରାଜଙ୍କ ପେଟ ବାହାରିଛି ଏବଂ ତାଙ୍କ ମୁହଁ ମଧ୍ୟ ଫୁଲିଛି। ଏ ନେଇ ଅଖତର ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଟିମର ପ୍ରଦର୍ଶନ ସମ୍ବନ୍ଧରେ ଟିପ୍ପଣୀ ଦେଇଛନ୍ତି।

ଦେଖନ୍ତୁ ଭିଡିଓ

ସେ କହିଛନ୍ତି, ରାଗ ତ ବହୁତ ଲାଗୁଛି, କିନ୍ତୁ ରୋଜା ଚାଲିଥିବାରୁ କିଛି କହି ହେବ ନାହିଁ। ପାକିସ୍ତାନ ଏକ ଭୟଭୀତ ଟିମ୍ ଭଳି ଖେଳୁଥିଲା। ଖେଳରେ ଟିମର ଖେଳାଳିମାନଙ୍କର କୌଣସି ରୁଚି ନଥିବା ଦେଖିବାକୁ ମିଳିଛି। ଏହାସହ ଅଖତର ଟିମ୍ କ୍ୟାପଟେନ୍ ସର୍ଫରାଜଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ସର୍ଫରାଜ ଟସ୍ କରିବାକୁ ଆସିଲେ, ତାଙ୍କ ପେଟ ଅତ୍ୟଧିକ ବାହାରିଥିଲା। ତାଙ୍କ ମୁହଁ ମଧ୍ୟ ଫୁଲିଥିଲା।

ସେ ପ୍ରଥମ ଅଧିନାୟକ, ଯିଏ ଏତେ ଅନଫିଟ୍। ମୁଁ ମୋ ଜୀବନରେ ଏତେ ଅନଫିଟ୍ କ୍ୟାପଟେନ୍ ଆଦୌ ଦେଖିନାହିଁ। କିପିଙ୍ଗ କରୁଥିବା ବେଳେ ତାଙ୍କୁ କଷ୍ଟ ହେଉଥିଲା। ଶୋଏବ ମଲିକଙ୍କୁ ଟିମରୁ ବାଦ୍ ଦିଆଯାଇଛି ଏବଂ ଦୁଇ-ତିନୋଟି ମ୍ୟାଚରେ ପୁଣିଥରେ ତାଙ୍କୁ ସାମିଲ୍ କରାଯି । ତେଣୁ ଟିମ୍ ଚୟନ କଥା ମୁଁ କିଛି ବୁଝିପାରୁ ନାହିଁ। ତେବେ ଅଖତର ପେସ୍ ବୋଲର ମହମ୍ମଦ ଆମୀରଙ୍କୁ ପ୍ରଶଂସା କରିଛନ୍ତି। ଆମୀରଙ୍କ ୱିକେଟ୍ ମିଳିବା ମୋତେ ବହୁତ ଖୁସି ଦେଇଛି । ଆମୀର ଏକମାତ୍ର ଖେଳାଳି, ଯିଏ ଟିମ୍ ପାଇଁ ଲଢ଼ିଥିଲେ। ଶେଷରେ ଅଖତର ବାକି ମ୍ୟାଚ୍ ପାଇଁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

Related story