ଇମ୍ରାନ୍ ଖାନ୍‌ଙ୍କ ବିବାଦୀୟ ମନ୍ତବ୍ୟ, ଭାରତୀୟ ଟିମ୍‌କୁ ହାରିବା ଦେଖି ଦୟା ଲାଗେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଦୁନିଆର ସବୁଠାରୁ ଚର୍ଚ୍ଚିତ ଚିରପ୍ରତିଦ୍ୱନ୍ଦ୍ୱୀ। ଦୁଇ ଦେଶ ମଧ୍ୟରେ ଯେତେବେଳେ କୌଣସି କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୁଏ, ସେହି ସମୟରେ ଷ୍ଟାଡିୟମଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ପ୍ରଶଂସକ ପରସ୍ପର ମଧ୍ୟରେ ଲଢ଼ିଥାନ୍ତି। ଏପରିକି ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ଅଧିକାଂଶ ସମୟରେ ଭାରତୀୟ କ୍ରିକେଟରଙ୍କୁ ସମାଲୋଚନା କରିବାକୁ ପଛାନ୍ତି ନାହିଁ। ଏହି ତାଲିକାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ୟାପଟେନ୍ ଇମ୍ରାନ୍ ଖାନଙ୍କ ନାଁ ଯୋଡ଼ି ହୋଇଛି। ସୋଶାଲ ମିଡିଆରେ […]

Imran-Khan

Ranjit Kumar Jena
  • Published: Friday, 24 April 2020
  • , Updated: 24 April 2020, 07:29 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଦୁନିଆର ସବୁଠାରୁ ଚର୍ଚ୍ଚିତ ଚିରପ୍ରତିଦ୍ୱନ୍ଦ୍ୱୀ। ଦୁଇ ଦେଶ ମଧ୍ୟରେ ଯେତେବେଳେ କୌଣସି କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୁଏ, ସେହି ସମୟରେ ଷ୍ଟାଡିୟମଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ପ୍ରଶଂସକ ପରସ୍ପର ମଧ୍ୟରେ ଲଢ଼ିଥାନ୍ତି। ଏପରିକି ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ଅଧିକାଂଶ ସମୟରେ ଭାରତୀୟ କ୍ରିକେଟରଙ୍କୁ ସମାଲୋଚନା କରିବାକୁ ପଛାନ୍ତି ନାହିଁ। ଏହି ତାଲିକାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ୟାପଟେନ୍ ଇମ୍ରାନ୍ ଖାନଙ୍କ ନାଁ ଯୋଡ଼ି ହୋଇଛି।

ସୋଶାଲ ମିଡିଆରେ ଇମ୍ରାନ୍ ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଭାରତୀୟ ଟିମ୍ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ଏହି ଭିଡିଓରେ ଇମ୍ରାନ୍ ଭାରତୀୟ କ୍ରିକେଟ୍ ଟିମ୍ ପ୍ରତି ନିଜର ସହାନୁଭୂତି ଦେଖାଉଛନ୍ତି ଏବଂ କହିଛନ୍ତି, ମୋତେ ଟିମ୍ ଇଣ୍ଡିଆ ପ୍ରତି ମୋତେ ଖୁବ୍ ଦୟା ଲାଗେ, କାରଣ ଆମେ ସେମାନଙ୍କୁ ଅଧିକାଂଶ ସମୟରେ ହରାଇ ଦେଉଥିଲୁ।


ଏକ ନ୍ୟୁଜ୍ ଚ୍ୟାନେଲରେ ଆଲୋଚନା ବେଳେ ଇମ୍ରାନ୍ କହିଛନ୍ତି, ମୁଁ ଭାରତୀୟ କ୍ରିକେଟ୍ ଟିମ୍ ପ୍ରତି ସର୍ବଦା ସହାନୁଭୂତି ରଖେ, କାରଣ ଆମେ ସେମାନଙ୍କୁ ସବୁବେଳେ ହରାଉଥିଲୁ। ମ୍ୟାଚ୍ ବେଳେ ଭାରତ କେବେବି ଆମର ପ୍ରତିଦ୍ୱନ୍ଦ୍ୱୀ ନଥିଲା, ସେମାନେ ବହୁତ ଚାପରେ ରହୁଥିଲେ। ଏପରିକି ଯେତେବେଳେ ମୁଁ ଟସ୍ ପକାଇବାକୁ ଯାଉଥିଲି, ସେତେବେଳେ ଭାରତୀୟ କ୍ୟାପଟେନ୍ ମୁହଁରେ ସେହି ଚାପ ଦେଖିବାକୁ ମିଳେ। ତେଣୁ ସେମାନେ ଟସ୍ ହାରିବା ନେଇ ମଧ୍ୟ ଡରୁଥିଲେ।

ସୂଚନାଯୋଗ୍ୟ, ଭାରତ ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୫୯ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତ ୯ ଏବଂ ପାକିସ୍ତାନ ୧୨ ମ୍ୟାଚ୍ ଜିତିଛି। ସେହିପରି ଉଭୟ ଦେଶରେ ମଧ୍ୟରେ ଖେଳାଯାଇଥିବା ୧୩୨ ଦିନିକିଆରେ ଭାରତ ୫୫ଟି ଏବଂ ପାକିସ୍ତାନର ୭୩ଟିରେ ବିଜୟୀ ହୋଇଛି। ଯଦି ଆମେ ବିଶ୍ୱକପ୍ ରେକର୍ଡକୁ ଦେଖିବା, ତାହେଲେ ପାକିସ୍ତାନ କେବେବି ଭାରତକୁ ହରାଇ ପାରିନାହିଁ। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ମଧ୍ୟ ଭାରତ ପାକିସ୍ତାନକୁ ୯୮ ରନରେ ହରାଇଥିଲା।

Related story