ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ପୂର୍ବତନ ଷ୍ଟାର୍ ପେସ୍ ବୋଲର ଭର୍ନନ୍ ଫିଲାଣ୍ଡରଙ୍କ ସାନ ଭାଇକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ବୁଧବାର କେପଟାଉନସ୍ଥିତ ଫିଲାଣ୍ଡରଙ୍କ ଘର ବାହାରେ କିଛି ଦୁବୃର୍ତ୍ତ ଗୁଳି ବର୍ଷା କରିଥିଲେ, ଯେଉଁଥିରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି।
https://twitter.com/VDP_24/status/1313956885373091842?s=20
ଏହି ଘଟଣା ବୁଧବାର ଦ୍ୱିପହରରେ ଘଟିଛି। ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଟାଇରନ୍ ଫିଲାଣ୍ଡର ଯେତେବେଳେ ପଡୋଶୀଙ୍କୁ ପାଣି ଦେବାକୁ ଯାଉଥିଲେ, ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଯାହା ପରେ ଟାଇରନ୍ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବର୍ତ୍ତମାନ ପୁଲିସ୍ ଏହି ମାମଲାର ତଦନ୍ତ କରୁଛି। ତେବେ ଫିଲାଣ୍ଡରଙ୍କ ଭାଇକୁ କିଏ ହତ୍ୟା କଲା, ତାହା ଜଣାପଡ଼ିନାହିଁ।
ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଫିଲାଣ୍ଡର ଏଭଳି ଦୁଃଖ ସମୟରେ ଲୋକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ସୋଶାଲ୍ ମିଡିଆରେ ଲେଖିଛନ୍ତି, ଆମେ ପରିବାରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ମୋ ହୋମ୍ ଟାଉନରେ ଘଟିଛି। ଏଭଳି କଠିନ ସମୟରେ ମୋ ପରିବାର ଏକୁଟିଆ ରହିବା ଦରକାର, ତେଣ ସମସ୍ତେ ଏହାର ସମ୍ମାନ କରନ୍ତୁ ବୋଲି ଅନୁରୋଧ କରୁଛି।