ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା: ଓଡ଼ିଶାର ୪ ଖେଳାଳି ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଟିମ୍‌ରେ ଓଡ଼ିଆ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ୧୮ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୪ ଜଣ ଓଡ଼ିଆ ଖେଳାଳି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଦିପ୍‌ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ। ଜୁଲାଇ ୨୧ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଲଣ୍ଡନରେ ବିଶ୍ୱକପ୍ ପାଇଁ ଲଢ଼େଇ ହେବ। ଭାରତ କେବେ ଜିତି ନାହିଁ ୧୯୭୪ ମସିହାରୁ ମହିଳା ହକି […]

sunita-lakra

sunita-lakra

Rakesh Mallick
  • Published: Friday, 29 June 2018
  • Updated: 29 June 2018, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଟିମ୍‌ରେ ଓଡ଼ିଆ ଖେଳାଳିଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ୧୮ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୪ ଜଣ ଓଡ଼ିଆ ଖେଳାଳି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଦିପ୍‌ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ।

ଜୁଲାଇ ୨୧ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଲଣ୍ଡନରେ ବିଶ୍ୱକପ୍ ପାଇଁ ଲଢ଼େଇ ହେବ।

ଭାରତ କେବେ ଜିତି ନାହିଁ

୧୯୭୪ ମସିହାରୁ ମହିଳା ହକି ବିଶ୍ୱକପ୍ ଖେଳା ଯାଉଛି। ଏଯାବତ ୧୩ଟି ମହିଳା ବିଶ୍ୱକପ୍ ହକି ଖେଳା ଯାଇଛି। ଏଥିରେ ନେଦରଲାଣ୍ଡ ସର୍ବାଧିକ ୭ ଥର ଚାମ୍ପିଅନ ହୋଇଛି। ଆର୍ଜେଣ୍ଟିନା, ଜର୍ମାନୀ ଓ ଅଷ୍ଟ୍ରେଲିଆ ଦୁଇ ଥର ଲେଖାଏଁ ଚାମ୍ପିଅନ ହେବାର ଗୌରବ ହାସଲ କରିଛନ୍ତି। ୨୦୧୪ ମହିଳା ବିଶ୍ୱକପ୍ ହକି ନେଦରଲାଣ୍ଡ ଜିତିଥିଲା। ସେହିପରି ୧୯୭୪, ୧୯୭୮, ୧୯୮୩, ୧୯୮୬,୧୯୯୦ ଓ ୨୦୦୬ରେ ମଧ୍ୟ ନେଦରଲାଣ୍ଡ ଚାମ୍ପିଅନ ହୋଇଥିଲା। ଆର୍ଜେଣ୍ଟିନା ୨୦୦୦ ଓ ୨୦୧୦ରେ ଚାମ୍ପିଅନ ହୋଇଥିଲା। ଅଷ୍ଟ୍ରେଲିଆ ୧୯୯୪ ଓ ୧୯୯୮ରେ ଚାମ୍ପିଅନ ହୋଇଥିଲା। ଜର୍ମାନୀ ୧୯୭୬ ଓ ୧୯୮୧ରେ ଚାମ୍ପିଅନ ହୋଇଥିଲା। ଭାରତ କେବେ ବି ଚାମ୍ପିଅନ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos