ଚତୁର୍ଥ ଟେଷ୍ଟ୍: ଭାରତ ପ୍ରଥମ ଇନିଂସରେ ୨୩୧/୭

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍। ଆଜି ଷ୍ଟମ୍ପ ଅପସାରଣ ବେଳକୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ଆଜିଙ୍କ୍ୟ ରାହାଣେ (୮୯ ରନ୍) ଓ ରବିଚନ୍ଦ୍ରନ ଅଶ୍ୱିନ (୬ରନ୍) ନଟଆଉଟ୍ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଡାନେ ପିଏଟ୍ ଓ କାଇଲେ ଆବୋଟ୍ ଯଥାକ୍ରମେ ୪ ଓ ୩ […]

ajinkya1

ajinkya1

Rakesh Mallick
  • Published: Thursday, 03 December 2015
  • Updated: 04 December 2015, 07:55 AM IST

ajinkyaaନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍। ଆଜି ଷ୍ଟମ୍ପ ଅପସାରଣ ବେଳକୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ଆଜିଙ୍କ୍ୟ ରାହାଣେ (୮୯ ରନ୍) ଓ ରବିଚନ୍ଦ୍ରନ ଅଶ୍ୱିନ (୬ରନ୍) ନଟଆଉଟ୍ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଡାନେ ପିଏଟ୍ ଓ କାଇଲେ ଆବୋଟ୍ ଯଥାକ୍ରମେ ୪ ଓ ୩ ୱିକେଟ୍ ଅକ୍ତିଆର କରିଛନ୍ତି।

ଆଜି ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଦଳୀୟ ସ୍କୋର ୧୦୦ରେ ପହଞ୍ଚିବା ପୂର୍ବରୁ ୩ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ଓପନର୍ ମୂରଲୀ ବିଜୟ ୧୨, ଶିଖର ଧାୱନ ୩୩ ଓ ଚେତେଶ୍ୱର ପୂଜାରା ୧୪ ରନ୍ କରି ଆଉଟ୍ ହୋଇଯିବା ବେଳକୁ ଦଳର ସ୍କୋର ମାତ୍ର ୬୬ରେ ପହଞ୍ଚିଥିଲା। ତେବେ ଏହା ପରେ ପାଳିକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ। ଏ ଦୁହିଁଙ୍କ ମଧ୍ୟରେ ୭୦ ରନର ପାର୍ଟନରସିପ୍ ହୋଇଥିଲା। ଦୁହେଁ ମିଶି ଦଳୀୟ ସ୍କୋରକୁ ୧୩୬ ରନରେ ପହଞ୍ଚାଇଥିଲେ। କୋହଲି ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୬୨ଟି ବଲରୁ ୭ଟି ଚୌକା ସହାୟତାରେ ୪୪ ରନ୍ କରିଥିଲେ। ତାଙ୍କ ପରେ କ୍ରିଜକୁ ଆସିଥିବା ରୋହିତ ଶର୍ମା ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ୬ଟି ବଲର ସମ୍ମୁଖୀନ ହୋଇ ସେ ଡାନେଙ୍କ ବଲରେ ଇମ୍ରାନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ସେହିଭଳି ରିଦ୍ଧିମାନ ସାହା ମଧ୍ୟ ୧୫ଟି ବଲ୍ ଖେଳି ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ୧୩୬ରୁ ୧୩୯ ରନ୍ ହେବା ମଧ୍ୟରେ ଦଳ ୨ଟି ୱିକେଟ୍ ହରାଇଥିଲା। ରବୀନ୍ଦ୍ର ଜାଡ଼େଜା ୫୯ଟି ବଲରୁ ୨୪ ରନ୍ କରି ଆବୋଟଙ୍କ ଶିକାର ହୋଇଥିଲେ। ଆଜିଙ୍କ୍ୟ ରାହାଣେ ୧୫୫ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଅଶ୍ୱିନ୍ ୨୯ଟି ବଲରୁ ୬ ରନ୍ କରି କ୍ରିଜରେ ଅଛନ୍ତି। ଏଦୁହେଁ ଆସନ୍ତାକାଲି ପୁଣି ଖେଳକୁ ଆଗେଇ ନେବେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଇଲେ ଆବୋଟ୍ ଓ ଡାନେ ପିଏଟ୍ ଯଥାକ୍ରମେ ୩ଟି ଓ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଏହି ସିରିଜକୁ ୨-୦ରେ ଜିତି ସାରିଛି। ଦକ୍ଷିଣ ଆଫ୍ରିକା ସମ୍ମାନ ରଖିବାକୁ ଏହି ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos