ଭାରତୀୟ ମହିଳା ଟିଟି ଟିମ୍‌ର ଅଲମ୍ପିକ୍ସ ସ୍ୱପ୍ନ ଧୂଳିସାତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେବୁଲ ଟେନିସ(ଟିଟି) ଟିମର ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ସ୍ୱପ୍ନ ଆଜି ଧୂଳିସାତ ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ ମ୍ୟାଚ୍‌ରେ ଭାରତୀୟ ମହିଳା ଟିଟି ଟିମ ଫ୍ରାନ୍ସ ଠାରୁ ୨-୩ରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଦଳର ଅଲିମ୍ପିକ୍ସ ଖେଳିବାର ରାସ୍ତା ବନ୍ଦ ହୋଇଯାଇଛି। ଶୁକ୍ରବାର ଭାରତୀୟ ମହିଳା ଦଳ ପ୍ରି କ୍ୱାର୍ଟର ଫାଇନାଲରେ ରୋମାନିଆଠାରୁ ମଧ୍ୟ ୨-୩ରେ ପରାସ୍ତ ହୋଇଥିଲା। […]

m

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 09:38 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେବୁଲ ଟେନିସ(ଟିଟି) ଟିମର ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ସ୍ୱପ୍ନ ଆଜି ଧୂଳିସାତ ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ ମ୍ୟାଚ୍‌ରେ ଭାରତୀୟ ମହିଳା ଟିଟି ଟିମ ଫ୍ରାନ୍ସ ଠାରୁ ୨-୩ରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତୀୟ ମହିଳା ଦଳର ଅଲିମ୍ପିକ୍ସ ଖେଳିବାର ରାସ୍ତା ବନ୍ଦ ହୋଇଯାଇଛି।

ଶୁକ୍ରବାର ଭାରତୀୟ ମହିଳା ଦଳ ପ୍ରି କ୍ୱାର୍ଟର ଫାଇନାଲରେ ରୋମାନିଆଠାରୁ ମଧ୍ୟ ୨-୩ରେ ପରାସ୍ତ ହୋଇଥିଲା। ବର୍ତ୍ତମାନ ବିଶ୍ୱ ଟିଟି ମହିଳା ରାଙ୍କିଙ୍ଗର ୨୩ ତମ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆର ମୁକାବିଲା ୨୪ ନଂ ସ୍ଥାନରେ ଥିବା ଫ୍ରାନ୍ସ ସହ ହୋଇଥିଲା।

ପ୍ରଥମ ମ୍ୟାଚ୍‌ରେ ଏ ମୁଖାର୍ଜୀ ଓ ଏସ୍‌ ମୁଖାର୍ଜୀଙ୍କ ଜବରଦସ୍ତ ୧୧-୭, ୬-୧୧, ୧୦-୧୨, ୧୧-୪ ଓ ୧୧-୮ରେ ବିଜୟ ହାସଲ କରିଥିଲେ। ତେବେ ଏହି ଦଳ ଗତ ଇଭେଣ୍ଟର ଏକକ ବର୍ଗରେ ଷ୍ଟାର ଖେଳାଳି ମନିକା ବାତ୍ରା ୭-୧୧, ୧୧-୩, ୯-୧୧, ୧୧-୩, ୭-୧୧ରେ ଫ୍ରାନ୍ସର ଏମ ମାଇଗୋଟଙ୍କ ଠାରୁ ପରାସ୍ତ ହୋଇଥିଲେ।

ତେବେ ଦ୍ୱିତୀୟ ଏକକ ବର୍ଗ ମ୍ୟାଚ୍‌ରେ ସେ ୧୧-୭, ୧୨-୧୦ ଓ ୧୧-୪ରେ ଜିତି ଭାରତକୁ କମବ୍ୟାକ କରାଇଥିଲେ। ହେଲେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ରେ ଫ୍ରାନ୍ସ ବାଜିମାତ କରି ଭାରତକୁ ୩-୨ରେ ହରାଇ ଦେଇଥିଲା। ଏଥିସହ ଭାରତୀୟ ମହିଳା ଦଳର ଅଲିମ୍ପିକ୍ସ ଖେଳିବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା।

ଏବେ ମନିକା ଓ ଅର୍ଚ୍ଚନା କାମାଥ ଏକକ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ପାଇଁ ଶେଷ ସୁଯୋଗ ପାଇପାରିବେ। କାରଣ ଏପ୍ରିଲ ମାସରେ ଏକକ ବର୍ଗରେ ଯୋଗ୍ୟତା ହାସଲ କରିବା ପାଇଁ ମ୍ୟାଚ୍‌ ଥାଇଲ୍ୟାଣ୍ଡରେ ଖେଳାଯିବ। ଏଥିରେ ବିଜୟ ହାସଲ କରି ମନିକା ଓ ଅର୍ଚ୍ଚନା ଭାରତ ପକ୍ଷରୁ ଅଲିମ୍ପିକ୍ସ ଖେଳିବାର ଟିକେଟ ପାଇପାରିବେ।

Related story