ପ୍ୟାରିସ୍: ଫ୍ରେଞ୍ଚ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କାଶ୍ୟପ। ୨ଲକ୍ଷ ୭୫ହଜାର ଡଲାର ପୁରସ୍କାର ବିଶିଷ୍ଟ ଏହି ଫ୍ରେଞ୍ଚ ଓପନ୍ସର ପ୍ରଥମ ପର୍ଯ୍ୟାୟକୁ ଅତି ସହଜରେ ଅତିକ୍ରମ କରିଛନ୍ତି ଏହି ଦୁଇ ତାରକା। ମହିଳା ସିଙ୍ଗଲ୍ସରେ ମାତ୍ର ୨୪ ମିନିଟରେ ସାଇନା କାନାଡାର ମିଚେଲ ଲିଙ୍କୁ ୨୧-୧୮, ୨୧-୧୩ରେ ପରାଜୟର ରାସ୍ତା ଦେଖାଇ ଦେଇଥିଲେ । ପରବର୍ତ୍ତୀ ମ୍ୟାଚରେ ସାଇନା ଜର୍ମାନୀର କରୀନ୍ ଶାଞ୍ଚେଜ୍ ଓ ଜାପାନର ମିନାଶୁ ମିତାନୀ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜୟୀଙ୍କୁ ଭେଟିବେ ।
ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର ପାରୁପଲ୍ଲୀ କାଶ୍ୟପ୍ ୨୧-୧୧, ୨୨-୨୦ରେ ଥମୋସ୍ ରୌସ୍କାଲଙ୍କୁ ପରାଜିତ କରିଛନ୍ତି। ପରବର୍ତ୍ତୀ ମ୍ୟାଚରେ କାଶ୍ୟପ ଥାଇଲାଣ୍ଡର ତୋନାଙ୍ଗସାକ୍ ସିଆନସୋମବୋନସୁକ ଓ ଇଂଲଣ୍ଡର ରାଜୀବ ଓଶେଫଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜୟୀଙ୍କୁ ଭେଟିବେ । ଭାରତର ଅନ୍ୟତମ ଖେଳାଳି କିଦାମ୍ବି ଶ୍ରୀକାନ୍ତ ୧୫-୨୧, ୨୧-୧୩, ୧୧-୨୧ରେ ଚୀନର ଟିଆନ୍ ହୋୱିଇଙ୍କଠାରୁ ପରାଜିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।