ଏହି କ୍ରିକେଟରଙ୍କ ରନ୍ ନେବା ଶୈଳୀ ଦେଖି ଲୋକେ ହସି ହସି ଗଡ଼ିଲେ, ଦେଖନ୍ତୁ ଏହି ଭିଡିଓ

ଲଣ୍ଡନ: ନିକଟରେ ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓ କ୍ଲିପରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟାଟ୍ସମ୍ୟାନ୍ ରନ୍ ନେବା ପାଇଁ ଦୌଡୁଥିବା ବେଳେ ଦୁଇଦୁଇ ଥର କଚାଡ଼ି ହୋଇ ତଳେ ପଡ଼ିଯିବାର ଦୃଶ୍ୟ ଦେଖିଲେ ଜଣେ ନିଜର ହସ ରୋକି ପାରିବ ନାହିଁ। ଏହି ଭିଡିଓକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ “ମାର୍କସ ଟ୍ରେସ୍କୋଥିକଙ୍କ ୱିକେଟ୍ ମଝିରେ ଦୌଡ଼ିବାର କଳା”। […]

running

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 06:41 PM IST

ଲଣ୍ଡନ: ନିକଟରେ ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓ କ୍ଲିପରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟାଟ୍ସମ୍ୟାନ୍ ରନ୍ ନେବା ପାଇଁ ଦୌଡୁଥିବା ବେଳେ ଦୁଇଦୁଇ ଥର କଚାଡ଼ି ହୋଇ ତଳେ ପଡ଼ିଯିବାର ଦୃଶ୍ୟ ଦେଖିଲେ ଜଣେ ନିଜର ହସ ରୋକି ପାରିବ ନାହିଁ। ଏହି ଭିଡିଓକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ "ମାର୍କସ ଟ୍ରେସ୍କୋଥିକଙ୍କ ୱିକେଟ୍ ମଝିରେ ଦୌଡ଼ିବାର କଳା"।

ତେବେ ଏହି ଭିଡିଓରେ ରନ ନେବା ପାଇଁ ୱିକେଟ୍ ମଝିରେ ଦୌଡୁଥିବା ଓ ପଡ଼ି ଯାଉଥିବା ବ୍ୟାଟ୍ସମ୍ୟାନ୍ ଜଣକ ଆଉ କେହି ନୁହନ୍ତି, ବରଂ ଇଂଲଣ୍ଡର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍କସ୍ ଟ୍ରେସ୍କୋଥିକ। କାଉଣ୍ଟି କ୍ରିକେଟରେ ସମରସେଟ୍ ପକ୍ଷରୁ ଖେଳୁଥିବା ଟ୍ରେସ୍କୋଥିକ ରନ୍ ନେବା ବେଳେ ଦୁଇଦୁଇ ଥର ତଳେ କଚାଡ଼ି ହୋଇ ପଡ଼ିଥିଲେ।

ତାଙ୍କ ସାଥୀ ବ୍ୟାଟ୍ସମ୍ୟାନ୍ ବଲକୁ ମିଡ୍ ୱିକେଟ୍ ଅଞ୍ଚଳକୁ ମାରି ରନ୍ ନେବା ପାଇଁ ଦୌଡ଼ିଥିଲେ। ଏହା ଦେଖି ନନଷ୍ଟ୍ରାଇକର୍ ଏଣ୍ଡରେ ଥିବା ଟ୍ରେସ୍କୋଥିକ ଅନିଚ୍ଛା ସତ୍ତ୍ୱେ ଦୌଡ଼ିବା ଆରମ୍ଭ କରିଥିଲେ, କିନ୍ତୁ କ୍ରିଜରେ ପହଞ୍ଚିବାର ଠିକ୍ ପୂର୍ବରୁ ସେ ନିଜ ସନ୍ତୁଳନ ହରାଇ ତଳେ କଚାଡ଼ି ହୋଇ ପଡ଼ିଥିଲେ। ସାଥୀ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ରନ୍ ନେବା ପାଇଁ ଡାକିବାରୁ ଟ୍ରେସ୍କୋଥିକ ପୁଣି ଦୌଡ଼ିଥିଲେ। କିନ୍ତୁ କ୍ରିଜରେ ପହଞ୍ଚିବା ବେଳକୁ ପୁଣିଥରେ ନନଷ୍ଟ୍ରାଇକର୍ ଏଣ୍ଡରେ ପଡ଼ିଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଫିଲ୍ଡରଙ୍କ ସହିତ ଦର୍ଶକମାନେ ମଧ୍ୟ ନିଜ ହସକୁ ରୋକିପାରି ନଥିଲେ।

ଦେଖନ୍ତୁ ଭିଡିଓ

 

View this post on Instagram

 

This will not be bettered this year ... The Art of running between the wickets by @marcustrescothick !!!!!!

A post shared by Michael vaughan (@michaelvaughan) on

Related story