ଗାଲ୍ଲେ ଟେଷ୍ଟ: ପ୍ରଥମ ଇନିଙ୍ଗ୍ସରେ ଭାରତ ୧୯୨ରନରେ ଅଗ୍ରଣୀ,ଶ୍ରୀଲଙ୍କା ୫/୨

ଗାଲ୍ଲେ: ଗାଲ୍ଲେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୩୭୫ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍ ହୋଇଯାଇଛି। ଏଥିସହିତ ଭାରତ ୧୯୨ ରନରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଅଗ୍ରଣୀ ନେଇଛି। ଦ୍ୱିତୀୟ ଇନିଙ୍ଗ୍ସ ଆରମ୍ଭ କରିଛି ଶ୍ରୀଲଙ୍କା। ଗୁରୁବାର ଦ୍ୱିତୀୟ ଇନିଙ୍ଗ୍ସ ଆରମ୍ଭରୁ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା। ମାତ୍ର ୪ ଓଭର ଖେଳି ଶ୍ରୀଲଙ୍କା ୫ ରନ କରି ୨ଟି ୱିକେଟ ହରାଇଛି। ଦଳ ପକ୍ଷରୁ ଦ୍ୱିମୁଥ କରୁଣାଥାନେ ଓ କୌଶଲ […]

Shikar Dhawan, Virat Kohl

Shikar Dhawan, Virat Kohl

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 01:33 PM IST

Sports

Latest News

Shikar Dhawan, Virat Kohlଗାଲ୍ଲେ: ଗାଲ୍ଲେରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୩୭୫ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍ ହୋଇଯାଇଛି। ଏଥିସହିତ ଭାରତ ୧୯୨ ରନରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଅଗ୍ରଣୀ ନେଇଛି। ଦ୍ୱିତୀୟ ଇନିଙ୍ଗ୍ସ ଆରମ୍ଭ କରିଛି ଶ୍ରୀଲଙ୍କା। ଗୁରୁବାର ଦ୍ୱିତୀୟ ଇନିଙ୍ଗ୍ସ ଆରମ୍ଭରୁ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା। ମାତ୍ର ୪ ଓଭର ଖେଳି ଶ୍ରୀଲଙ୍କା ୫ ରନ କରି ୨ଟି ୱିକେଟ ହରାଇଛି। ଦଳ ପକ୍ଷରୁ ଦ୍ୱିମୁଥ କରୁଣାଥାନେ ଓ କୌଶଲ ସିଲଭା ବିନା କୌଣସି ରନ କରି ପ୍ୟାଭିଲିୟନକୁ ଫେରି ଯାଇଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନି ଓ ଅମିତ ମିଶ୍ର ପୁଣି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ମାତ୍ର ଦୁଇ ଓଭର ଲଖାଏଁ ବୋଲିଂ କରି ଏହି ଦୁଇ ବୋଲର ଶ୍ରୀଲଙ୍କାର ଦୁଇ ଓପନରଙ୍କୁ ପ୍ୟାଭିଲିୟନକୁ ଯିବାକୁ ବାଧ୍ୟ କରିଥିଲେ। ପ୍ରଥମ ଇନିଙ୍ଗ୍ସରେ ଶ୍ରୀଲଙ୍କା ୧୮୩ ରନରେ ଅଲଆଉଟ ହୋଇ ଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଇନିଙ୍ଗ୍ସରେ ଭାରତର ଓପନର୍ ଶିଖର ଧୱନଙ୍କ ଶତକ ପରେ କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ। ଧୱନ ୧୩୪ ରନ୍ କରିଥିବା ବେଳେ କୋହଲି ୧୦୩ ରନ୍ କରି ଆଉଟ୍ ହୋଇଥିଲେ। ୱିକେଟ କିପର୍ ରିଦ୍ଧିମାନ ଶାହ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଇନିଙ୍ଗ୍ସରେ ଶ୍ରୀଲଙ୍କା ପକ୍ଷରୁ ଥାରିଣ୍ଡୁ କୌଶାଲ ୫ଟି ୱିକେଟ, ନୁଆନ ପ୍ରଦୀପ ୩ଟି ୱିକେଟ, ଧମ୍ମିକା ପ୍ରସାଦ ଏବଂ ଅଙ୍ଗିଲୋ ମ୍ୟାଥ୍ୟୁସ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos