ପନ୍ତ-ରାହୁଲ ୱିକେଟ କିପିଂ ବିତର୍କରେ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ନିୟମିତ ୱିକେଟ କିପର ରିଷଭ ପନ୍ତଙ୍କ ବଦଳରେ କେଏଲ ରାହୁଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ କିପିଂ ଦାୟିତ୍ୱ ଦେଇଥିବାରୁ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ରାହୁଲ କ’ଣ ଏଭଳି ନିୟମିତ କିପିଂ କରିବେ ନା ପୁଣିଥରେ ପନ୍ତଙ୍କୁ ସୁଯୋଗ ମିଳିବ? ଏଭଳି ଅନେକ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ସୃଷ୍ଟି ହୋଇଛି। ଏସବୁ ଭିତରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ପନ୍ତ ଓ ରାହୁଲଙ୍କ ମଧ୍ୟରେ ଚାଲିଥିବା ବିତର୍କରେ ମୁହଁ ଖୋଲିଛନ୍ତି। ରାହୁଲ ସୀମିତ […]

cd

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 07:01 PM IST

ନୂଆଦିଲ୍ଲୀ: ନିୟମିତ ୱିକେଟ କିପର ରିଷଭ ପନ୍ତଙ୍କ ବଦଳରେ କେଏଲ ରାହୁଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ କିପିଂ ଦାୟିତ୍ୱ ଦେଇଥିବାରୁ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ରାହୁଲ କ’ଣ ଏଭଳି ନିୟମିତ କିପିଂ କରିବେ ନା ପୁଣିଥରେ ପନ୍ତଙ୍କୁ ସୁଯୋଗ ମିଳିବ? ଏଭଳି ଅନେକ ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ସୃଷ୍ଟି ହୋଇଛି।

ଏସବୁ ଭିତରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ପନ୍ତ ଓ ରାହୁଲଙ୍କ ମଧ୍ୟରେ ଚାଲିଥିବା ବିତର୍କରେ ମୁହଁ ଖୋଲିଛନ୍ତି। ରାହୁଲ ସୀମିତ ଓଭର କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରୁଥିବାରୁ ଗାଙ୍ଗୁଲି ଏହାକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “ଚୂଡ଼ାନ୍ତ ଏକାଦଶରେ କିଏ ରହିବ ଓ କିଏ ବାଦ ପଡ଼ିବ ସେକଥା ଅଧିନାୟକ ବିରାଟ କୋହଲି ନିଷ୍ପତ୍ତି ନେବେ। ଟିମ୍‌ରେ ରାହୁଲଙ୍କ ଭୂମିକା କ’ଣ ସେକଥା ଅଧିନାୟକ ଓ ଟିମ୍‌ ମ୍ୟାନେଜମେଣ୍ଟ ନେବେ। ରାହୁଲ ଟି-୨୦ ଓ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି।

ସେ ଟେଷ୍ଟରେ ମଧ୍ୟ ଭଲ ଆରମ୍ଭ କରିଥିଲେ। ହେଲେ ଏହା ସାମାନ୍ୟ ଧିମା ହୋଇଯାଇଛି। କିନ୍ତୁ ସୀମିତ ଓଭର କ୍ରିକେଟରେ ସେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି ଓ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ମୋର ଆଶା।

ହେଲେ ତାଙ୍କ ଭୂମିକା କେଉଁଠି ଓ କ’ଣ ରହିବ ସେକଥା ମ୍ୟାନେଜମେଣ୍ଟ ଉପରେ ନିର୍ଭର କରେ। ଟି-୨୦ ବିଶ୍ୱକପରେ କିଏ ୱିକେଟ କିପିଂ କରିବ ସେକଥା ଚୟନକର୍ତ୍ତା, ବିରାଟ ଓ ରବି(ଶାସ୍ତ୍ରୀ) ହିଁ ନିଷ୍ପତ୍ତି ନେବେ। ସେମାନେ ଯାହା ବି ନିଷ୍ପତ୍ତି ନେବେ, ସେହି ଅନୁସାରେ ସବୁ କିଛି ହେବ।”

Related story