ମାତ୍ର ୨୫ ବଲରେ ଶତକ ମାରି ବିଶ୍ୱ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଜର୍ଜ ମୁନସେ ଟି-୨୦ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମାତ୍ର ୨୫ ବଲରେ ଶତକ ମାରି ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହାଛଡ଼ା ସେ ଗୋଟିଏ ଓଭରରେ ୬ ଛକା ମାରିବାର ନୂଆ କାରନାମା କରିଛନ୍ତି। ଗ୍ଲସେଷ୍ଟରଶାୟାର ସେକେଣ୍ଡ ଇଲେଭେନ୍ ଓ ବାଥ୍ ସିସି ମଧ୍ୟରେ ହୋଇଥିବା ଅନଅଫିସିଆଲ୍ ଟି-୨୦ ମ୍ୟାଚରେ ମୁନସେ ମାତ୍ର ୩୯ ବଲରେ ୧୪୭ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ମୁନସେ ନିଜର ଏହି […]

t02t-20

Hemant Lenka
  • Published: Tuesday, 23 April 2019
  • , Updated: 23 April 2019, 03:41 PM IST

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଜର୍ଜ ମୁନସେ ଟି-୨୦ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମାତ୍ର ୨୫ ବଲରେ ଶତକ ମାରି ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହାଛଡ଼ା ସେ ଗୋଟିଏ ଓଭରରେ ୬ ଛକା ମାରିବାର ନୂଆ କାରନାମା କରିଛନ୍ତି।

ଗ୍ଲସେଷ୍ଟରଶାୟାର ସେକେଣ୍ଡ ଇଲେଭେନ୍ ଓ ବାଥ୍ ସିସି ମଧ୍ୟରେ ହୋଇଥିବା ଅନଅଫିସିଆଲ୍ ଟି-୨୦ ମ୍ୟାଚରେ ମୁନସେ ମାତ୍ର ୩୯ ବଲରେ ୧୪୭ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ମୁନସେ ନିଜର ଏହି ମାରାଥନ ଇନିଂସ୍ ମଧ୍ୟରେ ୫ ଚୌକା ଓ ୨୦ ଛକା ମାରିଛନ୍ତି।

ଏହି ମ୍ୟାଚରେ ମଇଦାନକୁ ବ୍ୟାଟିଂ କରିବାକୁ ଆସିବା ମାତ୍ରକେ ମୁନସେ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରିଥିଲେ। ସେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ମାରିବା ପରେ ଶତକ ପୂରଣ ପାଇଁ ମାତ୍ର ୭ ବଲ ଖେଳିଥିଲେ। ଏହା ମଧ୍ୟରେ ସେ ଗୋଟିଏ ଓଭରରେ ୬ ଛକା ମଧ୍ୟ ମାରିଥିଲେ।

ମୁନସେ ଓ ଜିପି ୱିଲୋଜ (୭୨)ଙ୍କ ଦମଦାର ବ୍ୟାଟିଂ ବଳରେ ଗ୍ଲସେଷ୍ଟରଶାୟାର ଟିମ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା। ସ୍କଟଲ୍ୟାଣ୍ଡ୍ ପକ୍ଷରୁ ୨୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମୁନସେ ୧୫୦.୬୭ ଷ୍ଟ୍ରାଇକରେଟରେ ୫୫୯ ରନ୍ କରିଛନ୍ତି। ଜବାବରେ ବାଥ୍ ବିସି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଟି-୨୦ରେ କ୍ରିକେଟରେ ଦ୍ରୁତ ଶତକର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଛି। ୨୦୧୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ଗେଲ୍ ପୁନେ ୱାରିୟର୍ସ ବିପକ୍ଷରେ ମାତ୍ର ୩୦ ବଲରେ ଶତକ ମାରିଥିଲେ।

Related story