ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସାଉଥ କୋରିଆ କିକ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି, ବିଶ୍ୱାସ ହେଉନଥିଲେ ବି ସତ। ଲଗ୍‌ ପର୍ଯ୍ୟାୟର ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ପରାଜୟ ଫଳରେ ବିଦାୟ ନେଇଛି ଡିଫେଣ୍ଡିଂ […]

index

index

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 10:21 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି, ବିଶ୍ୱାସ ହେଉନଥିଲେ ବି ସତ। ଲଗ୍‌ ପର୍ଯ୍ୟାୟର ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ପରାଜୟ ଫଳରେ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ। ୧୯୩୮ ମସିହା ପରେ ପ୍ରଥମ ଥର ପାଇଁ ଜର୍ମାନୀ, ଫିଫା ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସବୁଠୁ ମଜାଦାର କଥା ହେଲା ୨୦୦୨ରେ ଡିଫେଣ୍ଡି ଚାମ୍ପିୟନ ଫ୍ରାନ୍ସ, ୨୦୧୦ରେ ଡିଫେଣ୍ଡିଂ ଚାମ୍ପିୟନ ଇଟାଲୀ  ଓ ୨୦୧୪  ବିଶ୍ୱକପରେ ଡିଫେଣ୍ଡି ଚାମ୍ପିୟନ ସ୍ପେନ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଏହି ପରମ୍ପରା ଏଥର ଜର୍ମାନୀ ମଧ୍ୟ ବଳବତ୍ତର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos