ଘୋଷ ଓ ମନିକାଙ୍କୁ ରିଓ ଅଲିମ୍ପିକ୍‌ ଟିକେଟ୍‌

କୋଲକାତା:ହଂକଂରେ ଚାଲିଥିବା ଏସିଆନ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ହାସଲ କରି ଭାରତର ଟେବୁଲ ଟେନିସ୍‌ ଖେଳାଳି  ସୌମ୍ୟଜିତ ଘୋଷ ଓ ମନିକା ବାତ୍ରା ରିଓ ଅଲିମ୍ପିକ୍‌ ପାଇଁ ନିଜ ସ୍ଥାନ ପକ୍କା କରିଛନ୍ତି। ଦକ୍ଷିଣ ଏସୀୟ ଜୋନ୍‌ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଭାରତକୁ ଛାଡିଦେଲେ କୌଣସି ଦେଶ ଭାଗ ନେଇ ନ ଥିଲେ। ଭାରତର ୪ ଜଣ ଭାଗ ନେଇଥିଲେ। ଘୋଷ୍‌ ତାଙ୍କ ଗ୍ରୁପ୍‌ରେ ଏ.ଏସ୍ କାମାଲ୍‌, ଅନ୍ଥୋନୀ ଅମଲ୍‌ରାଜ୍‌ ଓ ହରମିତ ଦେଶାଇଙ୍କୁ ପଛରେ ପକାଇଥିଲେ। […]

Soumyajit Ghosh

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 11:32 AM IST

କୋଲକାତା:ହଂକଂରେ ଚାଲିଥିବା ଏସିଆନ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ହାସଲ କରି ଭାରତର ଟେବୁଲ ଟେନିସ୍‌ ଖେଳାଳି  ସୌମ୍ୟଜିତ ଘୋଷ ଓ ମନିକା ବାତ୍ରା ରିଓ ଅଲିମ୍ପିକ୍‌ ପାଇଁ ନିଜ ସ୍ଥାନ ପକ୍କା କରିଛନ୍ତି।

ଦକ୍ଷିଣ ଏସୀୟ ଜୋନ୍‌ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଭାରତକୁ ଛାଡିଦେଲେ କୌଣସି ଦେଶ ଭାଗ ନେଇ ନ ଥିଲେ। ଭାରତର ୪ ଜଣ ଭାଗ ନେଇଥିଲେ।

ଘୋଷ୍‌ ତାଙ୍କ ଗ୍ରୁପ୍‌ରେ ଏ.ଏସ୍ କାମାଲ୍‌, ଅନ୍ଥୋନୀ ଅମଲ୍‌ରାଜ୍‌ ଓ ହରମିତ ଦେଶାଇଙ୍କୁ ପଛରେ ପକାଇଥିଲେ। ସେହିପରି ମନିକା ଓ କେ ଶାମିନୀ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତିଥିଲେ। ଗ୍ରୁପ୍‌ମ୍ୟାଚ୍‌ରେ ଶାମିନୀଙ୍କୁ ପରାସ୍ତ କରି ଅଲିମ୍ପିକ୍‌ ଟିକେଟ୍‌ ପାଇଛନ୍ତି।

Related story