କ୍ରିକେଟରୁ ୬ମାସ ବ୍ରେକ୍ ନେଲେ ମ୍ୟାକ୍ସୱେଲ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଅଚାନକ କ୍ରିକେଟରୁ ବ୍ରେକ୍ ନେଇଛନ୍ତି। ତେବେ ଏହି ଖବର ସମସ୍ତଙ୍କୁ ଚକିତ କରିଦେଛଛି। ଏଠି ପ୍ରଶ୍ନ ଉଠୁଛି ଯେ ମଇଦାନରେ ପ୍ରତିପକ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରୁଥିବା ମ୍ୟାକ୍ସୱେଲଙ୍କ ସହ ହଠାତ୍ ଏମିତି କ’ଣ ହେଲା, ଯେଉଁ କାରଣରୁ ତାଙ୍କୁ ଅଧାରୁ କ୍ରିକେଟ୍ ଛାଡ଼ିବାକୁ ପଡ଼ିଛି। କ୍ରିକେଟ୍ ଅଷ୍ଟ୍ରେଲିଆର ମନୋବୈଜ୍ଞାନିକ ଡାକ୍ତର ମାଇକେଲ୍ ଲୟଡଙ୍କ କହିବା ଅନୁଯାୟୀ, “ମ୍ୟାକ୍ସୱେଲ୍ ନିଜ ମାନସିକ ସ୍ୱାସ୍ଥ […]

maxwell

Ranjit Kumar Jena
  • Published: Thursday, 31 October 2019
  • , Updated: 31 October 2019, 05:48 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଅଚାନକ କ୍ରିକେଟରୁ ବ୍ରେକ୍ ନେଇଛନ୍ତି। ତେବେ ଏହି ଖବର ସମସ୍ତଙ୍କୁ ଚକିତ କରିଦେଛଛି। ଏଠି ପ୍ରଶ୍ନ ଉଠୁଛି ଯେ ମଇଦାନରେ ପ୍ରତିପକ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରୁଥିବା ମ୍ୟାକ୍ସୱେଲଙ୍କ ସହ ହଠାତ୍ ଏମିତି କ'ଣ ହେଲା, ଯେଉଁ କାରଣରୁ ତାଙ୍କୁ ଅଧାରୁ କ୍ରିକେଟ୍ ଛାଡ଼ିବାକୁ ପଡ଼ିଛି।

କ୍ରିକେଟ୍ ଅଷ୍ଟ୍ରେଲିଆର ମନୋବୈଜ୍ଞାନିକ ଡାକ୍ତର ମାଇକେଲ୍ ଲୟଡଙ୍କ କହିବା ଅନୁଯାୟୀ, "ମ୍ୟାକ୍ସୱେଲ୍ ନିଜ ମାନସିକ ସ୍ୱାସ୍ଥ ସମ୍ବନ୍ଧିତ କୌଣସି ସମସ୍ୟା ଥିବା ଅନୁଭୂତ କରୁଛନ୍ତି। ଏଥିପାଇଁ ସେ କ୍ରିକେଟରୁ କିଛି ସମୟ ପାଇଁ ଦୂରେଇ ରହିବେ। ଗ୍ଲେନ୍ ଏହି ସମସ୍ୟାକୁ ଖୋଜି ବାହାର କରିବା ଏବଂ ସହଯୋଗୀ ଷ୍ଟାଫଙ୍କ ସହ ନିଜର ସମ୍ପୂର୍ଣ୍ଣ ଉପଚାର କରାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।"

ମ୍ୟାକ୍ସୱେଲଙ୍କ ନିଷ୍ପତ୍ତିରେ ତାଙ୍କୁ କ୍ରିକେଟ୍ ବୋର୍ଡ ପକ୍ଷରୁ ମଧ୍ୟ ସହାୟତାର ମିଳିଛି। ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆର ଏକଜିକ୍ୟୁଟିଭ୍ ଜେନେରାଲ୍ ମ୍ୟାନେଜର୍ ବେନ୍ ଓଲିଭର୍ କହିଛନ୍ତି, "ଆମ ପାଇଁ ଖେଳାଳି ଏବଂ ସର୍ପୋଟ୍ ଷ୍ଟାଫଙ୍କ ସ୍ୱାସ୍ଥ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ। ମ୍ୟାକ୍ସୱେଲଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ କ୍ରିକେଟ୍ ଭିକ୍ଟୋରିଆ ସହ ମିଶି କାମ କରିବ ଏବଂ ମ୍ୟାକ୍ସୱେଲଙ୍କ ସ୍ୱାସ୍ଥ ଓ କ୍ରିକେଟକୁ ତାଙ୍କର ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ମ୍ୟାକ୍ସୱେଲ୍ ଏବଂ ତାଙ୍କ ପରିବାରକୁ କିଛି ସମୟ ଦିଆଯାଉ। ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରାଯାଉ। ମ୍ୟାକ୍ସୱେଲ ଆମ ପାଇଁ ବହୁତ ଖାସ ଖେଳାଳି। ସେ ଅଷ୍ଟ୍ରେଲିଆ କ୍ରିକେଟ୍ ପରିବାରର ଜଣେ ପ୍ରମୁଖ ସଦସ୍ୟ। ସେ ଶୀଘ୍ର କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମର ଆଶା।"

ସୂଚନାଯୋଗ୍ୟ, ମ୍ୟାକ୍ସୱେଲ୍ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଏବଂ ଭଲ ଫର୍ମରେ ମଧ୍ୟ ଥିଲେ। ତାଙ୍କ ସ୍ଥାନରେ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡାର୍ସି ଶର୍ଟଙ୍କୁ ଚୟନ କରାଯାଇଛି। ମ୍ୟାକ୍ସୱେଲ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୨୮ ବଲରେ ୬୨ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୩ ଛକା ସାମିଲ୍ ଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିନଥିଲା।

Related story