ଯୁବିଙ୍କ ଧୂଆଁଧାର ବ୍ୟାଟିଂ ଦେଖି ସବୁ ଖୁସ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହୁଏତ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି, କିନ୍ତୁ ତାଙ୍କ ବ୍ୟାଟିଂରେ ଏବେବି ସେହି ପୁରୁଣା ଝଲକ ରହିଛି। ଗ୍ଲୋବାଲ୍ ଟି-୨୦ରେ ଯୁବରାଜ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି। ଟରଣ୍ଟୋ ନ୍ୟାଶନାଲ୍ ଟିମର ନେତୃତ୍ୱ ନେଉଥିବା ଯୁବରାଜ ଏଡମଣ୍ଟନ୍ ରୟାଲ୍ସ ବିପକ୍ଷ ମ୍ୟାଚରେ ମାତ୍ର ୨୧ ବଲରେ ୩୫ ରନ୍ କରିଛନ୍ତି। ଏହି ଇନିଂସ୍ ବଳରେ ତାଙ୍କ ଟିମ୍ ୨ ୱିକେଟରେ ବିଜୟୀ ହୋଇଥିଲା। Sixes from @YUVSTRONG12’s bat […]

yuvi

yuvi

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 05:02 PM IST

Sports

Latest News

ନୂଆଦିଲ୍ଲୀ: ହୁଏତ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି, କିନ୍ତୁ ତାଙ୍କ ବ୍ୟାଟିଂରେ ଏବେବି ସେହି ପୁରୁଣା ଝଲକ ରହିଛି। ଗ୍ଲୋବାଲ୍ ଟି-୨୦ରେ ଯୁବରାଜ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି। ଟରଣ୍ଟୋ ନ୍ୟାଶନାଲ୍ ଟିମର ନେତୃତ୍ୱ ନେଉଥିବା ଯୁବରାଜ ଏଡମଣ୍ଟନ୍ ରୟାଲ୍ସ ବିପକ୍ଷ ମ୍ୟାଚରେ ମାତ୍ର ୨୧ ବଲରେ ୩୫ ରନ୍ କରିଛନ୍ତି। ଏହି ଇନିଂସ୍ ବଳରେ ତାଙ୍କ ଟିମ୍ ୨ ୱିକେଟରେ ବିଜୟୀ ହୋଇଥିଲା।

ଯୁବି ନିଜର ବିସ୍ଫୋରକ ଇନିଂସ ମଧ୍ୟରେ ୩ ଛକା ଓ ୩ ଚୌକା ମାରିଛନ୍ତି। ତେବେ ମ୍ୟାଚରେ ସେ ଯେଉଁ ତିନୋଟି ଛକା ମାରିଛନ୍ତି, ସେଥିରୁ ଦୁଇଟି ଛକା ପାକିସ୍ତାନୀ ସ୍ପିନର ଶଦାବ ଖାନଙ୍କ ବଲରେ ହୋଇଛି। ଏହି ଛକା ଦେଖି ନିଜେ ଶଦାବ ଚକିତ ହୋଇ ପଡ଼ିଥିଲେ। ଯୁବରାଜ କ୍ରିଜକୁ ଆସିବା ମାତ୍ରକେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ।

ସ୍ପିନରଙ୍କ ବିରୋଧରେ ଫେଲ୍ ମାରିଥିବା ଯୁବରାଜ ଏହି ମୁକାବିଲାରେ ପୂରା ଆତ୍ମବିଶ୍ୱାସ ସହ ବ୍ୟାଟିଂ କରିଥିଲେ। ବିଶେଷକରି ପାକ୍ ସ୍ପିନର ଶଦାବଙ୍କୁ ନିର୍ଧୁମ୍ ଛେଚିଥିଲେ। ଶଦାବ ଏହି ମ୍ୟାଚରେ ୪ ଓଭରରେ ୪୨ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଯୁବି ପ୍ରଥମ ମ୍ୟାଚରେ ଧିମା ବ୍ୟାଟିଂ କରି ୨୭ ବଲରେ ମାତ୍ର ୧୪ ରନ୍ କରିଥିଲେ, ଯାହା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ରବିବାର ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ସମସ୍ତଙ୍କୁ ଚକିତ କରିଛି।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ମ୍ୟାଚରେ ରୟାଲ୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ନ୍ୟାଶନାଲ୍ସ ଟିମ୍ ୧୭.୫ ଓଭରରେ ୮ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ନ୍ୟାଶନାଲ୍ସ ପକ୍ଷରୁ ମନପ୍ରୀତ ଗୋନି ଚମତ୍କାର ବ୍ୟାଟିଂ କରି ମାତ୍ର ୧୨ ବଲରେ ୩ ଚୌକା ଓ ୩ ଛକା ସହ ଦ୍ରୁତ ୩୩ ରନର ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos