ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ସଚିବାଳୟର କନଫରେନ୍ସ ହଲରେ ଯୋଜନା ବିଭାଗ ପକ୍ଷରୁ ପରିସୀମା ବାହାରେ ଶୀର୍ଷକ ବକ୍ତୃତା ପ୍ରଦାନ କରିଛନ୍ତି। ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କ୍ରୀଡାବିତମାନେ ଦେଖିବାକୁ ପାଇଛନ୍ତି। ଏଥିସହ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପର କଫି ଟେବୁଲ ବୁକର ଉନ୍ମୋଚନ କରିବେ। ଓଡିଶା ଗସ୍ତ ଅବସରରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବେ ବୋଲି ଗୋପୀଚାନ୍ଦ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।