ଗ୍ରାମାଞ୍ଚଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡାରେ ଆରମ୍ଭ ହୋଇଛି ଗ୍ରାମାଞ୍ଚଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ। ଭାଟକୁମରଡା ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩୨ଟି ଟିମ୍‌ ଅଂଶ ଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ନିମଖଣ୍ଡି କ୍ରିକେଟ୍‌ କ୍ଲବ ଓ ଶିଖରପୁର ମଧ୍ୟରେ ଖେଳାଯାଇଛି। ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ବଳରାମ ସ୍ୱାଇଁ, ଉପସଭାପତି […]

cricket

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 06:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡାରେ ଆରମ୍ଭ ହୋଇଛି ଗ୍ରାମାଞ୍ଚଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ। ଭାଟକୁମରଡା ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩୨ଟି ଟିମ୍‌ ଅଂଶ ଗ୍ରହଣ କରିଛନ୍ତି।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ନିମଖଣ୍ଡି କ୍ରିକେଟ୍‌ କ୍ଲବ ଓ ଶିଖରପୁର ମଧ୍ୟରେ ଖେଳାଯାଇଛି।

ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ବଳରାମ ସ୍ୱାଇଁ, ଉପସଭାପତି ଚିକୁ ଜେନା, ସମ୍ପାଦକ ଅରୁଣ କୁମାର ଭୂଆଁ, କୋରାନାଥ ସ୍ୱାଇଁ ଏବଂ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related story