ୱେଷ୍ଟଇଣ୍ଡିଜ୍‌ ଗସ୍ତ ନିର୍ଦ୍ଧାରଣ କରିବ ରିଷଭ ପନ୍ତଙ୍କ ଭାଗ୍ୟ!

ଫ୍ଲୋରିଡା: ସୀମିତ ଓଭର ମ୍ୟାଚ ଫର୍ମାଟରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଖୁବ୍‌ଶୀଘ୍ର ଅବସର ଘୋଷଣା କରିପାରନ୍ତି। ଧୋନିଙ୍କ ପରେ ଟିମ୍‌ ଇଣ୍ଡିଆକୁ ୱିକେଟ୍‌ ପଛରେ କିଏ ସମ୍ଭାଳିବ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଧୋନିଙ୍କ ବିକଳ୍ପ ଭାବେ ରିଷଭ ପନ୍ତ ସର୍ବାଗ୍ରେ ରହିଛନ୍ତି। ବିସିସିଆଇ ମଧ୍ୟ ପନ୍ତଙ୍କ ଉପରେ ଭରସା କରି ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଟୁର୍‌ରେ ପଠାଇଛି। ଧୋନି ୨ ମାସ ପାଇଁ କ୍ରିକେଟ୍‌ରୁ ଛୁଟି ନେଇଥିବାରୁ ପନ୍ତ […]

y

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 04:12 PM IST

ଫ୍ଲୋରିଡା: ସୀମିତ ଓଭର ମ୍ୟାଚ ଫର୍ମାଟରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଖୁବ୍‌ଶୀଘ୍ର ଅବସର ଘୋଷଣା କରିପାରନ୍ତି। ଧୋନିଙ୍କ ପରେ ଟିମ୍‌ ଇଣ୍ଡିଆକୁ ୱିକେଟ୍‌ ପଛରେ କିଏ ସମ୍ଭାଳିବ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି।

ଧୋନିଙ୍କ ବିକଳ୍ପ ଭାବେ ରିଷଭ ପନ୍ତ ସର୍ବାଗ୍ରେ ରହିଛନ୍ତି। ବିସିସିଆଇ ମଧ୍ୟ ପନ୍ତଙ୍କ ଉପରେ ଭରସା କରି ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଟୁର୍‌ରେ ପଠାଇଛି। ଧୋନି ୨ ମାସ ପାଇଁ କ୍ରିକେଟ୍‌ରୁ ଛୁଟି ନେଇଥିବାରୁ ପନ୍ତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ୱିକେଟ୍‌ କିପର୍ ଭୂମିକା ତୁଲାଇବେ।

ତେବେ ଏହି ୱେଷ୍ଟଇଣ୍ଡିଜ୍‌ ଟୁର୍‌ ବେଳେ ହିଁ ଭାରତ ୨୦୨୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ କରିବ। ତେଣୁ ପନ୍ତ ଟିମ୍‌ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିବେ କି ବିଦା ହେବେ, ତା’ ୱେଷ୍ଟଇଣ୍ଡିଜ୍‌ ଟୁରରୁ ହିଁ ସ୍ପଷ୍ଟ ହୋଇଯିବ। ପନ୍ତ ଫେଲ ମାରିଲେ, ବିସିସିଆଇ ବିକଳ୍ପ କଥା ଚିନ୍ତା କରିବ।

ପନ୍ତଙ୍କ ପରେ ୱିକେଟ୍‌ କିପର-ବ୍ୟାଟ୍ସମ୍ୟାନ ଈଶାନ କିଶନ୍‌ ମଧ୍ୟ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପନ୍ତଙ୍କୁ ଇଣ୍ଡିଜ ସିରିଜ୍ରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ପଡ଼ିବ।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଏକଥା ପରୋକ୍ଷରେ ସୂଚାଇ ଦେଇଛନ୍ତି। ବିରାଟ୍‌ କହିଛନ୍ତି, “ୱେଷ୍ଟଇଣ୍ଡିଜ୍‌ ଟୁର୍ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ। ସେମାନେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ର ଅଭିଜ୍ଞତା ହାସଲ କରିପାରିବେ। ବିଶେଷ କରି ପନ୍ତ ତାଙ୍କ ଭିତରେ ଥିବା କ୍ରିକେଟ୍‌ ଯାଦୁକୁ ଦେଖାଇବା ପାଇଁ ଏହାଠାରୁ ବୋଧେ ଭଲ ସୁଯୋଗ ପାଇବେ ନାହିଁ।

ସମସ୍ତେ ଜାଣିଛନ୍ତି, ପନ୍ତ ଜଣେ ଉଦୀୟମାନ କ୍ରିକେଟ୍‌ର। ଆମେ ସମସ୍ତେ ଚାହୁଁଛୁ ଯେ ସେ ଟିମ୍‌ ଇଣ୍ଡିଆ ପାଇଁ ସ୍ଥିର ଏବଂ ଭଲ ପ୍ରଦର୍ଶନ କରନ୍ତୁ। ଆମ ପାଖରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଧୋନିଙ୍କ ଭଳି ଫିନିଶର୍ ନାହାନ୍ତି। ତେଣୁ ଯୁବ ଖେଳାଳିମାନେ ସେମାନଙ୍କ ମଧ୍ୟରେ ଥିବା ଟ୍ୟାଲେଣ୍ଟକୁ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଇ ପାରେ।”

Related story