ବର୍ନସ୍ ଓ ରୁଟଙ୍କ ଶତକ, ଇଂଲଣ୍ଡର ଦୃଢ଼ ଜବାବ

ହାମିଲଟନ୍‌: କ୍ୟାପଟେନ୍ ଜୋ ରୁଟ୍ ଓ ରୋରି ବର୍ନସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଇଛି। ନ୍ୟୁଜିଲ୍ୟାଣ୍ଡର ୩୭୫ ରନ୍ ଜବାବରେ ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୬୯ ରନ୍ କରିଛି। ଲଗାତାର ଖରାପ ଫର୍ମରେ ଥିବା ରୁଟ୍ ୧୪ ଇନିଂସ୍ ପରେ ଶତକ ମାରି ସମାଲୋଚକକୁ ଉଚିତ୍ ଜବାବ ଦେଇଛନ୍ତି। ରୁଟ୍ ନିଜର ଶେଷ ଶତକ ଚଳିତ ବର୍ଷ […]

root

root

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 05:13 PM IST

Sports

Latest News

ହାମିଲଟନ୍‌: କ୍ୟାପଟେନ୍ ଜୋ ରୁଟ୍ ଓ ରୋରି ବର୍ନସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଇଛି। ନ୍ୟୁଜିଲ୍ୟାଣ୍ଡର ୩୭୫ ରନ୍ ଜବାବରେ ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୨୬୯ ରନ୍ କରିଛି। ଲଗାତାର ଖରାପ ଫର୍ମରେ ଥିବା ରୁଟ୍ ୧୪ ଇନିଂସ୍ ପରେ ଶତକ ମାରି ସମାଲୋଚକକୁ ଉଚିତ୍ ଜବାବ ଦେଇଛନ୍ତି।

ରୁଟ୍ ନିଜର ଶେଷ ଶତକ ଚଳିତ ବର୍ଷ ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାରିଥିଲେ। ଏହା ପରେ ସେ ଆଶେସ୍ ସିରିଜରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। କିନ୍ତୁ ଆଜି ସେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ବର୍ନସ୍ ଭରପୂର ସହଯୋଗ କରିଥିଲେ। ବର୍ନସ୍ ୧୦୧ (୨୦୯ ବଲ୍‌, ୧୫ ଚୌକା) ରନ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ତେବେ ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍ ୧୧୪ (୨୭୮ ବଲ୍‌, ୧୪ ଚୌକା) ଓ ଓଲି ପୋପ୍ ୪ ରନରେ ବ୍ୟାଟିଂ କରୁଥିଲେ।

ରବିବାର ଇଂଲଣ୍ଡ ତା'ର ପୂର୍ବଦିନର ସ୍କୋର ୩୯/୨ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ବର୍ନସ୍ ଓ ରୁଟ୍ ସତର୍କତାର ସହ ବ୍ୟାଟିଂ କରିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୭୫ ରନର ଭାଗୀଦାରୀ କରି ଇଂଲଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ବର୍ନସ୍ ନିଜର ଦ୍ୱିତୀୟ ଶତକ ମାରିଥିଲେ ହେଁ, ଏହାଠାରୁ ଆଗକୁ ବଢ଼ିପାରିନଥିଲେ।

ଟିମର ସ୍କୋର ୨୦୧ ରନ୍ ଥିଲା ବେଳେ ବର୍ନସ୍ ରନଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ରୁଟଙ୍କୁ ଭଲ ସହଯୋଗ କରିଥିଲେ ରୁଟ୍ ଏହା ମଧ୍ୟରେ ନିଜର ୧୭ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଟିମର ସ୍କୋର ୨୪୫ ଥିବା ବେଳେ ଷ୍ଟୋକ୍ସ (୨୯)ଽଙ୍କୁ ଆଉଟ୍ କରି ଟିମ୍ ସାଉଦି ଘରୋଇ ଦଳକୁ ବଡ଼ ସଫଳତା ଦେଇଥିଲେ। ଜ୍ୟାକ୍ କ୍ରଲୀ ମାତ୍ର ୧ ରନ୍ କରି ନିଲ୍ ୱାଗନରଙ୍କ ଶିକାର ହୋଇଥିଲେ। ଏବେ ଭ୍ରମଣକାରୀ ଟିମ୍ ରୁଟଙ୍କ ଉପରେ ସମ୍ପୂର୍ଣ୍ଣ ନିଭରଶୀଳ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦି ୨ଟି, ମ୍ୟାଟ୍ ହେନରୀ ଓ ୱାଗନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story